Advertisment

କରୋନା ଟିକାର ନୂଆ ମାଇଲ୍‌ ଖୁଣ୍ଟ ଅତିକ୍ରମ କଲା ଭାରତ : ୧୪୫ କୋଟି ଡୋଜ୍‌ ଦିଆଗଲାଣି ଭ୍ୟାକ୍ସିନ୍‌

କରୋନା ବିରୋଧରେ ଲଢେଇ ଜାରି ରଖିଛି ଭାରତ, ୧୪୫ ଡୋଜ୍‌ ଦିଆଗଲାଣି ଭ୍ୟାକ୍ସିନେସନ୍‌

Corona

Corona

Advertisment

ନୂଆଦିଲ୍ଲୀ: କରୋନା ବିରୋଧରେ ଲଢେଇ କରୁଛି ଭାରତ। ଭ୍ୟାକ୍ସିନେସନ୍‌ରେ ପ୍ରତ୍ୟେକ ଦିନ ନୂଆ ନୂଆ ମାଇଲ ଖୁଣ୍ଟ ଅତିକ୍ରମ କରୁଛି ଦେଶ। ଶୁକ୍ରବାର ଦିନ କରୋନାଭାଇରସ୍ (କୋଭିଡ୍ -19) ବିରୋଧରେ ଭାରତର ଟୀକାକରଣ କଭରେଜ୍ ୧୪୫ କୋଟି ଅତିକ୍ରମ କରିଛି। କାଉନ୍ ପୋର୍ଟାଲରେ ଅପଡେଟ୍ ହୋଇଥିବା ଆକଳନ ଅନୁଯାୟୀ, ହିତାଧିକାରୀଙ୍କୁ ୧୪୫,୦୭,୪୨,୫୭୬ ଟିକା ଡୋଜ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଭାରତ “ବର୍ଷକୁ ଏକ ବଡ଼ ନୋଟରେ ସମାପ୍ତ କରୁଛି” ।

Advertisment

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପାଇଁ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଡକ୍ଟର ଭାରତୀ ପାୱାର ମଧ୍ୟ ମାଇକ୍ରୋବ୍ଲଗିଂ ସାଇଟକୁ ଯାଇ ଦେଶର ସଫଳତାକୁ ପ୍ରଶଂସା କରିଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି ଯେ, ଆମର କୋଭିଡ ଯୋଦ୍ଧା, ଆମର ସ୍ୱାସ୍ଥ୍ୟସେବା ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ମୋର ନମସ୍କାର। ଯେଉଁମାନେ ଦିନ ରାତି କାମ କରି ଆମକୁ ଏହା ସଫଳତା ହାସଲ କରିବାରେ ସାହାଯ୍ୟ କରିଛନ୍ତି ସେମାନଙ୍କ ପାଖରେ ଆମେ ସମସ୍ତେ ଋଣୀ।

ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ କହିଛନ୍ତି ଯେ ଭାରତର ପ୍ରାୟ ୯୦ % ବୟସ୍କ ବ୍ୟକ୍ତି ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ -19 ଟୀକାକରଣର ପ୍ରଥମ ଡୋଜରେ ନେଇସାରିଛନ୍ତି। ଏହାସହ ଏବେ ବି ଅନେକ ଲୋକ ସ୍ଲଟ୍‌ ବୁକିଂ କରିଛନ୍ତି ଆଉ ନିର୍ଦ୍ଧାରିତ ସମୟରେ ସେମାନଙ୍କୁ ମଧ୍ୟ ଟିକା ଦିଆଯିବ ବୋଲି ଲବ୍‌ କହିଛନ୍ତି।

Advertisment

ଡିସେମ୍ବର ୨୫ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୩ ରୁ ଅର୍ଥାତ୍‌ ଆସନ୍ତାକାଲିଠାରୁ ୧୫ ବର୍ଷରୁ ଅଧିକ ବୟସର ପିଲାମାନଙ୍କ ପାଇଁ କୋଭିଡ -19 ଟିକା ଡୋଜ ଏବଂ ସ୍ୱାସ୍ଥ୍ୟସେବା ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ “ସାବଧାନତା ଡ଼ୋଜ” ଏବଂ ଜାନୁଆରୀ ୧୦ ରୁ ୬୦ ବର୍ଷ ବୟସର ବ୍ୟକ୍ତିଙ୍କ ପାଇଁ ବୁଷ୍ଟର ଡୋଜ୍‌ ଘୋଷଣା କରିଛନ୍ତି। ସେ ଯାହା ବି ହେଉ ଭାରତରେ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ବହୁ ଅଧିକ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

Coronavirus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ