Advertisment

୨୪ ଘଂଟାରେ ରାଜ୍ୟରେ ୭୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୩ ଜଣଙ୍କ ପ୍ରାଣ ନେଲା ମହାମାରୀ

ଏହାସହ ଏହାରି ମଧ୍ୟରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର ଟପିଛି। ରାଜ୍ୟରେ ଆଉ ୫୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮,୦୨୨କୁ ବୃଦ୍ଧି ପାଇଛି।

corona virus

corona virus

Advertisment

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଭାବରେ ବଢିଚାଲିଛି କରୋନା। ଗତ ୨୪ ଘଂଟାରେ ରାଜ୍ୟରେ ୭୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୨୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଅର୍ଥାତ୍‌ କ୍ୱାରେଣ୍ଟାଇନ୍‌ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ଅର୍ଥାତ୍‌ ଲୋକାଲ୍‌ କେସ୍‌ ରହିଛି ୨୯୭। ଏହାସହ ଏହାରି ମଧ୍ୟରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର ଟପିଛି। ରାଜ୍ୟରେ ଆଉ ୫୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮,୦୨୨କୁ ବୃଦ୍ଧି ପାଇଛି।

Advertisment

ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ବି ୧୮ ବର୍ଷରୁ କମ ବର୍ଗରେ ସଂକ୍ରମଣ କମିବାର ନା ନେଉନି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୧୯ ପଜିଟିଭ ଟିହ୍ନଟ ହୋଇଛନ୍ତି ତେବେ ଏଥି ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ସଂକ୍ରମିତ ହୋଇଛନ୍ତି ୧୨୫ ଜଣ। ଗତ କିଛି ଦିନ ହେଲା ଶହେ ଉପରେ କିମ୍ବା ଶହେ ପାଖାପାଖି ରହୁଛି ଶିଶୁ ସଂକ୍ରମଣ ସଂଖ୍ୟା। ଏହାକୁ ନେଇ ଏବେ ଚିନ୍ତା ବଢିଛି। ଅନ୍ୟପଟେ କ୍ୱାରେଣ୍ଟିନରୁ ୪୨୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୨୯୭। କେବଳ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୫୯ ଜଣ ଆକ୍ରାନ୍ତ। ରାଜ୍ୟରେ ଏବେ ମୋଟ ଆକ୍ଟିଭ କେସ୍ ରହିଛି ୭ ହଜାର ଶହେ ୫୯।

Advertisment

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳୁଥିବା ସୂଚନା ଅନୁସାରେ, ଅନୁଗୁଳରୁ ୧୮ ଜଣ, ବାଲେଶ୍ୱରରୁ ୪୩ଜଣ, ବରଗଡ଼ରୁ ମାତ୍ର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁରରୁ ୨୩ଜଣ, ଯାଜପୁରରୁ ୨୭ ଜଣ, ଝାରସୁଗୁଡ଼ାରୁ ୨ ଜଣ, କଳାହାଣ୍ଡିରୁ ୩ ଜଣ, କନ୍ଧମାଳରୁ ୪ ଜଣ, କେନ୍ଦ୍ରାପଡ଼ାରୁ ୨୮ ଜଣ, କେନ୍ଦୁଝରରୁ ୧୩ ଜଣ, ଖୋର୍ଦ୍ଧାରୁ ୨୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭଦ୍ରକରୁ ୧୯ ଜଣ, ବଲାଙ୍ଗୀରରୁ ୩ଜଣ, ବୌଦ୍ଧରୁ ୬ଜଣ, କଟକରୁ ୮୯ ଜଣ, ପୁରୀରୁ ୧୪ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ୱଲପୁରରୁ ୧୨ ଜଣ, ସୋନପୁରରୁ ୨ଜଣ, ସୁନ୍ଦରଗଡ଼ରୁ ୧୯ ଜଣ, ଦେବଗଡ଼ରୁ ୯ ଜଣ, ଢେଙ୍କାନାଳରୁ ୧୪ ଜଣ, ଗଞ୍ଜାମରୁ ୫ ଜଣ , କୋରାପୁଟରୁ ୩ଜଣ, ମାଲକାନଗିରିରୁ ୨ଜଣ, ମୟୁରଭଞ୍ଜରୁ ୩୦ ଜଣ, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲରୁ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟ ସରକାର ଆଜିଠୁ ନୂଆ ଗାଇଡ଼୍‌ଲାଇନ୍‌ ଜାରି କରିଛନ୍ତି।

Odisha Coronavirus COVID19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ