Advertisment

ଚେନ୍ନାଇରେ ଅମ୍ରିତଙ୍କର ହେଲା ଫୁସ୍‌ଫୁସ୍‌ ପ୍ରତିରୋପଣ

କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇରେ ଇକମୋ ଚିକିତ୍ସା ନେଉଥିବା ବ୍ରହ୍ମପୁର ବାସୁଦେବନଗର ଅଞ୍ଚଳର ଅମ୍ରିତଙ୍କର ଫୁସଫୁସ୍ ପ୍ରତିରୋପଣ କରାଯାଇଛି। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଆଜି ଭୋର୍ ୩ଟା ୩୦ରୁ ପ୍ରତିରୋପଣ ସର୍ଜରୀ ଆରମ୍ଭ ହୋଇଥିଲା। ଦୀର୍ଘ ୮ରୁ ୯ ଘଣ୍ଟା ଧରି ଅପରେସନ ଚାଲିଥିଲା ବୋଲି ତାଙ୍କ ଭଉଣୀ ମନୀଷା ପ୍ରଧାନ କହିଛନ୍ତି।

ଅଦ୍ୟତନ ହୋଇଛି
Lungs Transplant

Lungs Transplant

Advertisment

ଚେନ୍ନାଇ: କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇରେ ଇକମୋ ଚିକିତ୍ସା ନେଉଥିବା ବ୍ରହ୍ମପୁର ବାସୁଦେବନଗର ଅଞ୍ଚଳର ଅମ୍ରିତଙ୍କର ଫୁସଫୁସ୍ ପ୍ରତିରୋପଣ କରାଯାଇଛି। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଆଜି ଭୋର୍ ୩ଟା ୩୦ରୁ ପ୍ରତିରୋପଣ ସର୍ଜରୀ ଆରମ୍ଭ ହୋଇଥିଲା। ଦୀର୍ଘ ୮ରୁ ୯ ଘଣ୍ଟା ଧରି ଅପରେସନ ଚାଲିଥିଲା ବୋଲି ତାଙ୍କ ଭଉଣୀ ମନୀଷା ପ୍ରଧାନ କହିଛନ୍ତି।

Advertisment

ଇକମୋ ଚିକିତ୍ସାରେ ସଂପୂର୍ଣ୍ଣ ସୁସ୍ଥ ନ ହେବାରୁ ତାଙ୍କର ଟ୍ରାନ୍ସପ୍ଲାଣ୍ଟ କରିବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ। ପରିବାର ଲୋକଙ୍କ ସ୍ୱୀକୃତି ପରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗତକାଲି ଚେନ୍ନାଇର ଜଣେ ଯୁବକ ଉଚ୍ଚ ସ୍ଥାନରୁ ପଡ଼ି ପ୍ରାଣ ହରାଇବା ପରେ ଉକ୍ତ ଯୁବକଙ୍କଠାରୁ ଫୁସଫୁସ ଅଣାଯାଇଥିଲା। ପରେ ରାତିରେ ଅପରେସନ ପାଇଁ ସମସ୍ତ ପ୍ରକ୍ରିୟା ଚୂଡ଼ାନ୍ତ କରାଯାଇଥିଲା। ଏବେ ସୁଦ୍ଧା ଅମ୍ରିତଙ୍କ ଚିକିତ୍ସାରେ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ସରିଥିବାବେଳେ ଆହୁରି ୭୦ରୁ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଭଉଣୀ କହିଛନ୍ତି।

Advertisment

Coronavirus COVID19 ECMO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ