Advertisment

କରୋନା ବେଳେ ପୁଣି ଆସିଲା ଫ୍ଲୋରନା : ଜାଣନ୍ତୁ ଏହା କେତେ ଭୟଙ୍କର?

ସାରା ବିଶ୍ୱ ଏବେ କରୋନା ଭାଇରସ ମହାମାରୀ କବଳିତ ହୋଇଛି। କୋଭିଡ-୧୯ର ନୂଆ ନୂଆ ଉତପରିବର୍ତ୍ତନ ଏବେ ବୈଜ୍ଞାନିକଙ୍କ ନିଦ ହଜେଇ ଦେଇଛି।

florona

florona

Advertisment

କରୋନା ସରିନି ପୁଣି ଥରେ ନୂଆ ମହାମାରୀ ଫ୍ଲୋରନା ଆସିଲାଣି। ଯାହାକି ବୈଜ୍ଞାନିକଙ୍କ ନିଦ ହଜାଇଦେଇଛି। କୋଭିଡ୍‌-୧୯ ସଂକ୍ରମଣ ତାଣ୍ଡବରେ ତ୍ରାହି ତ୍ରାହି ଡାକୁଛି ପୂରା ବିଶ୍ୱ। ଆଉ ଏହାରି ମଧ୍ୟରେ ଫ୍ଲୋରନା ଆସିଯାଇଥିବାରୁ ଆତଙ୍କିତ ଅବସ୍ଥାରେ ଲୋକେ। ଇସ୍ରାଏଲରେ ଏହି ଭୟଙ୍କର ମହାମାରୀ ଚିହ୍ନଟ ହେବା ପରେ ଚିନ୍ତାରେ ପୂରା ବିଶ୍ୱ। ଫ୍ଲୋରାନା କୋଭିଡ ଓ ଇନଫ୍ଲୁଏଞ୍ଜାର ଏକ ଦୋହରା ସଂକ୍ରମଣ ବୋଲି କୁହାଯାଉଛି। ବର୍ତ୍ତମାନ ସୁଦ୍ଧା ଏହି ପରି କେବଳ ଜଣେ ଆକ୍ରାନ୍ତ ଠାବ ହୋଇଛନ୍ତି।

Advertisment

ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହେବା ପରେ ବୁଷ୍ଟର ଡୋଜ୍‌ ପ୍ରକ୍ରିୟାକୁ ଅନେକ ଦେଶ ତ୍ୱରାନ୍ୱିତ କରିଛନ୍ତି। ଏମିତିକି ଇସ୍ରାଏଲରେ ଦୁର୍ବଳ ଇମ୍ୟୁନୋ ଲୋକଙ୍କୁ କୋଭିଡ ଟିକାର ଚତୁର୍ଥ ଡୋଜ ଦିଆଗଲାଣି। ଫ୍ଲୋରାନା ନେଇ ଇସ୍ରାଏଲି ସମ୍ବାଦପତ୍ର ‘ଏଇଡଟ ହାର୍ନୋଟ’ ଅନୁସାରେ ଚଳିତ ସପ୍ତାହରେ ରେବିନ ମେଡିକାଲ ସେଣ୍ଟରକୁ ଆସିଥିବା ଜନୈକ ପ୍ରସୂତୀଙ୍କ ଠାରେ ଏହି ଦୋହରା ସଂକ୍ରମଣର ମାମଲା ଚିହ୍ନଟ ହୋଇଛି। ତେବେ ବଡ଼ ପ୍ରଶ୍ନ ଏହି ମହାମାରୀ କେଉଁଠୁ ଆସିଲା ? କେମିତି ସମ୍ପୃକ୍ତ ବ୍ୟକ୍ତି ସଂକ୍ରମଣ ହେଲେ? ସେନେଇ ଏବେ ବେଶ୍‌ ଚର୍ଚ୍ଚା ଚାଲିଛି। କୁହାଯାଉଛି କେବଳ ଇସ୍ରାଏଲ ନୁହେଁ ବରଂ ଆରବ ଦେଶ ଗୁଡ଼ିକରେ ଏହା ବ୍ୟାପକ ଭାବରେ ସଂକ୍ରମଣ କଲାଣି। ଟେଷ୍ଟିଂ ଓ ଟ୍ରାକିଂକୁ ଅଧିକ ବଢାଗଲେ ଫ୍ଲୋରନାରେ କେତେ ଜଣ ପ୍ରକୃତରେ ସଂକ୍ରମଣ ହୋଇଛନ୍ତି ତାହା ଜଣାପଡ଼ିବ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, କରୋନା ମହାମାରୀ ସମୟରେ ଯଦି ଫ୍ଲୋରନା ପିକ୍‌କୁ ଯାଏ ତେବେ କେମିତି ମୁକାବିଲା କରାଯିବ? ଏବଂ ଫ୍ଲୋରନାର ଲକ୍ଷଣ କଣ? କେତେ କ୍ଷତିକାରକ ଏହି ଭୂତାଣୁ ସେନେଇ ଏବେ ଅନୁଧ୍ୟାନ ଚାଲିଛି। ସେପଟେ ଇସ୍ରାଏଲରେ ଏହି ନୂଆ ଭୂତାଣୁ ଚିହ୍ନଟ ହେବାପରେ ଅନେକ ଦେଶ ଇସ୍ରାଏଲକୁ ବିମାନ ଉଡ଼ାଣ ଉପରେ ରୋକ ଲଗାଇବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ତେବେ କରୋନା ସମୟରେ ଫ୍ଲୋରନା ଆସିବାରୁ ଏବେ ଚନ୍ତାରେ ପୂରା ବିଶ୍ୱବାସୀ।

Advertisment
Coronavirus Florona
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ