Advertisment

ଭାରତ ‍‍ବଡ଼ ସଂଖ୍ୟାରେ କରୋନା ଟିକା ଲଗାଇବାରେ ସକ୍ଷମ : WHO

ଭାରତରେ ଚାଲିଥିବା ଟିକାକରଣ ଅଭିଯାନକୁ WHOର ପ୍ରଶଂସା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଦକ୍ଷିଣ ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ପୁନମ୍ କ୍ଷେତ୍ରପାଲ ସିଂ କହିଛନ୍ତି, କରୋନା ଟିକାକରଣ ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିବା ସହ ବହୁ ସଂଖ୍ୟକ ଟିକା ଦେବା ପାଇଁ ଭାରତ ସକ୍ଷମ

ଅଦ୍ୟତନ ହୋଇଛି
Covid-19 vaccination drive

Covid-19 vaccination drive

Advertisment

ନୂଆଦିଲ୍ଲୀ : ଭାରତରେ ଚାଲିଥିବା ଟିକାକରଣ ଅଭିଯାନକୁ WHOର ପ୍ରଶଂସା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଦକ୍ଷିଣ ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ପୁନମ୍ କ୍ଷେତ୍ରପାଲ ସିଂ କହିଛନ୍ତି, କରୋନା ଟିକାକରଣ ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିବା ସହ ବହୁ ସଂଖ୍ୟକ ଟିକା ଦେବା ପାଇଁ ଭାରତ ସକ୍ଷମ । ଆସନ୍ତା ଡିସେମ୍ବର ସୁଦ୍ଧା ଦେଶରେ ଥିବା ସମସ୍ତ ବୟସ୍କ ନାଗରିକଙ୍କର ଟିକାକରଣ କରିବା ଲକ୍ଷ୍ୟ ହାସଲ କରିନେବ ଭାରତ ।

Advertisment

କରୋନାର ସମସ୍ତ ନିୟମ ପାଳନ କରିବା ସହିତ ବହୁ ସଂଖ୍ୟକ ଟିକାକରଣ ଦ୍ୱାରା କରୋନାର ଆଗାମୀ ଲହରୀକୁ ସହଜରେ ରୋକାଯାଇ ପାରିବ । କରୋନା ମହାମାରୀକୁ ମାତ୍‌ ଦେବା ପାଇଁ ସମାନ ଭାବରେ ଟିକା ବଣ୍ଟନ ମଧ୍ୟ ଦେଶକୁ ଅନେକାଂଶରେ ସାହାଯ୍ୟ କରିଛି । ଭାରତ ଅନେକ ଥର ଗୋଟିଏ ଦିନରେ ଏକ କୋଟିରୁ ଅଧିକ ଡୋଜ ଦେଇ ରେକର୍ଡ କରିଛି । ଭାରତ ପାଖରେ ଏକ ଦିନ ବହୁ ସଂଖ୍ୟକ ଟିକା ଦେବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିଛି । ଯଦ୍ୱାରା ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ଅଧା ଜନସଂଖ୍ୟାକୁ ଟିକା ମିଳିସାରିଛି । ଏଥିମଧ୍ୟରୁ ୨୦କୋଟିରୁ ଅଧିକ ଲୋକଙ୍କୁ ଉଭୟ ଡୋଜ ଦିଆଯାଇଛି । ଆଗାମୀ ଦିନରେ ଯଦି ଅଧିକ ସଂଖ୍ୟକ ଟିକା ଉପଲବ୍ଧ ହୁଏ, ତେବେ ଟିକାକରଣର ଗତି ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତି ।

Advertisment

ଭାରତ ସରକାରଙ୍କ ଅନୁସାରେ, ଦେଶରେ ଟିକାକରଣ ୮୦ କୋଟି ଅତିକ୍ରମ କରିଥିବାବେଳେ ଏପର୍ଯ୍ୟନ୍ତ ସମୁଦାୟ ୮୧,୭୩,୯୫,୭୬୩ ଟିକା ଡୋଜ ଯୋଗାଇ ଦିଆଯାଇଛି । ସେପ୍ଟେମ୍ବରରେ ଦେଶକୁ ଭାରତୀୟ କମ୍ପାନୀ ଦ୍ୱାରା ଉତ୍ପାଦିତ ୨୬ କୋଟି ଟିକା ଡୋଜ ମିଳିଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ । କ୍ରମାଗତ ଭାବେ ଦେଶରେ ଟାକାକରଣ ବୃଦ୍ଧି ପାଉଛି । ଆସନ୍ତା ଅକ୍ଟୋବର ମାସରେ ଭାରତକୁ ୩୦ କୋଟିରୁ ଅଧିକ ଡୋଜ ଟିକା ମିଳିବାର ସମ୍ଭାବନା ରହିଛି । ପରେ ଉତ୍ପାଦନର ପରିମାଣ ଆହୁରି ବୃଦ୍ଧି ପାଇବ ।

World Health Organisation (WHO) Free COVID Vaccine COVID Vaccine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ