Advertisment

ଓଡ଼ିଶାରେ ପୁଣି ବଢ଼ିଲା କରୋନା ସଂକ୍ରମଣ, ଫେରିଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌

ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଗତ କିଛିଦିନ ଧରି ସଂକ୍ରମଣ କମିବା ପରେ ପୁଣିଥରେ ସଂକ୍ରମଣ ବଢ଼ୁଥବି ଦେଖିବାକୁ ମିଳିଛି।

sambalpur

sambalpur

Advertisment

ସମ୍ବଲପୁର: ସମ୍ବଲପୁର ବୁର୍ଲା ଭୀମସାର୍‌ରେ ୫୧ ଜଣ ଡାକ୍ତରୀ ଛାତ୍ରଛାତ୍ରୀ କୋଭିଡ୍‌ ଆକ୍ରାନ୍ତ ହେବାପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ୯ଟି ହଷ୍ଟେଲ, ଷ୍ଟାଫ୍ କ୍ୱାର୍ଟର୍ସ ମଧ୍ୟରୁ କିଛି ହଷ୍ଟେଲ୍‌କୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିବା ବେଳେ ଆଉ କିଛି ହଷ୍ଟେଲ୍‌ ଓ ଷ୍ଟାଫ୍‌ କ୍ୱାର୍ଟର୍ସକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି।

Advertisment

ସୂଚନା ଅନୁସାରେ, ୯ଟି ହଷ୍ଟେଲ୍‌ ମଧ୍ୟରୁ ୫ଟି ହଷ୍ଟେଲ୍‌କୁ ମାଇକ୍ରୋ କଣ୍ଟେନମେଣ୍ଟ୍‌ ଜୋନ୍ ଘୋଷଣା କରାଯାଇଥିବା ବେଳେ ଏହା ନିକଟରେ ଥିବା ଆଉ ୪ଟି ହଷ୍ଟେଲ ଓ ଷ୍ଟାଫ୍ କ୍ୱାର୍ଟର୍ସକୁ ବଫର ଜୋନ୍ ଘୋଷଣା କରା ଯାଇଛି। ଏହି ସବୁ ହଷ୍ଟେଲ ଓ ଷ୍ଟାପ୍ କ୍ୱାର୍ଟର୍ସ ବୁର୍ଲାର ୬ ନମ୍ବର ଓ୍ୱାର୍ଡରେ ରହିଛି।  ଏସବୁ ଅଞ୍ଚଳକୁ କଣ୍ଟେନମେଣ୍ଟ ଓ ବଫର୍‌ ଜୋନ୍ କରିବା ଲାଗି ଭୀମସାର୍‌ କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲେ। ଏହାଛଡ଼ା ଅନ୍ୟ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ଆରଟିପିସିଆର୍ ଟେଷ୍ଟ କରାଯାଇଛି। 

ଗତକାଲି RTPCR ଟେଷ୍ଟ୍‌ ପରେ ୧୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ବୁର୍ଲା ଭୀମସାର୍‌ରେ କୋଭିଡ଼ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୧ରେ ପହଞ୍ଚିଛି। 

Advertisment

ସେପଟେ ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଗତ କିଛିଦିନ ଧରି ସଂକ୍ରମଣ କମିବା ପରେ ପୁଣିଥରେ ସଂକ୍ରମଣ ବଢ଼ୁଥବି ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୩୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୯୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୧୩୮ ରହିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

COVID-19 Micro Contaiment Zone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ