Advertisment

ଦିନେ ୭୫ ହଜାର ଟଙ୍କା ରୋଜଗାର କରୁଥିଲେ, ଏବେ ପରିବା ବିକୁଛନ୍ତି

ଯେଉଁ ହାତ ଦିନେ ବିଦେଶରେ ଖାଦ୍ୟ ତିଆରି କରି ମନ ମୋହୁଥିଲା, ସେହି ହାତ ଆଜି ଭିଟାମାଟିରେ ନିକିତି ଧରି ବଞ୍ଚିବାର ରାହା ଖୋଜୁଛି। ଯିଏ ଦିନେ ଷ୍ଟାର୍ ହୋଟେଲର କୁକ୍ ଭାବେ କିମିଆ କରିଥିଲେ ରୁଷ୍ ଲୋକଙ୍କୁ, ସିଏ ଆଜି ରାସ୍ତାକଡ଼ର ପରିବା ବିକାଳି ହୋଇଛନ୍ତି।

ଦିନେ ୭୫ ହଜାର ଟଙ୍କା ରୋଜଗାର କରୁଥିଲେ, ଏବେ ପରିବା ବିକୁଛନ୍ତି

Balasore

Advertisment

ଭୁବନେଶ୍ୱର: ଆଛା ଆଛା ଲୋକଙ୍କ ପେଶା ଆଉ ପରିଚୟକୁ ବଦଳାଇ ଦେଇଛି ମହାମାରୀ। ଦିନେ ଯିଏ ବିଦେଶରେ ଚାକିରି କରି ମୋଟା ଅଙ୍କର ଦରମା ପାଉଥିଲେ, ସିଏ ଆଜି ରାସ୍ତାକଡ଼ର ପରିବା ବେପାରୀ ହୋଇଯାଇଛନ୍ତି। ଆଉ କିଏ ଶିକ୍ଷାଦୀକ୍ଷା ସତ୍ତ୍ୱେ ପରିସ୍ଥିତି ଚାପରେ ଚାକିରି ଛାଡ଼ି ପାଲଟିଛନ୍ତି ଛତୁ ଚାଷୀ।

Advertisment

ଯେଉଁ ହାତ ଦିନେ ବିଦେଶରେ ଖାଦ୍ୟ ତିଆରି କରି ମନ ମୋହୁଥିଲା, ସେହି ହାତ ଆଜି ଭିଟାମାଟିରେ ନିକିତି ଧରି ବଞ୍ଚିବାର ରାହା ଖୋଜୁଛି। ଯିଏ ଦିନେ ଷ୍ଟାର୍ ହୋଟେଲର କୁକ୍ ଭାବେ କିମିଆ କରିଥିଲେ ରୁଷ୍ ଲୋକଙ୍କୁ, ସିଏ ଆଜି ରାସ୍ତାକଡ଼ର ପରିବା ବିକାଳି ହୋଇଛନ୍ତି। କରୋନା ବଦଳାଇଦେଇଛି ଜୀବନର ମୋଡ଼। ବାଲେଶ୍ୱର ଜିଲ୍ଲା ବାହାନଗା ଗୋପାଳପୁରର ମନୋରଂଜନ ବେହେରା। ଭୁବନେଶ୍ୱରରେ ହୋଟେଲ୍ ମ୍ୟାନେଜମେଣ୍ଟ କୋର୍ସ ସାରି ରୁଷିଆର ଏକ ଷ୍ଟାର୍ ହୋଟେଲରେ କୁକ୍ ଭାବେ କାମ କରୁଥିଲେ। ଭାରତୀୟ ମୁଦ୍ରାରେ ମାସକୁ ଦରମା ଥିଲା ୭୦ ହଜାର ଟଙ୍କା। କିନ୍ତୁ ଦ୍ୱିତୀୟ ଲହରରେ ଭୁଶୁଡ଼ି ପଡ଼ିଲା ହୋଟେଲ୍ ଶିଳ୍ପ। ଶେଷରେ ଚାକିରି ହରାଇ ଗାଁକୁ ଫେରିଆସିଲେ ମନୋରଂଜନ। ଗତ ୩ ମାସ ହେଲା, ଗାଁଠୁ ୨୫ କିଲୋମିଟର ଦୂର ବାଲେଶ୍ୱର ଅରଡ଼ବଜାରରେ ନିଇତି ପସରା ମେଲାଉଛନ୍ତି, ପରିବା ବିକି ଯାହା ରୋଜଗାର କରନ୍ତି ସେତିକିରେ ପରିବାର ଚଳାଉଛନ୍ତି।

Advertisment

ଠିକ୍‌ ସେମିତି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଚଉମୁଖ ଗାଁର ଭାସ୍କର ପାତ୍ରଙ୍କ କଥା ଟିକିଏ ନିଆର। ତଥାପି କରୋନା କାଳରେ ବଦଳି ଯାଇଛି ତାଙ୍କ ସ୍ୱପ୍ନ ଆଉ ସଂଘର୍ଷର ରୂପରେଖ। ଆଇଟିଆଇ ପାସ୍ କରିଥିବା ଭାସ୍କର ଉତ୍ତରାଖଣ୍ଡରେ ଅଟୋମୋବାଇଲ୍ ସେରରେ ଚାକିରି କରୁଥିଲେ। କିନ୍ତୁ ଚାକିରି ଏବଂ ଦରମାକୁ ନେଇ ଆଶଙ୍କିତ ହୋଇ ପଡ଼ିଥିଲେ ସେ । ତେଣୁ ଫେରି ଆସିଲେ ନିଜ ଗାଁକୁ। ଆଉ ମନ ବଳାଇଥିଲେ ଛତୁଚାଷ କରିବାକୁ ଏବଂ ଭୁବନେଶ୍ୱର ଓୟୁଏଟି ଓ ବାଲିଆପାଳରେ ଟ୍ରେନିଂ ନେଇଥିଲେ। ଏହାପରେ ନିଜ ଉଦ୍ୟମରେ ଆରମ୍ଭ କରିଥିଲେ ଛତୁ ଚାଷ ସହିତ ଛତୁ ମଞ୍ଜି ଉତ୍ପାଦନ। ଆଜି ଅକ୍ଲାନ୍ତ ପରିଶ୍ରମ ଓ ଉଦ୍ୟମ ଯୋଗୁ ନିଜେ ତ ସ୍ୱାବଲମ୍ବୀ ହୋଇଛନ୍ତି, ତାସହ ଆଉ କିଛି ଲୋକଙ୍କୁ ସ୍ୱାବଲମ୍ବୀ କରିଛନ୍ତି । ବର୍ଷକୁ ପ୍ରାୟ ୭ ଲକ୍ଷ ଟଙ୍କା ଉପାର୍ଜନ କରୁଛନ୍ତି ଭାସ୍କର ପାତ୍ର। କରୋନା କାଳରେ ସ୍ୱାବଲମ୍ବୀ ହୋଇଥିବା ମନୋରଂଜନ ଏବଂ ଭାସ୍କରଙ୍କ ଏଭଳି ଉଦ୍ୟମ, ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟା

Odisha News Odisha Coronavirus COVID-19 Balasore
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ