Advertisment

କରୋନା ଭୟ ! ଦ୍ରୁତ ବେଗରେ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା

କେରଳରେ ଚିହ୍ନଟ ହୋଇଥିବା କରୋନାରେ ଏହି JN.1 ସବ୍‌ ଭ୍ୟାରିଆଣ୍ଟ ଭାରତ ବାହାରେ କ୍ଷୀପ୍ର ବେଗରେ ମାଡ଼ିବାରେ ଲାଗିଛି । ଆମ ଦେଶକୁ ଏବେ ସୁଦ୍ଧା ବିପଦ ଆସିନାହିଁ କିନ୍ତୁ ଆମକୁ ଏବେଠାରୁ ସତର୍କ ରହିବାକୁ ପଡ଼ିବ ବୋଲି କୁହାଯାଇଛି ।

ଅଦ୍ୟତନ ହୋଇଛି
Corona

Corona

Advertisment

୯ ଦିନରେ ଡବଲ ହେଲାଣି ସଂକ୍ରମଣ । ୯ ଦିନ ପୂର୍ବରୁ୯୩୮ କରୋନା କେସ୍‌ ସାମ୍ନାକୁ ଆସିଥିବା ବେଳେ ଏବେ ମଙ୍ଗଳବାର ସୁଦ୍ଧା ୧୯୭୦ ଜଣ ସଂକ୍ରମିତ ଥିବା ତଥ୍ୟ କହୁଛି । କେବଳ ଭାରତରେ ନୁହେଁ, ବିଭିନ୍ନ ଦେଶରେ ଏବେ କରୋନା କାୟା ମେଲାଇବା ଆରମ୍ଭ କରିଛି । ଭାରତରେ ମହାରାଷ୍ଟ୍ର, କର୍ଣ୍ଣାଟକ, ଗୋଆ ଓ କେରଳରେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସବୁଠାରୁ ଅଧିକ ସଂକ୍ରମିତ କେରଳରେ ଦେଖିବାକୁ ମିଳିଛି ।

Advertisment

କେରଳରେ ଚିହ୍ନଟ ହୋଇଥିବା କରୋନାରେ ଏହି JN.1 ସବ୍‌ ଭ୍ୟାରିଆଣ୍ଟ ଭାରତ ବାହାରେ ଖୁବ୍‌ କ୍ଷୀପ୍ର ବେଗରେ ମାଡ଼ିବାରେ ଲାଗିଛି । ଆମ ଦେଶକୁ ଏବେ ସୁଦ୍ଧା ବିପଦ ଆସିନାହିଁ କିନ୍ତୁ ଆମକୁ ଏବେଠାରୁ ସତର୍କ ରହିବାକୁ ପଡ଼ିବ ବୋଲି କୁହାଯାଇଛି । 

ତେବେ ମୋଟାମୋଟି କହିବାକୁ ଗଲେ ପୁଣି କଡ଼ ଲେଉଟାଇଲାଣି କରୋନା । ଚିନ୍ତା ବଢ଼ାଇଲାଣି ସଂକ୍ରମଣ । କିଛି ରାଜ୍ୟରେ କୋଭିଡ୍ ସମେତ ବିଭିନ୍ନ ଶ୍ୱାସକ୍ରିୟା ସଂପର୍କିତ ଅସୁସ୍ଥତା ବୃଦ୍ଧି ପାଉଥିବାରୁ ଆଜି ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଆନୁସଙ୍ଗିକ ସେବାର ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ମିଟିଂ ହେବ । ଏଥିରେ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କ ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଆନୁସଙ୍ଗିକ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ।

Advertisment

କେରଳରେ ଦେଶର ପ୍ରଥମ JN.1 ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ ହେବା ପରେ, ଜିଲ୍ଲା ସ୍ତରରୁ ସ୍ଥିତି ଉପରେ କଡ଼ା ନଜର ରଖିବା ପାଇଁ ସତର୍କ କରିଛି କେନ୍ଦ୍ର । ଆଗକୁ ବଡ଼ଦିନ ଓ ନୂଆବର୍ଷ ଆସୁଥିବାରୁ ଦିନକ ତଳେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସମସ୍ତ ରାଜ୍ୟକୁ ଚିଠି ଲେଖି, ନିର୍ଦ୍ଧାରିତ ପ୍ରଟୋକଲ୍ ଅନୁସାରେ ସର୍ଭେଲାନ୍ସ ଜାରି ରଖିବାକୁ, ସଚେତନତା ସୃଷ୍ଟି କରିବାକୁ ଏବଂ ସମସ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ଜିଲ୍ଲାସ୍ତରରେ ଇନଫ୍ଲୁଏଞ୍ଜା ଲାଇକ୍ ଇଲନେସ୍ ବା ‘ଇଲି’ ଏବଂ ସିଭିୟର ଆକ୍ୟୁଟ୍ ରେସ୍ପିରେଟୋରି ଇଲନେସ୍ ବା ‘ସାରି ଲକ୍ଷଣ ପ୍ରତି ଦୃଷ୍ଟି ରଖିବାକୁ ପରାମର୍ଶ ଦିଆଯାଇଛି। ଜିଲ୍ଲାସ୍ତରରେ ପର୍ଯ୍ୟାପ୍ତ ଟେଷ୍ଟିଂ ବ୍ୟବସ୍ଥା କରିବାକୁ ଏବଂ RT-PCR ଟେଷ୍ଟ ସହ ପଜିଟିଭ ସାମ୍ପଲକୁ ଜିନମ୍ ସିକ୍ୟୁଏନ୍ସିଂ ପାଇଁ ପଠାଇବାକୁ କୁହାଯାଇଛି । ଏପଟେ ଏହାକୁ ଭାରିଆଣ୍ଟ ଅଫ ଇଣ୍ଟରେଷ୍ଟ କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା WHO ।

Advertisment

JN.1 ଭାରିଆଣ୍ଟ କ’ଣ ?

ଓମିକ୍ରନ୍‌ର ସବ୍‌ଭାଇଆଣ୍ଟ BA.2.86 ‘ପିରୋଲା’ ଭାବରେ ମଧ୍ୟ ଜଣାଶୁଣା । ଏହି ଭାରିଆଣ୍ଟକୁ JN.1 ମଧ୍ୟ କୁହାଯାଉଛି । ଏହି ଭାରିଆଣ୍ଟ ସଂକ୍ରମିତ ମାମଲା ପ୍ରଥମେ ଚଳିତ ବର୍ଷ ସେପ୍ଟେମ୍ବରରେ ଆମେରିକାକୁ ଆସିଥିଲା । ରିପୋର୍ଟ ଅନୁଯାୟୀ, ଡିସେମ୍ବର ୧୫ ରେ ଚାଇନାରେ ଏହି ସବଭାରିଆଣ୍ଟର ସାତଟି ମାମଲା ଦେଖିବାକୁ ମିଳିଥିଲା ।

JN.1 ର ଲକ୍ଷଣ..

ଏହି ରୋଗରେ ସଂକ୍ରମିତ ହେଲେ ଜ୍ୱର ହେବା, ନାକରୁ ପାଣି ଦେବା, ତଣ୍ଟି ଦରଜ ହେବା ଏବଂ ମୁଣ୍ତ ବିନ୍ଧିବା ଭଳି ପରିସ୍ଥିତି ଦେଖାଦେବ । ଡାକ୍ତରଙ୍କ କହିବାନୁଯାୟୀ ରୋଗୀଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୁଏ । ଏହି ରୋଗ ୪ରୁ ୫ ଦିନ ମଧ୍ୟରେ ଠିକ୍‌ ହୋଇଯାଏ ।

କିଭଳି ବର୍ତ୍ତିବେ ଏହି ରୋଗରୁ..

-ଆପଣଙ୍କୁ ଉପରୋକ୍ତ ଲକ୍ଷଣ ଦେଖାଦେଲେ ପ୍ରଥମେ ନିଜକୁ ସମସ୍ତଙ୍କ ଠାରୁ ଅଲଗା ରଖିବାକୁ ହେବ ।
-ତୁରନ୍ତ କୋଭିଡ୍‌ ଟେଷ୍ଟ କରିବାକୁ ପଡ଼ିବ ।
-ଘରୁ ବାହାରକୁ ବାହାରିଲେ ମାସ୍କ ପରିଧାନ କରିବାକୁ ପଡ଼ିବ ।
-ଏହାଦ୍ୱାରା ସଂକ୍ରମଣ ବ୍ୟାପିବ ନାହିଁ ।

Corona Corona Virus Keral
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ