Advertisment

ସଂକ୍ରମଣ କମୁଛି ସତ କିନ୍ତୁ ଟେନ୍‌ସନ୍‌ କମିନାହିଁ

ପ୍ରଥମ ଡୋଜର ୨୮ ଦିନ ପରେ ଦ୍ୱିତୀୟ ଓ ଏହାର ୨୮ ଦିନ ପରେ ତୃତୀୟ ଡୋଜ୍ ନିଆଯିବ। କମ୍ପାନି ଦାବି କରିଛି ଏଇ ଟିକା ୬୬ ଦଶମିକ ୬ ପ୍ରତିଶତ ଫଳପ୍ରଦ। ହେଲେ ଏହାର ମୂଲ୍ୟ କେତେ ରହିବ ତାହା ଆସନ୍ତା ସପ୍ତାହରେ ସ୍ପଷ୍ଟ ହେବ।

ଅଦ୍ୟତନ ହୋଇଛି
ସଂକ୍ରମଣ କମୁଛି ସତ କିନ୍ତୁ ଟେନ୍‌ସନ୍‌ କମିନାହିଁ

Child Corona

Advertisment

ଭୁବନେଶ୍ୱର: ରାଜ୍ୟରେ କରୋନାର କୋପ ଟିକେ ଥମି ଆସୁଥିବାବେଳେ ଶିଶୁଙ୍କୁ ସଂକ୍ରମଣ ନେଇ ଚିନ୍ତା ବଢୁଛି। ତଥ୍ୟ କହୁଛି ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା

Advertisment

ଆଜି ୧୦ ଲକ୍ଷ ପାର କରିଥିବାବେଳେ ସେ ଭିତରେ ଶିଶୁଙ୍କ ସଂଖ୍ୟା ହେଉଛି ପ୍ରାୟ ଏକ ଲକ୍ଷ। ତା ମଧ୍ୟରୁ ୩୬ ଶିଶୁଙ୍କ ଜୀବନ ବି ଯାଇଛି। ଅପରପକ୍ଷେ ସାମଗ୍ରିକ ଭାବେ ରାଜ୍ୟରେ ସଂକ୍ରମଣ ଓ ଆକଟିଭ୍ କେସ୍ କମିଥିଲେ ମଧ୍ୟ ଭୁବନେଶ୍ୱରରେ ସଂକ୍ରମଣ ସେଭଳି ନ କମିବା ବି ସମସ୍ୟା ବଢ଼ାଇଛି। ମାସିକ ତଳେ ରାଜଧାନୀରେ ଆକଟିଭ୍ କେସ୍ ୧୬୧୧ ଥିବାବେଳେ ଏବେ ଏହା ବଢ଼ି ୩ ହଜାର ୨୯୨ରେ ପହଞ୍ଚିଛି।

Advertisment

ଶିଶୁଙ୍କୁ କରୋନା ସଂକ୍ରମଣକୁ ନେଇ ବଢୁଛି ଟେନସନ୍। ଅଗଷ୍ଟ ୧୫ରେ ରାଜ୍ୟରେ ୦ରୁ ୧୮ ବର୍ଷ ଭିତରେ ୧୩୮ ଜଣ ଚିହ୍ନଟ ହୋଇଥିଲେ, ଆଉ ଆଜି ବି ଆକ୍ରାନ୍ତ ହୋଇଛନ୍ତି ୧୧୬ ଜଣ ଶିଶୁ ଓ କିଶୋର। ଗଲା କିଛି ଦିନ ଧରି ଦୈନିକ ପ୍ରାୟ ଶହେ ଉପରେ ରହୁଛି ଟ୍ରେଣ୍ଡ। ସେପଟେ ରାଜ୍ୟରେ ଆଜି ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ପାର କରିଥିଲା ବେଳେ ସେଥିରୁ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ପ୍ରାୟ ୧ ଲକ୍ଷ। ସେ ଭିତରୁ ୦ରୁ ୬ ବର୍ଷ ଭିତରେ ଅଛନ୍ତି ୧୫ ହଜାର ୫୬୦, ୭ରୁ ୧୮ ବର୍ଷ ଭିତରେ ଅଛନ୍ତି ୮୧ ହଜାର ୪୩୯। କେବଳ ସେତିକି ନୁହେଁ ମହାମାରୀ କରୋନା ରାଜ୍ୟରେ ଏପର୍ଯ୍ୟନ୍ତ ୩୬ ଶିଶୁଙ୍କ ଜୀବନ ବି ନେଲାଣି। ସେଥିରେ ପୁଣି ଆଗକୁ ତୃତୀୟ ଲହର ଆସୁଛି ଏବଂ ଏଥିରେ ଛୋଟ ପିଲା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେବେ ଏସବୁ ଭିତରେ ୧୨ରୁ ଅଧିକ ବୟସ୍କଙ୍କ ପାଇଁ ଜାଇଡସ୍ କାଡିଲାର ଜାଇକୋଭ୍-ଡି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇର ଅନୁମତି ଆଶ୍ୱସ୍ତି ଆଣିଛି। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏଇ ତିନି ଡୋଜ୍ ବିଶିଷ୍ଟ ଟିକା ଛୁଞ୍ଚିହୀନ ଏବଂ ଏହାକୁ ବିଶ୍ୱର ପ୍ରଥମ ଡିଏନ୍ଏ ଭିତ୍ତିକ ଟିକା ବୋଲି ବି କୁହାଯାଉଛି।

ପ୍ରଥମ ଡୋଜର ୨୮ ଦିନ ପରେ ଦ୍ୱିତୀୟ ଓ ଏହାର ୨୮ ଦିନ ପରେ ତୃତୀୟ ଡୋଜ୍ ନିଆଯିବ। କମ୍ପାନି ଦାବି କରିଛି ଏଇ ଟିକା ୬୬ ଦଶମିକ ୬ ପ୍ରତିଶତ ଫଳପ୍ରଦ। ହେଲେ ଏହାର ମୂଲ୍ୟ କେତେ ରହିବ ତାହା ଆସନ୍ତା ସପ୍ତାହରେ ସ୍ପଷ୍ଟ ହେବ।

Advertisment

ଏପଟେ ତମାମ ପ୍ରାୟସ ସତ୍ତ୍ୱେ ଖୋର୍ଦ୍ଧା ଜିଲ୍ଲା, ବିଶେଷ କରି ଭୁବନେଶ୍ୱରରେ ଆଖିଦୃଶିଆ ନ ଖସିବା ଚିନ୍ତା ବଢ଼ାଇଛି। କ୍ରମାଗତ ଭାବେ ଏଠି ଦୁଇ ଶହରୁ ତିନିଶହ ଭିତରେ ଦୈନିକ ସଂକ୍ରମଣର ଟ୍ରେଣ୍ଡ ରହୁଛି। ସେହିପରି ସାମଗ୍ରିକ ଭାବେ ରାଜ୍ୟରେ ଆକଟିଭ୍ କେସ୍ କମିଥିଲେ ମଧ୍ୟ ଭୁବନେଶ୍ୱରରେ କିନ୍ତୁ କମୁନି। ମାସକ ତଳେ ଅର୍ଥାତ ୨୦ ଜୁଲାଇରେ ଭୁବନେଶ୍ୱରରେ ଆକଟିଭ୍ କେସ୍ ୧୪୯୪ ଥିଲାବେଳେ, ଗତକାଲି ଅର୍ଥାତ୍ ଅଗଷ୍ଟ ୨୦ରେ ଏହା ୩୨୯୨ ରହିବା ଟେନସନ୍‌ ବଢ଼ାଇଛି। ଏଭଳି ସ୍ଥିତିରେ କୋଭିଡ୍ ନିୟମକୁ କଡ଼ାକଡ଼ି ମାନିବାଲାଗି ପୁଣି ଅପିଲ୍ କରିଛନ୍ତି ଡିଏମଇଟି।

ଜାଇକୋଭ୍ଡିକୁ ଅନୁମତି ମିଳି ସାରିଥିବାରୁ ଏନେଇ କେନ୍ଦ୍ରରୁ ଗାଇଡଲାଇନ୍ ଆସିବା ସହ ଟୀକା ଯୋଗାଣ ଆରମ୍ଭ ହେଲେ ରାଜ୍ୟରେ ମଧ୍ୟ ୧୨ ବର୍ଷରୁ ଅଧିକ ବୟସ୍କଙ୍କୁ ଏଇ ଟିକା ଦିଆଯିବାର ବ୍ୟବସ୍ଥା ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହଯାଇଛି।

Odisha Coronavirus Coronavirus Pandemic
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ