Advertisment

ଫେବୃଆରୀରେ କୋହଳ ହେବ କି କରୋନା କଟକଣା ? ଜାଣନ୍ତୁ, କ’ଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ ଏବେ ଓମିକ୍ରନ୍‌ ସହ ଡେଲ୍‌ଟା ଭାରିଆଣ୍ଟ୍‌ ସକ୍ରିୟ ରହିଛି। ଯେହେତୁ ଡେଲ୍‌ଟା ଭାରିଆଣ୍ଟ ଅଧିକ ଗୁରୁତର କରିଥାଏ, ତେଣୁ ସ୍ଥିତି ସୁଧୁରୁଥିଲେ ବି ବିପଦ ଟଳିନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ଅଦ୍ୟତନ ହୋଇଛି
undefined

Coronavirus

Advertisment

ରାଜ୍ୟରେ ଏବେ ଓମିକ୍ରନ୍‌ ସହ ଡେଲ୍‌ଟା ଭାରିଆଣ୍ଟ୍‌ ସକ୍ରିୟ ରହିଛି। ରାଜ୍ୟରେ ଏବେ ବି ୨୫ରୁ ୩୦% ଡେଲ୍‌ଟା ଅଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। କିଛିଦିନ ପୂର୍ବେ ହୋଇଥିବା ସାମ୍ପଲ ସର୍ଭେରୁ ଏହା ଜଣାପଡ଼ିଛି। ଯେହେତୁ ଡେଲ୍‌ଟା ଭାରିଆଣ୍ଟ ଅଧିକ ଗୁରୁତର କରିଥାଏ, ତେଣୁ ସ୍ଥିତି ସୁଧୁରୁଥିଲେ ବି ବିପଦ ଟଳିନାହିଁ ବୋଲି ସେ କହିଛନ୍ତି।

Advertisment

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ‘ଯେଉଁମାନେ ଟିକା ନେଇ ନାହାନ୍ତି, ଟିକା ନିଅନ୍ତୁ ଓ ମାସ୍କ ପିନ୍ଧନ୍ତୁ। ଏହାସହ ସାମାଜିକ ଦୂରତା ବଜାୟ ରଖନ୍ତୁ। ତେବେ ନିଓକୋଭ୍ ଯେଉଁ ଭାରିଆଣ୍ଟ ବାହାରିଛି, ତାହା ଏବେ ପକ୍ଷୀଠାରେ ଦେଖିବାକୁ ମିଳୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) କହିଛି, ଏହା ପକ୍ଷୀରୁ ମଣିଷ ପାଖକୁ କେତେ ସଂକ୍ରମିତ ହେଉଥିବା ନେଇ କାହା ପାଖରେ ତଥ୍ୟ ନାହିଁ। ଆନ୍ତର୍ଜାତିକ ବିଶେଷଜ୍ଞ ଏନେଇ କଣ କହୁଛନ୍ତି, ତା ଉପରେ ନଜର ରଖାଯାଇଛି।’

ବର୍ତ୍ତମାନ ରାଜ୍ୟରେ କୋଭିଡ ସ୍ଥିତି ସୁଧୁରୁଛି। ଲଗାତାର ପଜିଟିଭିଟି ରେଟ୍‌ କମି ଚାଲିଛି। ରାଜ୍ୟର କେଉଁ ଅଞ୍ଚଳରେ ପଜିଟିଭ ବଢୁଛି ଓ କେଉଁଠି କମୁଛି ସେନେଇ ସରକାରଙ୍କୁ ଟେକ୍ନିକାଲ ଇନପୁଟ୍‌ ଦିଆଯିବ। ସବୁ ପ୍ରକାର ତଥ୍ୟକୁ ବିଶ୍ଳେଷଣ କରି ସରକାର ଫେବୃଆରୀରେ କଟକଣା କୋହଳ କରିବେ କି ନାହିଁ ନିଷ୍ପତ୍ତି ନେବେ।

Advertisment

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪,୮୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧,୨୫୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୪୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Corona Cases In Odisha Covid Relaxations In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ