Advertisment

କରୋନାର ନୂଆ ଭ୍ୟାରିଆଣ୍ଟକୁ ମାତ୍‌ ଦେବ ବୁଷ୍ଟର ଡୋଜ୍

ଓଡ଼ିଶାରୁ ଯେତିକି ସାମ୍ପଲ ଜିନମ୍ ସିକ୍ୟେନସିଂ ପାଇଁ ଯାଇଛି, ସେଥିରେ BF.7 ଭ୍ୟାରିଆଣ୍ଟର ପ୍ରମାଣ ମିଳିନାହିଁ।

ଅଦ୍ୟତନ ହୋଇଛି
Odisha Govt To Issue Advisory For COVID

Covid Advisory

Advertisment

ଛାନିଆ କଲାଣି ଚୀନ୍ ଭାଇରସ୍। ଆଗକୁ ଆସୁଛି ଖ୍ରୀଷ୍ଟମାସ। ତାସାଙ୍ଗକୁ ହକି ବିଶ୍ୱକପ୍। ତେଣୁ ରାଜ୍ୟରେ କରୋନା ମୁକାବିଲା ନେଇ ଆଗୁଆ ସଜାଗ ହୋଇଛି ସ୍ବାସ୍ଥ୍ୟ ବିଭାଗ। ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଗୁରତ୍ୱପୂର୍ଣ୍ଣ ବୈଠକ ପରେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି-ଏବେଠୁ ମାସ୍କ ପିନ୍ଧ, ଭିଡ଼କୁ ଯାଅନି। ଲକ୍ଷଣ ଦେଖା ଦେଲେ ତୁରନ୍ତ ଟେଷ୍ଟିଂ କର। ପଜିଟିଭ ଆସିଲେ ସାମ୍ପଲର ଜିନମ୍ ସିକ୍ୟୁଏନସିଂ ବି କର। ଯଦିଓ କେନ୍ଦ୍ର ସରକାର ଏସବୁ ବାଧ୍ୟତାମୂଳକ କରିନାହାନ୍ତି କିନ୍ତୁ ଆଡଭାଇଜରି ଜାରି କରି ସାରିଛନ୍ତି।

Advertisment

ଏଥିସହ ହକି ବିଶ୍ୱକପ୍ ପାଇଁ ଓଡ଼ିଶା କୁ ବହୁ ବିଦେଶୀ ଖେଳାଳି, କୋଚ୍ ଓ ଅଫିସିଆଲ୍‌ଙ୍କ ସହ ବିଶ୍ୱର କୋଣ ଅନୁକୋଣରୁ ଫ୍ୟାନ୍ ଆସିବେ। ତେଣୁ ତାକୁ ବି ନଜର ରଖାଯାଇଛି ଓ ଖେଳ ସମୟ ପାଖେଇଲେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ। ତେଣେ ପୂର୍ବତନ ଡିଏମ୍ଇଟି କହିଛନ୍ତି-ଜିନମ୍ ସିକ୍ୟୁଏନସିଂ ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି ହୋଇଛି।

ତେବେ କରୋନାର ନୂଆ ଭ୍ୟାରିଆଣ୍ଟକୁ ପ୍ରତିହତ କରିପାରିବ ବୁଷ୍ଟର ଡୋଜ୍। ୨୮ ନଭେମ୍ବରରୁ ରାଜ୍ୟରେ ସରକାରୀ ଟୀକାକାରଣ ବନ୍ଦ ଥିବାବେଳେ ଟିକା ଯୋଗାଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ। ତାସହ କହିଛନ୍ତି ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮ କୋଟି ୧୪ ଲକ୍ଷ ଡୋଜ୍ ଟିକା ଦିଆସରିଛି। ଯେଉଁମାନେ ପ୍ରିକସନ ଡୋଜ ନେଇଛନ୍ତି, ସେମାନେ ସୁରକ୍ଷିତ। ଅନ୍ୟ ରାଜ୍ୟମାନଙ୍କ ଅପେକ୍ଷା ଓଡ଼ିଶାରେ ହର୍ଡ ଇମ୍ୟୁନିଟି ଅଧିକ ରହିଛି। ଓଡ଼ିଶାରୁ ଯେତିକି ସାମ୍ପଲ ଜିନମ୍ ସିକ୍ୟେନସିଂ ପାଇଁ ଯାଇଛି, ସେଥିରେ BF.7 ଭ୍ୟାରିଆଣ୍ଟର ପ୍ରମାଣ ମିଳିନାହିଁ।

Advertisment

ଅଧିକ ପଢ଼ନ୍ତୁ: 'ଲକ୍ଷଣ ଦେଖିଲେ ନିଜକୁ ନିଜେ ଆଇସୋଲେଟ୍‌ କର'

ସେପଟେ କୋଭିଡ୍ ମୁକାବିଲା କ୍ଷେତ୍ରରେ ଆଉ ଏକ ବଡ଼ ଅସ୍ତ୍ର ଭାବେ ଆସିଛି ନାଜାଲ୍ ଭ୍ୟାକ୍ସିନ। ଯାହାର ନାଁ ରହିଛି ଇନକୋଭ୍ୟାକ୍। ଏହାକୁ ବୁଷ୍ଟର ଡୋଜ୍ ଭାବେ ବ୍ୟବହାର କରିବାକୁ କେନ୍ଦ୍ର ସରକାର ବି ଅନୁମତି ଦେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଅନୁମୋଦନ ପରେ, ଆଜିଠୁ ଦେଶବ୍ୟାପୀ କରୋନା ଟିକାକରଣ ଅଭିଯାନରେ ସାମିଲ ହୋଇଛି ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ଏହି ଇଣ୍ଟାନାଜାଲ୍ ଭ୍ୟାକ୍ସିନ। ଆଗରୁ କୋଭିସିଲ୍ଡ ନେଇଥାନ୍ତୁ କି କୋଭାକ୍ସିନ୍ ଟିକା, ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତେ ଏହାକୁ ବୁଷ୍ଟର ଡୋଜ୍ ଭାବେ ନେଇ ପାରିବେ। ୨ରୁ ୮ ଡିଗ୍ରୀ ତାପମାତ୍ରାରେ ଏହାକୁ ସହଜରେ ସାଇତି ରଖି ହେବ। ୪ ସପ୍ତାହ ବ୍ୟବଧାନରେ ଏହାର ୨ଟି ଡୋଜ୍ ନେବାକୁ ପଡ଼ିବ। ପ୍ରତି ଡୋଜ୍ ୦.୫ ମିଲିଲିଟର ରହିବ। ପ୍ରତି ନାକପୁଡ଼ାରେ ୪ ଡ୍ରପ୍ ଲେଖାଏଁ, ମୋଟ ୮ ଡ୍ରପ୍ ଟିକା ଦିଆଯିବ। 

Coronavirus COVID-19 Odisha Corona Update Corona
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ