Advertisment

କରୋନା : ୫ ଦିନ ପାଇଁ ଘଟଗାଁ ମନ୍ଦିର ବନ୍ଦ କଲା ପ୍ରଶାସନ

କରୋନା ପାଇଁ ୫ ଦିନ ବନ୍ଦ ରହିବ ଘଟଗାଁ ତାରିଣୀ ପୀଠ...

ଅଦ୍ୟତନ ହୋଇଛି
Maa Tarini

Maa Tarini

Advertisment

କେନ୍ଦୁଝର: ୫ ଦିନ ପାଇଁ ମାଆ ଘଟଗାଁ ତାରିଣୀ ପୀଠ ବନ୍ଦ। ସମ୍ଭାବ୍ୟ ଭିଡ଼ ଆଶଙ୍କାରେ ଘଟଗାଁ ତାରିଣୀ ମନ୍ଦିରରେ କଟକଣା ଲାଗୁ କରାଯାଇଛି। ଡିସେମ୍ବର ୨୫, ୨୬, ୩୧, ଜାନୁଆରୀ ୧ ଓ ୨ରେ ଦର୍ଶନ ବନ୍ଦ ହେବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। ୫ ଦିନ ମନ୍ଦିର ବନ୍ଦ ରହିବା ନେଇ ଟ୍ରଷ୍ଟ ବୋର୍ଡ ସଭାପତି ସୂଚନା ଦେଇଛନ୍ତି। ତେବେ ରାଜ୍ୟରେ ଏହା ମଧ୍ୟରେ କରୋନାର ମାରାତ୍ମକ ଭୂତାଣୁ ଓମିକ୍ରନ ମଧ୍ୟ ପ୍ରବେଶ କରିଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି।

Advertisment

ସୂଚନା ଅନୁସାରେ, ଓଡିଶାରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓଡ଼ିଶାରୁ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ନେଇ ILS ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ, ନାଇଜେରିଆ ଓ କତାରରୁ ଫେରିଥିବା ୨ ଜଣ ବ୍ୟକ୍ତିଙ୍କ ଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି। ଜିନମ ସ୍ୱିକେନ୍ସିଂ ପରେ ଏହି ଦୁଇ ଆକ୍ରାନ୍ତଙ୍କ ଶରୀରରେ ଓମିକ୍ରନ ଭୂତାଣୁ ଥିବା ଜଣାପଡିଛି । ଦୁଇ ଆକ୍ରାନ୍ତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରି ନାହିଁ। ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ବିଦେଶ ଫେରନ୍ତା ସାତ ଜଣଙ୍କ ମଧ୍ୟରୁ ଚାରିଜଣ ନେଗେଟିଭ ଅଛନ୍ତି ।

Corona Virus Odisha Gatagaon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ