Advertisment

୧୩ ହଜାର ଟପିଲା ଦେଶରେ କୋଭିଡ୍‌ର ଦୈନିକ ସଂକ୍ରମଣ

କରୋନା ସଂକ୍ରମଣ ବଢୁଥିବାରୁ ଟେଷ୍ଟିଂ ଓ ସର୍ଭେଲାନ୍ସ ଉପରେ ଗୁରୁତ୍ୱ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

undefined

CORONA

Advertisment

ଭାରତରେ ଗତ ୨୪ ଘଣ୍ଟାରେ ୧୩ ହଜାର ୩୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକ ଭିତରେ ୩୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଦେଶରେ ଏବେବି ଆକ୍ଟିଭ କେସ୍ ୮୩ ହଜାର ୯ ଶହ ୯୦ ଥିବାବେଳେ ପଜିଟିଭିଟି ହାର ରହିଛି ୨ ଦଶମିକ ୦୩ ପ୍ରତିଶତ।

Advertisment

ସେପଟେ ଦେଶରେ ଲଗାତାର ଭାବେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ସ୍ଥିତିର ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟ। ଅପରାହ୍ନରେ ବସିବାକୁ ଥିବା ବୈଠକରେ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ କରେନା ସ୍ଥିତି ଓ ନିରାକରଣ ନେଇ ଆଲୋଚନା କରିବେ।

ପୂର୍ବରୁ ଜୁନ୍ ୧୩ରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା କରିଥିଲେ ମନ୍ତ୍ରୀ। କରୋନା ସଂକ୍ରମଣ ବଢୁଥିବାରୁ ଟେଷ୍ଟିଂ ଓ ସର୍ଭେଲାନ୍ସ ଉପରେ ଗୁରୁତ୍ୱ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଟିକାକରଣ ଜୋରଦାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।  

Advertisment
Corona Update Daily Cases
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ