Advertisment

ପୁଣିଥରେ କରୋନା ସଂକ୍ରମିତ ହେଲେ ଭାରତର ପ୍ରଥମ କରୋନା ରୋଗୀ

ଭାରତର ପ୍ରଥମ କରୋନା ରୋଗୀ ପୁଣିଥରେ ମହାମାରୀ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏନେଇ କେରଳର ସ୍ୱାସ୍ଥ୍ୟ ଅଧିକାରୀ ଗତକାଲି ସୂଚନା ଦେଇଛନ୍ତି। ସମ୍ପୃକ୍ତ ମହିଳା ପୁଣିଥରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ତାଙ୍କ RT-PCR ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି।

ଅଦ୍ୟତନ ହୋଇଛି
ପୁଣିଥରେ କରୋନା ସଂକ୍ରମିତ ହେଲେ ଭାରତର ପ୍ରଥମ କରୋନା ରୋଗୀ

coronavirus

Advertisment

ଥ୍ରୀସୁର: ଭାରତର ପ୍ରଥମ କରୋନା ରୋଗୀ ପୁଣିଥରେ ମହାମାରୀ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏନେଇ କେରଳର ସ୍ୱାସ୍ଥ୍ୟ ଅଧିକାରୀ ଗତକାଲି ସୂଚନା ଦେଇଛନ୍ତି। ସମ୍ପୃକ୍ତ ମହିଳା ପୁଣିଥରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ତାଙ୍କ RT-PCR ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି। ହେଲେ ତାଙ୍କର ଆଣ୍ଟିଜେନ୍‌ ରିପୋର୍ଟ ନେଗେଟିଭ୍‌ ଆସିଥିବା ଥ୍ରୀସୁର ଜିଲ୍ଲା ମେଡିକାଲ୍‌ ଅଫିସର ଡଃ କେଜେ ରୀନା ନ୍ୟୁଜ୍‌ ଏଜେନ୍ସି PTIକୁ ସୂଚନା ଦେଇଛନ୍ତି। ତେବେ ତାଙ୍କ ଶରୀରରେ ଏଯାଏ କୌଣସି ପ୍ରକାରର କରୋନାର ଲକ୍ଷଣ ଦେଖାଯାଇ ନାହିଁ ବୋଲି ସେ କହିଛନ୍ତି। 

Advertisment

ପାଠପଢ଼ିବା ପାଇଁ ସେ ଦିଲ୍ଲୀ ଯିବାକୁ ଚାହୁଁଥିଲେ। ଏଥିପାଇଁ ସେ କରୋନା ଟେଷ୍ଟ କରାଇଥିଲେ ଓ RT-PCR ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ବର୍ତ୍ତମାନ ମହିଳା ଜଣଙ୍କ ଘରେ ଅଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପୂର୍ଣ୍ଣ ଠିକ୍‌ ରହିଛି ବୋଲି ଡଃ କେଜେ ରୀନା କହିଛନ୍ତି।

ଚୀନର ଉହାନ ବିଶ୍ୱବିଦ୍ୟାଳୟର ୩ୟ ବର୍ଷରେ ପଢ଼ୁଥିବା ଉକ୍ତ ମହିଳା ୨୦୨୦ ମସିହା ଜାନୁଆରୀ ୩୦ରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେମିଷ୍ଟର ଛୁଟି ପରେ ଘରକୁ ଫେରିବାର କିଛିଦିନ ପରେ ସେ ମହାମାରୀ କରୋନାରେ ସଂକ୍ରମିତ ହୋଇଥିଲେ। ସେ ଭାରତର ପ୍ରଥମ ନାଗରିକ ଯିଏକି ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ।

Advertisment

ପାଖାପାଖି ୩ ସପ୍ତାହ ଥ୍ରୀସୁର ମେଡିକାଲ କଲେଜ ହସ୍ପିଟାଲ୍‌ରେ ଚିକିତ୍ସା ପରେ ତାଙ୍କର ଟେଷ୍ଟ ରିପୋର୍ଟ ୨ ଥର ନିଗେଟିଭ ଆସିଥିଲା ଓ ସେ ସୁସ୍ଥ ହୋଇଥିଲେ। ଫଳରେ  ୨୦୨୦ ଫେବୃଆରୀ ୨୦ରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା। 

Advertisment

ଦେଶରେ କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଅତି ହାଲ୍‌କା ଭାବେ ନେଉଛନ୍ତି ଲୋକେ। ଯେମିତିକି ପାଣିପାଗ ବିଭାଗର ପୂର୍ବାନୁମାନ ଭଳି ବର୍ଷା ଆସିବା ପୂର୍ବରୁ ଲୋକେ ଯେଭଳି ବାହାରେ ବୁଲାବୁଲି କରନ୍ତି, ଏବେ ସେଭଳି ସ୍ଥିତି ଉପୁଜୁଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ୍‌ ଅଗ୍ରୱାଲ କହିଛନ୍ତି। ସେ କହିଛନ୍ତି, କରୋନା ସଂକ୍ରମଣ ପାଇଁ ଲୋକେ ଘରେ ରହିବାକୁ ଜେଲ୍‌ରେ ବନ୍ଦୀ ହେବା ଭଳି ମନେ କରୁଛନ୍ତି। ତେଣୁ ତୃତୀୟ ଲହର ଆସିବା ପୂର୍ବରୁ ସେମାନେ ବୁଲାବୁଲି ସହ ମନ ଫୁର୍ତ୍ତି କରିବା ଲକ୍ଷ୍ୟରେ ଅଛନ୍ତି। ତେବେ ଏହା ଆଗକୁ ଅତ୍ୟନ୍ତ ସାଂଘାତିକ ସାବ୍ୟସ୍ତ ହୋଇପାରେ ବୋଲି ଲଭ୍‌ ଅଗ୍ରୱାଲ ଚେତାଇ ଦେଇଛନ୍ତି। ତେଣୁ ଏଭଳି ସ୍ଥିତିରେ ସବୁ କିଛି ପ୍ରକୃତି ଉପରେ ନ ଛାଡ଼ି ପ୍ରବୃତି ବଦଳାଇବାକୁ ବି ସେ ପରାମର୍ଶ ଦେଇଛନ୍ତି।

COVID19 Covid19 Patient
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ