Advertisment

ପଦାରେ ପଡ଼ିଲା ଚୀନର ମିଛ: ୧୯ ବର୍ଷ ପୂର୍ବରୁ ଏଠାରେ ବ୍ୟାପିଥିଲା କରୋନା

ହଠାତ୍‌ ସାରା ବିଶ୍ୱରେ ବ୍ୟାପିଥିବା କରୋନା ଭାଇରସ୍‌ ଆସିଲା କେଉଁଠି ? ଚୀନର ଲ୍ୟାବ୍‌ରେ କରୋନା ଭାଇରସ କୋଭିଡ-୧୯ ବିକଶିତ ହୋଇଥିବା ଅନେକ ରିପୋର୍ଟରେ ଖୁଲାସା ହୋଇଥିବା ବେଳେ ଚୀନ ଏହାକୁ ଖଣ୍ଡନ କରି ଆସୁଛି।

ଅଦ୍ୟତନ ହୋଇଛି
ପଦାରେ ପଡ଼ିଲା ଚୀନର ମିଛ: ୧୯ ବର୍ଷ ପୂର୍ବରୁ ଏଠାରେ ବ୍ୟାପିଥିଲା କରୋନା

covid19 treatment

Advertisment

ବେଜିଂ: ହଠାତ୍‌ ସାରା ବିଶ୍ୱରେ ବ୍ୟାପିଥିବା କରୋନା ଭାଇରସ୍‌ ଆସିଲା କେଉଁଠି ? ଚୀନର ଲ୍ୟାବ୍‌ରେ କରୋନା ଭାଇରସ କୋଭିଡ-୧୯ ବିକଶିତ ହୋଇଥିବା ଅନେକ ରିପୋର୍ଟରେ ଖୁଲାସା ହୋଇଥିବା ବେଳେ ଚୀନ ଏହାକୁ ଖଣ୍ଡନ କରି ଆସୁଛି। ୨୦୧୯ରେ କରୋନାର ପ୍ରଥମ କେସ୍‌ ସାମ୍ନାକୁ ଆସିଥିଲା। ଏହାପରେ ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଇ ସାରା ବିଶ୍ୱରେ ବ୍ୟାପିଥିଲା କରୋନା ଭାଇରସ୍‌। ପରିସ୍ଥିତି ଏଭଳି ସୃଷ୍ଟି ହେଲା ଯେ, ସଂକ୍ରମଣରେ ବ୍ରେକ୍‌ ଲଗାଇବା ପାଇଁ ଲକ୍‌ଡାଉନ୍‌ କରିବାକୁ ପଡ଼ିଲା। ଏସବୁ ସତ୍ତ୍ୱେ ମଧ୍ୟ ସଂକ୍ରମଣ କମିନଥିଲା। ହେଲେ ଏବେ ଏମିତି ଏକ ସତ୍ୟ ସାମ୍ନାକୁ ଆସିଛି, ଯାହା ଚୀନର ମିଥ୍ୟାକୁ ପଦାରେ ପକାଇଛି। ଏଭଳି ଅଭିଯୋଗକୁ ନେଇ ସମସ୍ତଙ୍କ ଟାର୍ଗେଟରେ ଚୀନ ଥିବାବେଳେ ଚୀନର ଏହି ମିଛି ଏବେ ଧରାପଡ଼ିଛି

Advertisment

ଡେଏ ମେଲ୍‌ର ଏକ ସ୍ପେଶାଲ୍‌ ରିପୋର୍ଟ ଅନୁସାରେ, ୨୦୦୨ରେ ଚୀନର ବେଜିଂରେ ପ୍ରଥମ କରୋନା କେସ୍‌ ସାମ୍ନାକୁ ଆସିଥିଲା। ଏହାପରେ ଏହି ଭାଇରସ୍‌ ଧୀରେ ଧୀରେ ଚୀନର Guangdongରେ ଥିବା ରେଷ୍ଟୁରାଣ୍ଟର ଅନେକ ଶେଫ୍‌ ଓ ମାଂସ କଟାଳୀଙ୍କୁ ସଂକ୍ରମିତ କରିଥିଲା। ସେମାନଙ୍କୁ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାସହ ଜ୍ୱର ଭଳି ଲକ୍ଷଣ ଦେଖାଯାଇଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ମାଂସ ବ୍ୟବସାୟୀ ଥିଲେ। ରିପୋର୍ଟ ଅନୁସାରେ, ସେତେବେଳେ ଏହି ଅଦୃଶ୍ୟ ଭାଇରସ୍‌ ଡାକ୍ତରଙ୍କ ଚିନ୍ତାର କାରଣ ପାଲଟିଥିଲା। ଏପରିକି ଯେଉଁମାନେ ସଂକ୍ରମିତଙ୍କ ଦେଖାଶୁଣା କରୁଥିଲେ ସେମାନେ ମଧ୍ୟ ସଂକ୍ରମଣ ହୋଇଥିଲେ। ଏସବୁ ଘଟଣା ୨୦୦୨ରେ ସାମ୍ନାକୁ ଆସିଥିଲା ଓ ଏହାର ଲକ୍ଷଣ ସବୁ କରୋନା ଭଳି ଥିଲା। ତେବେ ସେହି ସମୟରେ କୌଣସିମତେ ଏହାକୁ କାବୁ କରାଯାଇ ପାରିଥିଲା। ପୁରା ଦୁନିଆରେ ଏଭଳି ୭୭୪ କେସ୍‌ ସାମ୍ନାକୁ ଆସିଥିଲା। ନୂଆ ରିପୋର୍ଟ ଅନୁସାରେ, ସେହି ସମୟରେ ଏଭଳି ଘଟଣା ଆଜିର ଦିନ ପାଇଁ ୱାର୍ଣ୍ଣିଂ ଥିଲା। ହେଲେ ଏହାକୁ ହାଲ୍‌କା ଭାବେ ନିଆଯାଇଥିଲା। ଫଳରେ ୨୦୧୯ରେ ଏହା ଦ୍ରୁତ ବେଗରେ ବ୍ୟାପିଥିଲା। ଏହାକୁ ଚୀନର ବାୟୋଲୋଝିକାଲ୍‌ ୱିପନ୍‌ ବୋଲି କୁହାଯାଉଛି। 

Advertisment

ସୂଚନାଥାଉ କି, କିଛିଦିନ ପୂର୍ବେ ଏକ ରିପୋର୍ଟ ସାମ୍ନାକୁ ଆସିଥିଲା। ଯେଉଁଥିରେ ୨୦୧୫ରେ ଚୀନ ବୈଜ୍ଞାନିକ ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ଲିଖିତ ଏକ ଦସ୍ତାବିଜ ସାମ୍ନାକୁ ଆସିଥିଲା। ଏହି  ଦସ୍ତାବିଜରେ କୁହାଯାଇଛି, ୨୦୧୫ରୁ ଚୀନର ବୈଜ୍ଞାନିକମାନେ କରୋନା ଭାଇରସକୁ ହତିଆର ଭାବେ ବ୍ୟବହାର କରିବାକୁ ଆଲୋଚନା କରୁଥିଲେ । କୋଭିଡ-୧୯ ମହାମାରୀ ସାର୍ସ କୋଭ-୨(SARS-Co V-2)  ନାମକ ଭାଇରସରୁ ଡିସେମ୍ବର ୨୦୧୯ରେ ସୃଷ୍ଟି ହୋଇଥିଲା ।

ବିଶ୍ୱର କିଛି ବଡ଼ ବଡ଼ ବୈଜ୍ଞାନିକଙ୍କ କହିବାନୁଯାୟୀ, ଚୀନ୍‌ ଲ୍ୟାବ୍‌ରୁ କରୋନା ଭାଇରସ୍‌ ଲିକ୍‌ ହେବା ଘଟଣାକୁ ନଜର ଅନ୍ଦାଜ କରାଯାଇପାରିବନି । ଯେତେ ଦିନ ପର୍ଯ୍ୟନ୍ତ ତଥ୍ୟକୁ ଆଧାର କରି ଏହି ଅଭିଯୋଗକୁ ଖଣ୍ଡନ କରାଯାଇ ନାହିଁ, ସେତେ ଦିନ ପର୍ଯ୍ୟନ୍ତ ଚୀନ୍‌ ସନ୍ଦେହ ଘେରରେ ରହିବ । 

Advertisment
COVID19 China
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ