Advertisment

ଅନ୍‌ଲକ୍‌ ହେବ କି ଓଡ଼ିଶା ? ଜାଣନ୍ତୁ କ’ଣ କହିଲେ DMET ମୁଖ୍ୟ

କିଛି ଦିନ ହେଲା ଦୈନିକ ପଜିଟିଭ ସଂଖ୍ୟା ୧୬୦୦/୧୭୦୦ ଭିତରେ ହିଁ ଟ୍ରେଣ୍ଡ ରହୁଛି। ଵିଶେଷ ବଢ଼ି ନାହିଁ। ତେଣୁ ସଂକ୍ରମଣ ହାର, ବିଭିନ୍ନ ଜିଲ୍ଲାର ସ୍ଥିତିକୁ ସମୀକ୍ଷା କରି ରାଜ୍ୟ ସରକାର ଅନଲକ୍‌ ପ୍ରକ୍ରିୟା ନିଷ୍ପତ୍ତି ନେବେ।

ଅଦ୍ୟତନ ହୋଇଛି
ଅନ୍‌ଲକ୍‌ ହେବ କି ଓଡ଼ିଶା ? ଜାଣନ୍ତୁ କ’ଣ କହିଲେ DMET ମୁଖ୍ୟ

DMET Chief CBK Mohanty

Advertisment

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ରହିଛି। ଡିଏମ୍ଇଟି ମୁଖ୍ୟ ସିବିକେ ମହାନ୍ତି ଏହା କହିଛନ୍ତି। ସେ କହିଛନ୍ତି, କିଛି ଦିନ ହେଲା ଦୈନିକ ପଜିଟିଭ ସଂଖ୍ୟା ୧୬୦୦/୧୭୦୦ ଭିତରେ ହିଁ ଟ୍ରେଣ୍ଡ ରହୁଛି। ଵିଶେଷ ବଢ଼ି ନାହିଁ। ତେଣୁ ସଂକ୍ରମଣ ହାର, ବିଭିନ୍ନ ଜିଲ୍ଲାର ସ୍ଥିତିକୁ ସମୀକ୍ଷା କରି ରାଜ୍ୟ ସରକାର ଅନଲକ୍‌ ପ୍ରକ୍ରିୟା ନିଷ୍ପତ୍ତି ନେବେ।  ଓଡ଼ିଶା ସମେତ ୫ ରାଜ୍ୟରେ କେସ୍‌ ଲୋଡ଼ ଅଧିକ ରହୁଛି ବୋଲି କେନ୍ଦ୍ର କହିଲେ ମଧ୍ୟ ସ୍ଥିତି ସେଭଳି ନାହିଁ। ଜାତୀୟ ହାରରେ ଆମ ସଂଖ୍ୟା କମ୍‌ ରହୁଛି। 

Advertisment

ଡିଏମ୍‌ଇଟି ମୁଖ୍ୟ ଆହୁରି କହିଛନ୍ତି, କଟକ, ଖୋର୍ଦ୍ଧାରେ ସମ୍ପୂର୍ଣ୍ଣ ଅନ୍‌ଲକ୍‌ ହେବାର ସମ୍ଭାବନା ରହୁନି। ସ୍ଥିତି, ସମୟ, ସଂକ୍ରମଣ ପରିସ୍ଥିତିକୁ ଅନୁଧ୍ୟାନ କରାଯାଇ ଅନ୍‌ଲକ୍‌ ନିଷ୍ପତ୍ତି ନିଆଯିବ। ବିଶେଷଜ୍ଞ କମିଟି ଟିମ୍ ଯାହା କହିବେ ତାହା ନିଷ୍ପତ୍ତି ନିଆଯିବ।

ସ୍ଥିତିରେ ସୁଧାର ଆସୁଥିବାରୁ ଅଗଷ୍ଟ ଗାଇଡଲାଇନ୍‌ରେ ଆଉ କିଛି କଟକଣା କୋହଳ କରାଯାଇପାରେ ବୋଲି କୁହାଯାଉଛି। । କାଟାଗୋରୀ-ବି ଜିଲ୍ଲାରେ ଏବେ ଅପରାହ୍ନ ୫ଟା ଯାଏଁ ଦୋକାନ ଖୋଲିବାକୁ ଅନୁମତି ଥିବା ବେଳେ ଏହାକୁ ରାତି ୮ଟା ଯାଏଁ ବଢ଼ାଯିବାର ସମ୍ଭାବନା ରହିଛି । ତେବେ ଟୁଇନ୍‌ସିଟିରେ ଆକ୍ଟିଭ୍ କେସ୍ ଅଧିକ ଥିବାରୁ ଦୁଇ ମହାନଗର ପାଇଁ କିଛି ସ୍ୱତନ୍ତ୍ର ନିୟମ ଆସିପାରେ । ହେଲେ ନାଇଟ୍ କର୍ଫ୍ୟୁ, ସାମାଜିକ, ରାଜନୈତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ବଳବତ୍ତର ରହିବାର ସମ୍ଭାବନା ଅଛି । ତେବେ ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲିବ କି ନାହିଁ ତାଉପରେ ସସ୍‌ପେନ୍‌ସ ଲାଗି ରହିଛି ।

Advertisment

ରାଜ୍ୟରେ ୧୬୧୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୯୩୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୬୭୮ ରହିଛି।ଖୋର୍ଦ୍ଧାରୁ ସର୍ବାଧିକ ୪୪୨ ପଜିଟିଭ୍‌ ଚିହ୍ନଟ ହୋଇ ଥିବାବେଳେ କଟକରୁ ୨୨୯ ଚିହ୍ନଟ ହୋଇଛନ୍ତି। 

Advertisment

ସେହିପରି ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।  ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୭୬୮କୁ ବୃଦ୍ଧି ପାଇଛି। ଆଗାମୀ ୧୦ରୁ ୧୫ ଦିନ ମଧ୍ୟରେ କରୋନାରେ ବଳକା ମୃତ୍ୟୁ ସଂଖ୍ୟାର ଅଡ଼ିଟ ଶେଷ ହେବ । ବର୍ତ୍ତମାନ କରୋନା ମୃତ୍ୟୁର ଅଡ଼ିଟ ପରେ ସମସ୍ତ ତଥ୍ୟ ପ୍ରଦାନ କରାଯାଉଛି । ମୃତକଙ୍କ ପରିବାର କି ପ୍ରକାର ସୁବିଧା ଓ ସୁଯୋଗ ପାଉଛନ୍ତି, ସେସବୁ ଦିଗକୁ ଅନୁଧ୍ୟାନ କରି ଅଡ଼ିଟ ରିପୋର୍ଟ ଦିଆଯାଉଛି । ଏନେଇ ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।

Odisha Unlock Process
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ