Advertisment

ଆଜିଠୁ ସାରା ରାଜ୍ୟରେ ନୂଆ ଗାଇଡ୍‌ଲାଇନ୍‌ ଲାଗୁ; ଖୋଲିଲା ଜିମ୍‌, ପାର୍ଲର

ରାଜ୍ୟରେ ଅଗଷ୍ଟ ୧ ଯାଏ ଆଂଶିକ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଥିବା ବେଳେ ଆଜିଠୁ ସାରା ରାଜ୍ୟରେ ନୂଆ ଗାଇଡ୍‌ଲାଇନ୍‌ ଲାଗୁ ହୋଇଛି। ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ ଆଜିଠୁ ସାରା ରାଜ୍ୟରେ ବସ୍ ଚଳାଚଳ ଆରମ୍ଭ ହୋଇଛି।

ଅଦ୍ୟତନ ହୋଇଛି
ଆଜିଠୁ ସାରା ରାଜ୍ୟରେ ନୂଆ ଗାଇଡ୍‌ଲାଇନ୍‌ ଲାଗୁ; ଖୋଲିଲା ଜିମ୍‌, ପାର୍ଲର

new guidelines

Advertisment

ଭୁବନେଶ୍ୱର: ରାଜ୍ୟରେ ଅଗଷ୍ଟ ୧ ଯାଏ ଆଂଶିକ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଥିବା ବେଳେ ଆଜିଠୁ ସାରା ରାଜ୍ୟରେ ନୂଆ ଗାଇଡ୍‌ଲାଇନ୍‌ ଲାଗୁ ହୋଇଛି। ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ ଆଜିଠୁ ସାରା ରାଜ୍ୟରେ ବସ୍ ଚଳାଚଳ ଆରମ୍ଭ ହୋଇଛି। କେବଳ ଆସନ୍ତା ୨୫ ଯାଏ ପୁରୀ ସହରକୁ ବସ୍ ଚଳାଚଳ ବନ୍ଦ ରହିବ। ବସ୍‌ରେ ସିଟ୍ ଯେତିକି ଥିବ ସେତିକି ଯାତ୍ରୀ ହିଁ ଯାତ୍ରା କରିପାରିବେ ବୋଲି ସରକାର ଗାଇଡ୍‌ଲାଇନ୍‌ରେ କହିଛନ୍ତି। ନୀଳାଦ୍ରି ବିଜେ ଅର୍ଥାତ୍ ଜୁଲାଇ ୨୩ ଯାଏ ପୁରୀକୁ ଟ୍ରେନ୍ ଚଳାଚଳ ମଧ୍ୟ ବନ୍ଦ ରହିଛି। କାଟେଗୋରୀ Aରେ ଥିବା ୨୦ ଜିଲ୍ଲା ଓ Bରେ ୧୦ ଜିଲ୍ଲାରେ କଟକଣା ପୂର୍ବପରି ବଳବତ୍ତର ରହିବ

Advertisment

ସେହିପରି ସାରା ରାଜ୍ୟରେ ଆଜିଠୁ ବିୟୁଟି ପାର୍ଲର, ସ୍ପା, ଜିମ୍ ଓ ସେଲୁନ୍ ଖୋଲିଛି। ଏହାସହ ଇନଡୋର୍ ଓ ଆଉଟ୍‌ଡୋର୍‌ ଫିଲ୍ମ-ସିରିଏଲ୍ ସୁୁଟିଂକୁ ଅନୁମତି ଦିଆଯାଇଛି।  ଆଉଟ୍‌ଡୋର୍‌ ସ୍ପୋର୍ଟସ୍‌କୁ ବି ଅନୁମତି ମିଳିଛି। ତେବେ କାଟେଗୋରି Aରେ ଥିବା ୨୦ ଜିଲ୍ଲାରେ ରାତି ୮ଟା ଯାଏ ଦୋକାନ ବଜାର ଖୋଲିବ।  ସେହିପରି କାଟେଗୋରୀ Bରେ ଥିବା ୧୦ ଜିଲ୍ଲାରେ ସନ୍ଧ୍ୟା ୫ଟା ଯାଏ ଦୋକାନବଜାର ଖୋଲିବାକୁ ଅନୁମତି ମିଳିଛି।  ତେବେ ସାରା ରାଜ୍ୟରେ ପୂର୍ବ ଭଳି ପାର୍କ, ସୁଇମିଂ ପୁଲ୍, ମଲ୍, ସିନେମା ହଲ୍, ମେଳା, ପ୍ରଦର୍ଶନୀ, ଯାତ୍ରା ବନ୍ଦ ରହିବ।  

କ୍ୟାଟେଗୋରୀ A ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର। ସେହିପରି କ୍ୟାଟେଗୋରୀ B ଜିଲ୍ଲା ଗୁଡ଼ିକ ହେଲା- ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ।

Advertisment

ଅନ୍ୟପକ୍ଷେ, ରାଜ୍ୟରେ ୨,୦୦୦ ତଳକୁ କମୁନି ଦୈନିକ କରୋନା ସଂକ୍ରମଣ। ରାଜ୍ୟରୁ ସବୁ ଅଞ୍ଚଳରୁ ସଂକ୍ରମଣ ହାର କମୁଥିଲେ ହେଁ ଏବେ କଟକ ଓ ଖୋର୍ଦ୍ଧା ଜିଲ୍ଲା ଚିନ୍ତା ବଢାଇଛି। ଆଜି ରାଜ୍ୟରୁ ୨,୦୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧,୧୯୫ ଜଣ କ୍ୱାରେଣ୍ଟିନରେ ଥିବାବେଳେ ୮୭୫ ଲୋକାଲ କେସ ଥିବା ରାଜ୍ୟ ସୂଚନ ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟରୁ ଜଣାଯାଇଛି। 

COVID19 Odisha Unlock Process
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ