Advertisment

ଖୁବ୍‌ ଶୀଘ୍ର ଭାରତରେ ଉପଲ୍ଲବ୍ଧ ହୋଇପାରେ ଆଉ ଏକ କରୋନା କବଚ

ଆସନ୍ତା ଅକ୍ଟୋବରରୁ ଭାରତରେ ଉପଲ୍ଲବ୍ଧ ହୋଇପାରେ ଆଉ ଏକ କରୋନା କବଚ କୋଭାଭାକ୍ସ ଟିକା। ଅକ୍ଟୋବର ସୁଦ୍ଧା କୋଭାଭାକ୍ସ ଟିକା ଦେଶରେ ଉପଲ୍ଲବ୍ଧ ନେଇ ଆଶାବାଦୀ ଥିବା ସେରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସିଇଓ ଆଦର ପୁନାୱାଲା ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
ଖୁବ୍‌ ଶୀଘ୍ର ଭାରତରେ ଉପଲ୍ଲବ୍ଧ ହୋଇପାରେ ଆଉ ଏକ କରୋନା କବଚ

vaccination

Advertisment

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରୁ ଭାରତରେ ଉପଲ୍ଲବ୍ଧ ହୋଇପାରେ ଆଉ ଏକ କରୋନା କବଚ କୋଭାଭାକ୍ସ ଟିକା। ଅକ୍ଟୋବର ସୁଦ୍ଧା କୋଭାଭାକ୍ସ ଟିକା ଦେଶରେ ଉପଲ୍ଲବ୍ଧ ନେଇ ଆଶାବାଦୀ ଥିବା ସେରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସିଇଓ ଆଦର ପୁନାୱାଲା ସୂଚନା ଦେଇଛନ୍ତି। ୨୦୨୨ ପ୍ରଥମାର୍ଦ୍ଧ ଜାନୁଆରୀ-ଫେବୃଆରୀରେ ପିଲାଙ୍କ ପାଇଁ କୋଭାଭାକ୍ସ ଟିକା ଉପଲ୍ଲବ୍ଧ ହୋଇପାରେ ବୋଲି ସେ କହିଛନ୍ତି।

Advertisment

ସେହିପରି ପ୍ରାପ୍ତ ବୟସ୍କଙ୍କ ପାଇଁ ଆସିବାକୁ ଥିବା କୋଭାଭାକ୍ସ ଟିକା ଅକ୍ଟୋବରରେ ଉପଲ୍ଲବ୍ଧ ହୋଇପାରେ ବୋଲି ପୁନାୱାଲା ଆଶବାଦୀ ଅଛନ୍ତି। ତେବେ ଟିକା ଅକ୍ଟୋବରରେ ଉପଲ୍ଲବ୍ଧ ନେଇ ଆଦର ପୁନାୱାଲା ଆଶାବାଦୀ ଥିଲେ ବି ଏହା DCGIଙ୍କ ଚୂଡାନ୍ତ ଅନୁମତି ଉପରେ ନିର୍ଭର କରୁଛି। ଏହି ଟିକାର ଦୁଇଟି ଡୋଜ୍‌ ରହିବ ଓ ଏହା ଯେବେ ଉପଲ୍ଲବ୍ଧ ହେବ ସେବେ ଏହାର ଦର ଉପରେ ନିଷ୍ପତ୍ତି ନିଆଯିବ ବୋଲି ସେରମ ଇନଷ୍ଟିଚ୍ୟୁଟ୍‌ ସିଇଓ ସୂଚନା ଦେଇଛନ୍ତି।

Advertisment

ଗତକାଲି ପୁନାଓ୍ୱାଲା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟେଙ୍କୁ ସାକ୍ଷାତ କରିଥିଲେ। କରୋନା ଟିକା କୋଭିସିଲ୍ଡ ପରେ ଭାରତରେ ସେରମ୍ ଇନଷ୍ଟିଚ୍ୟୁଟ୍‌ କୋଭାଭାକ୍ସ ଟିକା ମଧ୍ୟ ଉତ୍ପାଦନ କରିବାକୁ ଯାଉଛି। ଆମେରିକୀୟ କମ୍ପାନୀ ନୋଭାଭାକ୍ସ ଟିକା ଭାରତରେ ଉତ୍ପାଦନ ଲାଗି ସେରମ୍ ସହ ଚୁକ୍ତି କରିଛି। ସୂଚନାଥାଉ କି, ଜୁଲାଇରେ ଭାରତର ସେଣ୍ଟ୍ରାଲ ଡ୍ରଗ୍‌ ଅଥରିଟିର ଏକ ଏକ୍ସପର୍ଟ ପ୍ୟାନେଲ୍‌ ସେରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆକୁ ପିଲାଙ୍କ (୨ରୁ ୧୭ ବର୍ଷ) ଉପରେ କୋଭାଭାକ୍ସର ୨/୩ ପର୍ଯ୍ୟାୟ ଟ୍ରାଏଲ କରିବା ପାଇଁ ଅନୁମତି ପ୍ରଦାନ କରିଥିଲା।

ଏପ୍ରିଲ ଏବଂ ମେ ମାସରେ କରୋନାର ଦ୍ୱିତୀୟ ଲହରୀ ଦେଶରେ ତାଣ୍ଡବ ରଚିଥିଲା । ​​ ଦୁଇ ମାସ ମଧ୍ୟରେ କରୋନା ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଲେ।ଅଗଷ୍ଟ ୧୪ରେ କୋଭିଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ କିପରି ଯୋଜନା ପ୍ରସ୍ତୁତ ହୋଉଛି । ସରକାରଙ୍କୁ ଏନେଇ ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ । ରାଜ୍ୟଗୁଡିକ କେନ୍ଦ୍ରକୁ ଦେଇଥିବା ତଥ୍ୟ ଅନୁଯାୟୀ ଏହି ଦୁଇ ମାସରେ କୋଭିଡ ୧୯ରେ ସଂକ୍ରମିତ ହୋଇ ୧.୬୯ ଲକ୍ଷ ରୋଗୀଙ୍କ ମୃତ୍ୟୁ ଘଟିଛି ।

Advertisment
COVID-19 Vaccine Adar Poonawalla Serum Institute Of India Covovax Covid Vaccine Covovax
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ