Covid19
ଦେଶରେ ତଳମୁହାଁ ହୋଇଛି ଦୈନିକ ସଂକ୍ରମଣ । ଦେଶରେ ଦିନକରେ ୨ ଲକ୍ଷ ୫୮ ହଜାର ୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗତକାଲିଠାରୁ ୧୩ ହଜାର ୧୧୩ ଜଣ କମ୍ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଦେଶରେ ଦିନକରେ ୩୮୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ୍ କରୋନା ଜନିତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୬ ହଜାର ୪୫୧କୁ ବୃଦ୍ଧି ପାଇଛି ।
ତେବେ ଦେଶରେ ଆକ୍ଟିଭ କେସ୍ ୧୬ ଲକ୍ଷ ୫୬ ହଜାର ୩୪୧ ରହିଥିବାବେଳେ ୩ କୋଟି ୫୨ ଲକ୍ଷ ୩୭ ହଜାର ୪୬୧ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦିଆଯାଇଛି । ସେପଟେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୨୦୯କୁ ବୃଦ୍ଧି ପାଇଛି । ଗତକାଲି ଦେଶରେ ଦିନକରେ ୨ ଲକ୍ଷ ୭୧ ହଜାର ୨୦୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିନକରେ ୩୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା
କ୍ରମଶଃ ୪ ଦିନ ଧରି ରାଜ୍ୟରେ ୧୦ ହଜାର ଟ୍ରେଣ୍ତରେ ଚାଲିଥିବା କୋଭିଡ ସଂକ୍ରମଣ ଉପରେ ଆଜି ଏକପ୍ରକାର ରୋକ୍ ଲାଗିଛି। ଗତକାଲି ଅପେକ୍ଷା ଆଜି କୋଭିଡ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି । ଆଜି ରାଜ୍ୟରେ ଦିନକରେ ୧୦,୪୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ କ୍ୱାରେଣ୍ଟିନରୁ ୬୦୮୨ କେସ୍ ଚିହ୍ନଟ ହୋଇଥିବା ବେଳେ ୪୪୦୭ ଜଣ ଲୋକାଲ୍ କେସ୍ରେ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୮୨ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୨,୯୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ ୧୪୪୭ ଜଣ, କଟକରୁ ୭୮୬ ଓ ଷ୍ଟେଟପୁଲରୁ ୭୦୭ ଚିହ୍ନଟ ହୋଇଛନ୍ତି ।
୨୦୨୧ ଜାନୁଆରୀ ୧୬ରୁ ସ୍ୱାସ୍ଥ୍ୟକର୍ମୀ, ଫେବ୍ରୁଆରୀ ୨ରୁ ଫ୍ରଣ୍ଟଲାଇନ୍ ଓ୍ୱାର୍କର, ମାର୍ଚ୍ଚ ୧ରୁ ୬୦ବର୍ଷରୁ ଉର୍ଦ୍ଧ୍ୱ ଏବଂ ୪୫ରୁ ଅଧିକ ବହୁବିଧ ଆକ୍ରାନ୍ତ । ମହାମାରୀର ମହା ମୁକାବିଲା ପାଇଁ ଗତବର୍ଷ ତମାମ, ବିଭିନ୍ନ ସମୟରେ ଏମିତି ଦେଶରେ ଆଗେଇ ଚାଲିଥିଲା କୋଭିଡ୍ ଟିକାକରଣ ଅଭିଯାନ । ଗତବର୍ଷ ମେ’ ପହିଲାରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ଅର୍ଥାତ୍ ଯୁବ ବର୍ଗଙ୍କୁ କୋଭିଡ୍ କବଚ ପ୍ରଦାନ ଆରମ୍ଭ ହୋଇଯାଇଥିଲେ ବି କିଶୋର ବର୍ଗଙ୍କୁ ଭ୍ୟାକ୍ସିନେସନ ପାଇଁ ପୁରା ବର୍ଷେ ଅପେକ୍ଷା କରିବାକୁ ପଡ଼ିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Covid19_1642403913.jpg)