Advertisment

ଲଗାମ ଧରୁନି ସଂକ୍ରମଣ: ଦିନକରେ ୧ ଲକ୍ଷ ୭୯ ହଜାର ଆକ୍ରାନ୍ତ ଚିହ୍ନଟ

ଆଜି ଦେଶରେ ଦିନକରେ ୧ ଲକ୍ଷ ୭୯ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର ୧୩.୨୯ ପ୍ରତିଶତକୁ ବଢ଼ିଛି । ଦେଶରେ ଦିନକରେ ୧୪୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ଘଟିଛି । ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୩ ହଜାର ୯୩୬କୁ ବୃଦ୍ଧି ପାଇବାରେ ଲାଗିଛି ।

ଅଦ୍ୟତନ ହୋଇଛି
undefined

covid19

Advertisment

ଦେଶ ଅବା ରାଜ୍ୟ, ସବୁଠି କରୋନା ସଂକ୍ରମଣର ପ୍ରଖର ସୁଅ। ଦେଶରେ ଦୈନିକ ସଂକ୍ରମଣ ଦେଢ଼ ଲକ୍ଷ ଡେଇଁଥିବା ବେଳେ ରାଜ୍ୟରେ ୪ହଜାର ୭ଶହ ଉପରକୁ ଗଲାଣି। ତେବେ ଏହାକୁ ଲଗାମ ଲାଗାଇବାରେ ସରକାର ସଫଳ ହୋଇପାରୁନାହାନ୍ତି । ଆଜି ଦେଶରେ ଦିନକରେ ୧ ଲକ୍ଷ ୭୯ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର ୧୩.୨୯ ପ୍ରତିଶତକୁ ବଢ଼ିଛି । ଦେଶରେ ଦିନକରେ ୧୪୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ଘଟିଛି । ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୩ ହଜାର ୯୩୬କୁ ବୃଦ୍ଧି ପାଇବାରେ ଲାଗିଛି । ୭,୨୩,୬୧୯ ଆକ୍ଟିଭ କେସ ରହିଥିବା ବେଳେ ୩,୪୫,୦୦,୧୭୯ ଜଣ ସୁସ୍ଥ ହୋଇଛନ୍ତି ।

Advertisment

ସଂକ୍ରମଣର ସାଂଘାତିକ ସ୍ଥିତି ଭିତରେ ଆଜିଠୁ ଆରମ୍ଭ ହେଉଛି ପ୍ରିକସନ୍ ଡୋଜ୍ । ସାରା ଦେଶରେ ପୂର୍ବ ଭଳି ଟିକାକରଣ ଆଜିଠୁ ପୁଣି ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ୬୦ବର୍ଷରୁ ଉର୍ଦ୍ଧ୍ୱ ବହୁବିଧ ଆକ୍ରାନ୍ତଙ୍କୁ ଦିଆଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା ।

ଯେଉଁମାନେ ଟିକାର ଡବଲ ଡୋଜ୍ ନେଇ ସାରିଛନ୍ତି, ସେମାନେ ପ୍ରିକସନ ଡୋଜ୍ ନେଇପାରିବେ, ହେଲେ ଦ୍ୱିତୀୟ ଡୋଜ୍ ଟିକା ନେବାର ୯ ମାସ ବା ୩୯ ସପ୍ତାହ ପରେ ହିଁ ଏହି ଡୋଜ୍ ନେଇ ହେବ ବୋଲି ସୂଚନା ଦିଆଯାଇଛି । ଯିଏ ପୂର୍ବରୁ ଯେଉଁ ଟିକା ନେଇଛନ୍ତି, ପ୍ରିକସନ୍ ଡୋଜ୍ ଭାବେ ସମାନ ଟିକା ଦିଆଯିବ । ସାରା ଦେଶରେ ପାଖାପାଖି ୧ କୋଟି ୫ ଲକ୍ଷ ସ୍ୱାସ୍ଥ୍ୟ କର୍ମୀ, ୧ କୋଟି ୯ ଲକ୍ଷ ସମ୍ମୁଖ ଯୋଦ୍ଧା, ୨ କୋଟି ୭୫ ଲକ୍ଷ ବୟସ୍କ ଓ କୋମରଭିଡଙ୍କୁ ଏହି ଟିକା ଦିଆଯିବ । ପ୍ରିକସନ୍ ଡୋଜ୍ ନେବା ପାଇଁ ପୁଣି ଥରେ ପଞ୍ଜିକରଣ କରିବା ଆବଶ୍ୟକ ନାହିଁ । କେବଳ ସ୍ଲଟ୍ ବୁକିଂ କରି ଟିକା ନେଇପାରିବେ । ତାସହ ବୟସ୍କଙ୍କୁ ଏସମ୍ବର୍ଦ୍ଧୀୟ କୌଣସି ସାର୍ଟିଫିକେଟ୍ ଦେଖାଇବା ଆବଶ୍ୟକ ବି ନାହିଁ ବୋଲି କୁହାଯାଇଛି ।

Advertisment

ଭୁବନେଶ୍ୱରରେ କାଲି ଆଉ ୭ ସ୍ଥାନକୁ କଣ୍ଟେନ୍‌ମେଣ୍ଟ୍‌ ଘୋଷଣା କରିଛି ବିଏମ୍‌ସି। ସଂକ୍ରମଣର ସାଂଘାତିକ ସ୍ଥିତି ଭିତରେ ଆଜିଠୁ ଆରମ୍ଭ ହେଉଛି ପ୍ରିକ୍‌ସନ୍ ଡୋଜ୍ ଟିକାକରଣ। ଯେଉଁମାନେ ୯ ମାସ ପୂର୍ବରୁ ଦ୍ୱିତୀୟ ଡୋଜ୍ ଟିକା ନେଇସାରିଛନ୍ତି, ସେମାନେ ପ୍ରିକ୍‌ସନ୍ ଡୋଜ୍ ନେଇପାରିବେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ। ସେପଟେ ରାଜ୍ୟରେ କୋଭିଡ୍ ସ୍ଥିତି ଓ ସ୍ୱାସ୍ଥ୍ୟସେବା ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ।

COVID19 Corona Cases In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ