ଭାରତରେ ଗୋଟିଏ ଦିନରେ ୧ କୋଟିରୁ ଅଧିକ ଟିକାକରଣ : ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଲା WHO

ସୌମ୍ୟା ସ୍ୱାମୀନାଥନ ଟ୍ୱିଟ୍ କରି କହିଛନ୍ତି, 'ଭାରତ ୫୦ ପ୍ରତିଶତ ବୟସ୍କ ଜନସଂଖ୍ୟା ଅତି କମରେ ଗୋଟିଏ ଡୋଜ୍ ଟିକା ନେଇ ସାରିଛନ୍ତି । ଭାରତରେ ଏବେ ସୁଦ୍ଧା ୬୨ କୋଟି ଡୋଜ ଟିକାକରଣ ହୋଇଛି । ତେବେ ଏଥିରେ ଜଡିତ ହଜାର ହଜାର କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଡବ୍ଲୁଏଚଓର ପ୍ରମୁଖ ବୈଜ୍ଞାନିକ

Dr Soumya Swaminathan

News Summary

ଶୁକ୍ରବାର ଦିନ ୧କୋଟିରୁ ଅଧିକ ଡୋଜ୍ ଟିକାକରଣ

କରୋନା ଟିକାକରଣ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ

ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୬୨ କୋଟିରୁ ଅଧିକ ଟିକାକରଣ ସରିଛି

ନୂଆଦିଲ୍ଲୀ : କରୋନା ମହାମାରୀକୁ ମାତ ଦେବାକୁ ଟିକାକରଣ ଉପରେ ଗୁରୁତ୍ତ୍ୱ । ଭାରତରେ ଦିନକୁ ଦିନ କରୋନା ଟିକାକରଣରକୁ ବଢ଼ାଇବାକୁ ଚେଷ୍ଟା କରାଯାଉଛି ।  ଏହି କ୍ରମରେ ଗତକାଲି ଭାଇରସ ବିରୋଧରେ ଗୋଟିଏ ଦିନରେ ୧ କୋଟିରୁ ଅଧିକ ଡୋଜ୍ ଭ୍ୟାକ୍ସିନ ଦିଆଯାଇଛି । ତେବେ ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତକୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛି । ଶୁକ୍ରବାର ଦିନ ଭାରତ ଏହି ସଫଳତା ହାସଲ କରିଛି ।

ଡବ୍ଲୁଏଚଓର ପ୍ରମୁଖ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ ଟ୍ୱିଟ୍ ଜରିଆରେ ଟିକାକରଣ ପ୍ରକ୍ରିୟାରେ ସାମିଲ ହୋଇଥିବା ଲୋକଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହାକୁ ମହତ୍ୱପୂର୍ଣ୍ଣ ଉପଲବ୍ଧି ବୋଲି କହିଛନ୍ତି । ଦେଶରେ ଅଧାରୁ ବୟସ୍କ ଜନସଂଖ୍ୟା କରୋନା ବିରୋଧୀ ଯୁଦ୍ଧରେ ଏବେ ସୁଦ୍ଧା ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି । ବାକି ଲୋକଙ୍କୁ ଠିକ ସମୟରେ ଟିକା ଦେବା ପାଇଁ ଉଦ୍ୟମ ଚଳାଇଛନ୍ତି ସରକାର ।

ସୌମ୍ୟା ସ୍ୱାମୀନାଥନ ଟ୍ୱିଟ୍ କରି କହିଛନ୍ତି, 'ଭାରତ ୫୦ ପ୍ରତିଶତ ବୟସ୍କ ଜନସଂଖ୍ୟା ଅତି କମରେ ଗୋଟିଏ ଡୋଜ୍ ଟିକା ନେଇ ସାରିଛନ୍ତି । ଭାରତରେ ଏବେ ସୁଦ୍ଧା ୬୨ କୋଟି ଡୋଜ ଟିକାକରଣ ହୋଇଛି । ତେବେ ଏଥିରେ ଜଡିତ ହଜାର ହଜାର କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଡବ୍ଲୁଏଚଓର ପ୍ରମୁଖ ବୈଜ୍ଞାନିକ । ପ୍ରତିରକ୍ଷା ତଥା ଜନସ୍ୱାସ୍ଥ୍ୟ ଏବଂ ବ୍ୟକ୍ତିଗତ ପ୍ରତିଷେଧକ ବ୍ୟବସ୍ଥା ସମସ୍ତଙ୍କୁ ସୁରକ୍ଷା ଦେବ ବୋଲି ସେ କହିଛନ୍ତି ।

କରୋନାର ଦ୍ୱିତୀୟ ଲହର ସମ୍ପୂର୍ଣ୍ଣ ଥମିନଥିବା ବେଳେ ପୁଣି ବଢ଼ିଲାଣି ସଂକ୍ରମଣ । କିଛି ଦିନ ବ୍ୟବଧାନର ପରେ ପୁଣ ଦେଶରେ ସଂକ୍ରମଣ ୪୦ ହଜାର ଉପରେ ରହୁଛି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ହୋଇଥିବା କରୋନା ଟିକାକରଣ ନେଇ ଟ୍ୱିଟ କରିଥିଲେ । ଟିକାକରଣରେ ଭାରତ ରେକର୍ଡ କରିଛି ବୋଲି ସେ କହିଛନ୍ତି । ଗୋଟିଏ ଦିନରେ ଏକ କୋଟି ଟିକାକରଣ କରିବା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ।

ଯେଉଁ ମାନେ ଟିକା ନେଇଛନ୍ତି ଏବଂ ଯେଉଁମାନେ ଟିକାକରଣ ଅଭିଯାନକୁ ସଫଳ କରିଛନ୍ତି ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସରକାରୀ ଆକଳନ ଅନୁସାରେ ଶୁକ୍ରବାର ଦିନ ମୋଟ ୧ କୋଟି ୬୪ ହଜାର ୩୭୬ ଡୋଜ ଟିକାକରଣ ହୋଇଛି । ଏହାପୂର୍ବରୁ ୧୬ ଅଗଷ୍ଟରେ ଗୋଟିଏ ଦିନରେ ସର୍ବାଧିକ ୮.୮୨ ଲକ୍ଷ ଡୋଜ ଟିକାକରଣ ହୋଇଥିଲା ।