Advertisment

ସାବଧାନ ! ବଜାରରେ ମିଳୁଛି ନକଲି କରୋନା ଟିକା

ତେଲ ନକଲି। ଚା ନକଲି। ଔଷଧ ବି ନକଲି। ଏବେ ଟିକା ନକଲି କରିବା ଆରମ୍ଭ ହୋଇ ଯାଇଛି। ନକଲି କୋଭିଶିଲ୍ଡ ଚିହ୍ନଟ ପରେ ନିର୍ଦ୍ଦେଶାବଳୀ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ନକଲି କୋଭିଡ-୧୯ ଟିକା ଚିହ୍ନଟ କରିବା ଓ ଏହାକୁ ବ୍ୟବହାର ନ କରିବା ପାଇଁ ଅନୁରୋଧ କରାଯାଇଛି

Fake vaccine

Fake vaccine

Advertisment

ନୂଆଦିଲ୍ଲୀ: ତେଲ ନକଲି। ଚା ନକଲି। ଔଷଧ ବି ନକଲି। ଏବେ ଟିକା ନକଲି କରିବା ଆରମ୍ଭ ହୋଇ ଯାଇଛି। ନକଲି କୋଭିଶିଲ୍ଡ ଚିହ୍ନଟ ପରେ ନିର୍ଦ୍ଦେଶାବଳୀ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ନକଲି କୋଭିଡ-୧୯ ଟିକା ଚିହ୍ନଟ କରିବା ଓ ଏହାକୁ ବ୍ୟବହାର ନ କରିବା ପାଇଁ ଅନୁରୋଧ କରାଯାଇଛି। ବର୍ତ୍ତମାନ ଭାରତରେ ତିନୋଟି ଟିକା ଦିଆଯାଉଛି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର କୋଭିଶିଲ୍ଡ, ଭାରତ ବାୟୋଟେକର କୋଭାକ୍ସିନ ଏବଂ ରୁଷିଆ ଟିକା ସ୍ପୁଟ୍ନିକ୍ ଭି। ହେଲେ ଦକ୍ଷିଣ-ପୂର୍ବ ଏସିଆ ଏବଂ ଆଫ୍ରିକାରେ ନକଲି କୋଭିଶିଲ୍ଡ ଚିହ୍ନଟ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନକଲି ସଂସ୍କରଣର ଖୁଲାସା କରିବାର ଦୁଇ ସପ୍ତାହ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏମିତି ଜନହିତକର ନିର୍ଦ୍ଦେଶାବଳୀ ଆସିଛି। ଏବେ ଜାଣନ୍ତୁ କେମିତି ଚିହ୍ନିବେ ଅସଲି କୋଭିଡ ଟୀକା।

Advertisment

କୋଭିଶିଲ୍ଡ 

କୋଭିଶିଲ୍ଡ ଭ୍ୟାକ୍ସିନରେ ଏସଆଇଆଇ ପ୍ରଡକ୍ଟର ଲେବଲ ରହିଥାଏ। ଯାହାର କଲର ସେଡ ଗାଢ ସବୁଜ। ଆଉ ସେଡରେ ପାଣ୍ଟୋନ୍ 355C ଲେଖା ହୋଇଥାଏ। ଆଲୁମିନିୟମ୍ ଫ୍ଲିପ୍ ଅଫ ସିଲର ରଙ୍ଗ ବି ଗାଢ ସବୁଜ ଥାଏ। ଏହା ସହିତ ବ୍ରାଣ୍ଡ ନାଁ ସହିତ ଟ୍ରେଡ୍‌ ମାର୍କ ମଧ୍ୟ ଉଲ୍ଲେଖ କରାଯାଇଥାଏ। ଯଥା COVISHIELD। ଅଧିକ ସ୍ପଷ୍ଟ ଏବଂ ପଠନୀୟ ହେବା ପାଇଁ ଅକ୍ଷରଗୁଡିକ ସ୍ୱତନ୍ତ୍ର ଧଳା ରଙ୍ଗରେ ମୁଦ୍ରିତ କରାଯାଇଛି। ପୁରା ଲେବଲକୁ ଏକ ସ୍ୱତନ୍ତ୍ର ଟେକ୍ସଚର ହନିକମ୍ବର ପ୍ରଭାବ ଦିଆଯାଇଛି। ଯାହା କେବଳ ଏକ ନିର୍ଦ୍ଦିଷ୍ଟ କୋଣରେ ଦୃଶ୍ୟମାନ ହୁଏ। ଏଭଳି କିଛି ନିର୍ଦ୍ଦିଷ୍ଟତାକୁ ପରଖି ପାରିଲେ ନକଲି ଓ ଅସଲି କୋଭିଶିଲ୍ଡ ଟିକା ମଧ୍ୟରେ ଫରକ ଜାଣି ପାରିବେ।

Advertisment

କୋଭାକ୍ସିନ

କୋଭାକ୍ସିନର ଲେବଲ ଉପରେ ଇନଭିଜିବଲ UV ହେଲିକ୍ସ ଲେଖାଯାଇଥାଏ। ଯାହା କେବଳ UV ଆଲୋକରେ ଦୃଶ୍ୟମାନ ହୋଇଥାଏ। ଆଉ ଲେବଲରେ ଅତି ଛୋଟ ଅକ୍ଷରରେ କୋଭାକ୍ସିନ ଲେଖା ହୋଇଥାଏ।

ସ୍ପୁଟନିକ୍‌

ଆମଦାନୀ ହୋଇଥିବା ସ୍ପୁଟନିକ ରୁଷିଆର ଦୁଇଟି ଭିନ୍ନ ବଲ୍କ ଉତ୍ପାଦନ ସ୍ଥାନରୁ ଆସୁଛି। ତେଣୁ ଏହି ଦୁଇଟି ସାଇଟ୍ ପାଇଁ ଦୁଇଟି ଭିନ୍ନ ଲେବଲ୍ ରହିଛି। ହେଲେ ସମସ୍ତ ସୂଚନା ଏବଂ ଡିଜାଇନ୍ ସମାନ ହୋଇଥିବା ବେଳେ କେବଳ ମାନ୍ୟୁଫ୍ୟାକ୍ଚର ନାମ ପୃଥକ୍‌ ରହିଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ଆମଦାନୀ ହୋଇଥିବା ଉତ୍ପାଦଗୁଡିକ ପାଇଁ ଇଂରାଜୀ ଲେବଲ୍ ବ୍ୟବହାର କରାଯାଉଛି।

Advertisment

ଅସଲି କରୋନା ଟିକା ଜାଣିବା ପାଇଁ ବିଭିନ୍ନ ପାରାମିଟର ରହିଛି। ସେସବୁକୁ ଦେଶବାସୀ ଜାଣିବା ଉଚିତ। ଏମିତି ହେଲେ ନକିଲି କୋଭିଡ ଟିକା ଭାରତରେ କାୟା ବିସ୍ତାର କରି ପାରିବ ନାହିଁ।

India News Coronavirus COVID-19 Fake Vaccine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ