Advertisment

୨୪ ଘଂଟାରେ ୬୪୦ଜଣଙ୍କ ମୁଣ୍ଡ ନେଲା କରୋନା

ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଦେଶରେ ସଂକ୍ରମଣ କମିବାର ଅର୍ଥ ନୁହେଁ ଆମେ କରୋନା ନିୟମ ଭୁଲିଯିବା ଏବଂ ମନଇଚ୍ଛା କାମ କରିବା। ଏମିତି କଲୋ ପୁଣି ଥରେ କରୋନା ସଂକ୍ରମଣ ବଢିପାରେ। ତେଣୁ ଏବେ ବି ଆମେ ସତର୍କ ରହିବା ସହ ପୂରାପୂରି କରୋନା ନିୟମ ମାନିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

ଆଜି ବି ସଂକ୍ରମିତଙ୍କ ସଂଖ୍ୟା ଦେଢ ହଜାର ଉପରେ, ଆଖି ବୁଜିଲେ ୬୯

corona positive in odisha

Advertisment

ନୂଆଦିଲ୍ଲୀ:ଦେଶରେ ଧୀରେ ଧୀରେ କମିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୪୩,୫୦୯ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୪୦ ଜଣଙ୍କ ଜୀବନ ନେଇଛି କରୋନା। ତେବେ ଏବେ ସୁଦ୍ଧା ଦେଶରେ ମୋଟ୍‌ ୩୧,୫୨୮,୧୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଠିକ୍‌ ସେହିପରି ଭାବରେ ମୃତ୍ୟୁସଂଖ୍ୟା ୪,୨୨,୬୬୨ରେ ପହଞ୍ଚିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେଶରେ ଏବେବି ଆକ୍ଟିଭ୍ କେସର ସଂଖା ୩,୯୯,୪୩୬ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଦେଶରେ ମୋଟ୍‌ ୪୫,୦୭,୦୬,୨୫୭ ଜଣଙ୍କୁ ଟିକା ଦିଆଯାଇଛି। ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଦେଶରେ ସଂକ୍ରମଣ କମିବାର ଅର୍ଥ ନୁହେଁ ଆମେ କରୋନା ନିୟମ ଭୁଲିଯିବା ଏବଂ ମନଇଚ୍ଛା କାମ କରିବା। ଏମିତି କଲୋ ପୁଣି ଥରେ କରୋନା ସଂକ୍ରମଣ ବଢିପାରେ। ତେଣୁ ଏବେ ବି ଆମେ ସତର୍କ ରହିବା ସହ ପୂରାପୂରି କରୋନା ନିୟମ ମାନିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

Advertisment

ଏଠାରେ ସୂଚନା ଦେଉଛୁ କି, ରାଜ୍ୟରେ ମଧ୍ୟ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଂଟାରେ ୧୬୧୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୯୩୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୬୭୮ ରହିଛି।ଖୋର୍ଦ୍ଧାରୁ ସର୍ବାଧିକ ୪୪୨ ପଜିଟିଭ୍‌ ଚିହ୍ନଟ ହୋଇ ଥିବାବେଳେ କଟକରୁ ୨୨୯ ଚିହ୍ନଟ ହୋଇଛନ୍ତି।

Advertisment

ସେହିପରି ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧାରୁ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ, ବରଗଡ଼ରୁ ୭, ସୁନ୍ଦରଗଡ଼ରୁ ୬, ଝାରସୁଗୁଡ଼ା ଓ ସମ୍ବଲପୁରରୁ ୫ ଜଣ ଲେଖାଏ, ଅନୁଗୁଳ, ବଲାଙ୍ଗିର, କଟକ, ଗଞ୍ଜାମ, ଯାଜପୁର, ପୁରୀରୁ ୩ ଜଣ ଲେଖାଏ, ଭଦ୍ରକ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏ, ବାଲେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, କେନ୍ଦୁଝର,କୋରାପୁଟ, ମୟୂରଭଞ୍ଜ ଓ ନୂଆପଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୭୬୮କୁ ବୃଦ୍ଧି ପାଇଛି।

Coronavirus India COVID19 Updates
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ