Advertisment

ରେଡ୍‌ ଜୋନ୍‌ରେ ଖୋର୍ଦ୍ଧା, ରାଜଧାନୀକୁ ନେଇ ଚିନ୍ତା

ଖୋର୍ଦ୍ଧା ଓ କଟକରେ ଅମାନିଆଙ୍କ ଲାଗି ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଛି। ଅନେକ ଲୋକ କରୋନା କଟକଣାକୁ ପାଳନ କରୁ ନାହାନ୍ତି। ସାମାଜିକ ଦୂରତା, ମାସ୍କ ବ୍ୟବହାରରେ ଅବହେଳା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Khurda In Red Zone

Khurda In Red Zone

Advertisment

ଭୁବନେଶ୍ୱର: ଖୋର୍ଦ୍ଧା ଓ କଟକରେ କରୋନା ସଂକ୍ରମଣ ବଢୁଛି। ପାର୍ବଣରେ ସଂକ୍ରମଣ ବଢ଼ିବା ଆଶଙ୍କା ନେଇ DMET ସୂଚନା ଦେଇଛନ୍ତି। ଡିଏମ୍‌ଇଟି ମୁଖ୍ୟ ସିବିକେ ମହାନ୍ତି କହିଛନ୍ତି, ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ଅଧିକ ଲୋକ ଆସୁଥିବାରୁ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି। କିଛିଟା ବଢ଼ି ଦୈନିକ ସଂକ୍ରମଣ ୪୦୦ରୁ ୬୦୦ ଭିତରେ ରହୁଛି। ଟେଷ୍ଟ ପଜିଟିଭିଟି ରେଟ୍ ଏବଂ ଆକ୍ଟିଭ୍‌ କେସ୍‌କୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାକୁ ରେଡ୍ ଜୋନ୍ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି। ଲୋକମାନଙ୍କୁ ସବୁବେଳେ ସଚେତନ ରହିବାକୁ ହେବ। ସଚେତନ ରହିଲେ ହିଁ କରୋନା ସଂକ୍ରମଣକୁ ରୋକି ହେବ।

Advertisment

ଖୋର୍ଦ୍ଧା ଓ କଟକରେ ଅମାନିଆଙ୍କ ଲାଗି ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଛି। ଅନେକ ଲୋକ କରୋନା କଟକଣାକୁ ପାଳନ କରୁ ନାହାନ୍ତି। ସାମାଜିକ ଦୂରତା, ମାସ୍କ ବ୍ୟବହାରରେ ଅବହେଳା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ସରକାର ରାତି ୮ଟା ପରେ ବାହାରକୁ ବାହାରିବାରେ କଟକଣା ଲଗାଇଥିଲେ ମଧ୍ୟ ଅନେକ ଏହାକୁ ମାନୁ ନଥିବା ନଜର ଆସିଛି।

ଅକ୍ଟୋବର ୭ ତାରିଖରେ ରାଜ୍ୟରେ ୫୮୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ଥିଲେ ୨୮୨ ଜଣ। ଆଉ ଏଥିମଧ୍ୟରୁ ରାଜଧାନୀ ଭୁବନେଶ୍ୱରୁ ବାହାରିଥିଲେ ୨୬୭ ଜଣ। ସେହିପରି ୮ ତାରିଖରେ ରାଜ୍ୟରେ ୫୨୪ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ୨୫୦ ଜଣ ଥିବାବେଳେ ଏଥିମଧ୍ୟରୁ ଭୁବନେଶ୍ୱରରୁ କେବଳ ୨୩୩ , ୯ ତାରିଖରେ ରାଜ୍ୟରେ ୫୨୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରେ ୨୩୩ ଥିବାବେଳେ ଏଥିମଧ୍ୟରୁ ରାଜଧାନୀରୁ କେବଳ ୨୧୬ ଜଣ, ୧୦ ତାରିଖରେ ରାଜ୍ୟରେ ୬୫୨ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରେ ୩୩୧ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏଥିମଧ୍ୟରୁ ଭୁବନେଶ୍ୱରରୁ କେବଳ ୧୫୯ ଜଣ, ୧୧ ତାରିଖରେ ରାଜ୍ୟରେ ଚିହ୍ନଟ ୪୪୮ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରେ ୨୦୮ ଚିହ୍ନଟ ହୋଇଥିବା ବେଳେ ଏଥିମଧ୍ୟରୁ ଭୁବନେଶ୍ୱରରୁ ୧୫୯, ୧୨ ତାରିଖରେ ରାଜ୍ୟରେ ଚିହ୍ନଟ ୫୨୯ ପଜିଟିଭ୍‌ଙ୍କ ମଧ୍ୟରୁ ଖୋର୍ଦ୍ଧାରେ ୨୭୪ ଚିହ୍ନଟ ହୋଇଥିବା ବେଳେ ଏଥିମଧ୍ୟରୁ ଭୁବନେଶ୍ୱରରୁ ୨୩୪, ୧୩ ତାରିଖରେ ରାଜ୍ୟରେ ଚିହ୍ନଟ ୬୧୫ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରେ କେବଳ ୩୨୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। 

Advertisment

୨୪ ଘଣ୍ଟାରେ ରାଜ୍ୟରେ ୬୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୮ ଆକ୍ରାନ୍ତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୫୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୫୮ ରହିଛି। 

Bhubaneswar Cuttack COVID19 Khurda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ