Advertisment

ଦେଶରେ ଦୈନିକ କରୋନା ପଜିଟିଭ ୧୩ ହଜାର ନିକଟତର

କରୋନା ମୁକାବିଲା ନେଇ ଭାରତ ବାୟୋଟେକର ନାଜାଲ ଭ୍ୟାକ୍ସିନ୍‌ ସରିଲା ତୃତୀୟ ପରୀକ୍ଷଣ।

undefined

COVID-19 Testing

Advertisment

ଦେଶରେ ୨୪ ଘଣ୍ଟାରେ ୧୨,୮୯୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୫ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁସଂଖ୍ୟା ୫ ଲକ୍ଷ ୨୪ ହଜାର ୮୫୫କୁ ବୃଦ୍ଧି ହୋଇଛି। ତେବେ ଦେଶରେ ଆକ୍ଟିଭ କେସ୍ ୭୨,୪୭୪ ରହିଥିବା ବେଳେ ୪ କୋଟି ୨୬ ଲକ୍ଷ ୯୯ ହଜାର ୩୬୩  ସୁସ୍ଥ ହୋଇଛନ୍ତି। 

Advertisment

କରୋନା ମୁକାବିଲା ନେଇ ଭାରତ ବାୟୋଟେକର ନାଜାଲ ଭ୍ୟାକ୍ସିନ୍‌ ସରିଲା ତୃତୀୟ ପରୀକ୍ଷଣ। ଭାରତ ବାୟୋଟେକ୍ ନିର୍ଦ୍ଦେଶକ ଡାକ୍ତର କ୍ରିଷ୍ଣ ଇଲ୍ଲା ଏହି ସୂଚନା ଦେଇଛନ୍ତି। ପୂର୍ବରୁ ଦୁଇ କ୍ଲିନିକାଲ ଟ୍ରାଏଲ ଶେଷ ହୋଇଛି। ଏହି ସମସ୍ତ ରିପୋର୍ଟ ଡିସିଜିଆଇ ନିକଟରେ ଆସନ୍ତା ମାସ ଉପସ୍ଥାପନ କରାଯିବ। କ୍ଲିନିକାଲ ଟ୍ରାଏଲକୁ ନେଇ ତଥ୍ୟ ପ୍ରସ୍ତୁତ କରାଯାଉଛି। ଏହି ତଥ୍ୟ ପ୍ରସ୍ତୁତ ହେବା ପରେ ଡିସିଜିଆଇ ନିକଟରେ ଉପସ୍ଥାପନ କରାଯିବ।

ଏହି ଟିକାକୁ ଗ୍ରୀନ ସିଗନାଲ ମିଳିଲେ କରୋନା ମୁକାବିଲାରେ ଏହା ବିଶ୍ୱର ପ୍ରଥମ ନାଜାଲ ଟୀକା ହେବ। ଫ୍ରାନ୍ସ ପ୍ୟାରିସ୍‌ରେ ଆୟୋଜିତ ଭିଭା ଟେକନୋଲଜି ସମ୍ମିଳନୀରେ ବକ୍ତବ୍ୟ ରଖି ଏହା କହିଛନ୍ତି ଡାକ୍ତର ଇଲା। ଗତ ଜାନୁଆରୀରେ ଭାରତ ବାୟୋଟେକ୍‌ର ନାଜାଲ ଭ୍ୟାକ୍ସିନ୍‌ର ତୃତୀୟ କ୍ଲିନିକାଲ ଟ୍ରାଏଲ କରାଯାଇଥିଲା।

Advertisment
COVID-19 Corona
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ