Advertisment

ଦେଶରେ ବଢୁଛି ସଂକ୍ରମଣ: ୨୪ ଘଣ୍ଟାରେ ୪୪,୨୩୦ ଆକ୍ରାନ୍ତ ହେଲେ ଚିହ୍ନଟ

ଠିକ୍‌ ସେହିପରି, ୨୪ ଘଂଟାରେ ମୋଟ୍‌ ୪୨,୬୩୦ ଜଣ କରୋନା ଭାଇରସ୍‌ଠାରୁ ସୁସ୍ଥ ହୋଇଥିବା ବେଳେ ଦେଶର ମୋଟ୍‌ କରୋନା ଆକ୍ରାନ୍ତ ଜନିତ ସୁସ୍ଥଙ୍କ ସଂଖ୍ୟା ୩,୦୭,୪୩,୯୭୨ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦେଶରେ ଏବେ ବି ୪,୦୫,୧୫୫ ଆକ୍ଟିଭ୍‌ କେସ୍‌ ରହିଛି। ଏହାସହ ଦେଶରେ ମୋଟ୍‌ ୪୬,୪୬,୫୦,୭୨୩ ନମୁନା ପରୀକ୍ଷା ସରିଥିବା ବେଳେ ଗତକାଲି ୧୮,୧୬,୨୭୭ଟି ନମୁନା ପରୀକ୍ଷା ହୋଇଛି।

ଅଦ୍ୟତନ ହୋଇଛି
ଆଜି ବି ସଂକ୍ରମିତଙ୍କ ସଂଖ୍ୟା ଦେଢ ହଜାର ଉପରେ, ଆଖି ବୁଜିଲେ ୬୯

corona positive in odisha

Advertisment

ନୂଆଦିଲ୍ଲୀ: ପୁଣି ଥରେ ଦେଶରେ ବଢିଛି ସଂକ୍ରମଣ। ଗତ ୨୪ ଘଂଟାରେ ୪୪,୨୩୦ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୫୫୫ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧,୫୭୨,୩୪୪ରେ ପହଞ୍ଚିଛି। ଏହାସହ ମୃତ୍ୟୁ ସଂଖ୍ୟା ମୋଟ୍‌ ୪,୨୩,୨୧୭ରେ ପହଞ୍ଚିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଠିକ୍‌ ସେହିପରି, ୨୪ ଘଂଟାରେ ମୋଟ୍‌ ୪୨,୬୩୦ ଜଣ କରୋନା ଭାଇରସ୍‌ଠାରୁ ସୁସ୍ଥ ହୋଇଥିବା ବେଳେ ଦେଶର ମୋଟ୍‌ କରୋନା ଆକ୍ରାନ୍ତ ଜନିତ ସୁସ୍ଥଙ୍କ ସଂଖ୍ୟା ୩,୦୭,୪୩,୯୭୨ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦେଶରେ ଏବେ ବି ୪,୦୫,୧୫୫ ଆକ୍ଟିଭ୍‌ କେସ୍‌ ରହିଛି। ଏହାସହ ଦେଶରେ ମୋଟ୍‌ ୪୬,୪୬,୫୦,୭୨୩ ନମୁନା ପରୀକ୍ଷା ସରିଥିବା ବେଳେ ଗତକାଲି ୧୮,୧୬,୨୭୭ଟି ନମୁନା ପରୀକ୍ଷା ହୋଇଛି।

Advertisment

ସେପଟେ, କରୋନାର ନୂଆ ହଟସ୍ପଟ୍ କେରଳ ପାଲଟିବା ନେଇ ଏବେ ଜାତୀୟ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି ? କରୋନା ଭାଇରସର ଦ୍ୱିତୀୟ ଲହରୀକୁ ରୋକିବା ପାଇଁ କେରଳର ରଣନୀତି ଉଚ୍ଚ ପ୍ରଶଂସିତ ହୋଇଥିଲା । କିନ୍ତୁ ଦେଶରେ ସଂକ୍ରମଣ ସାମାନ୍ୟ କମିଥିବା ବେଳେ କେରଳରେ ସଂକ୍ରମଣ ବୃଦ୍ଧି ଚିନ୍ତା ବଢ଼ାଇ ଦେଇଛି । କେରଳ ତୃତୀୟ ଲହରୀର କେନ୍ଦ୍ରସ୍ଥଳୀ ପାଲଟିବ ବୋଲି ଆଶଙ୍କା କରାଯାଉଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଦ୍ୱାରା କରାଯାଇଥିବା ସେରୋ ସର୍ଭେରୁ ଜଣାପଡ଼ିଛି କେରଳ ଲୋକଙ୍କ ଠାରେ ସର୍ବନିମ୍ନ ଆଣ୍ଟିବଡି ୪୪.୪ ପ୍ରତିଶତ ରହିଛି । ଜୁନ୍ ୧୪ ରୁ ଜୁଲାଇ ୬ ମଧ୍ୟରେ ଏହି ସର୍ଭେ କରାଯାଇଥିଲା । ଦକ୍ଷିଣ କେରଳରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସଂକ୍ରମିତ ସଂଖ୍ୟା ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

Advertisment

ଏପଟେ, ରାଜ୍ୟରେ ୧୫୫୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇ ଥିବାବେଳେ ଖୋର୍ଦ୍ଧାରୁ ସର୍ବାଧିକ ୪୭୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୯୦୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୬୫୪ ରହିଛି। କଟକରୁ ୨୪୧ ଚିହ୍ନଟ ହୋଇଛନ୍ତି।

Coronavirus India COVID19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ