India Reports 2.86L Covid Cases, 573 Deaths In 24 Hours
ରାଜ୍ୟରେ କମୁଛି, କିନ୍ତୁ ଦେଶରେ ବଢୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ଭିତରେ ଭାରତରେ ୨ ଲକ୍ଷ ୮୬ ହଜାର ୩୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ପଜିଟିଭିଟି ହାର ୧୯.୫୯ ପ୍ରତିଶତକୁ ବୃଦ୍ଧି ପାଇଛି । ଗତକାଲି ଦେଶରେ ପଜିଟିଭିଟି ହାର ୧୬ ପ୍ରତିଶତ ଥିଲା । ସେହିପରି ଦେଶରେ ଦିନକରେ ୫୭୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୯୧ ହଜାର ୭୦୦କୁ ବୃଦ୍ଧି ପାଇଛି ।
ଅନ୍ୟପକ୍ଷେ, ଡେନମାର୍କର ଓମିକ୍ରନର ଆଉ ଏକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ଏହାର ନାଁ BA.2 ରଖାଯାଇଛି। ଡେନମାର୍କରେ ଦେଖାଦେଇଥିବା କୋଭିଡ୍ ସଂକ୍ରମଣର ପ୍ରାୟ ୯୮ ପ୍ରତିଶତଙ୍କ ଠାରେ ଏହି ନୂଆ ଭାରିଆଣ୍ଟ ଦେଖାଦେଇଛି । ଓମିକ୍ରନ୍ ଭାରିଆଣ୍ଟ ତୁଳନାରେ ଏହା ଅଧିକ ସଂକ୍ରାମକ ବୋଲି ଜଣାପଡିଛି । ଓମିକ୍ରନ୍ର ଏହି ଭାରିଆଣ୍ଟ ଦ୍ୱାରା ଡେନମାର୍କରେ ସଂକ୍ରମଣ ବୃଦ୍ଧି ପାଇଥିବା ଡେନମାର୍କ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।
ସୂଚନା ଅନୁସାରେ, ଓମିକ୍ରନ୍ ଭାରିଆଣ୍ଟ ତୁଳନାରେ ନୂଆ ଭାରିଆଣ୍ଟ ପ୍ରାୟ ଦେଢଗୁଣା ଅଧିକ ସଂକ୍ରାମକ କିନ୍ତୁ ଆଶ୍ୱସ୍ତିର କଥା ହେଉଛି ନୂଆ ଭାରିଆଣ୍ଟରେ ଆକ୍ରାନ୍ତମାନେ ଅଧିକ ଗୁରୁତର ହେଉ ନଥିବା ପ୍ରାଥମିକ ପରୀକ୍ଷଣରୁ ଜଣାପଡିଛି। ଡେନମାର୍କରେ ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ କରୋନା ସଂକ୍ରମଣ ପିକ୍ରେ ପହଞ୍ଚିବାକୁ ଆହୁରି ସମୟ ଲାଗିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଡେନମାର୍କ ସହ ବ୍ରିଟେନ, ସ୍ୱିଡେନ ଓ ନରୱେରେ ମଧ୍ୟ ଓମିକ୍ରନ୍ର ନୂଆ ଭାରିଆଣ୍ଟ ଠାବ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643260906.jpg)