Advertisment

ଆମ ମାନଙ୍କ ଅସାବଧାନତା ପାଇଁ ଶୀଘ୍ର ପଳାଇ ଆସିବ କି କରୋନାର ତୃତୀୟ ଲହର?

ଚିନ୍ତା ବଢ଼ାଇଛି ସହର, ବଜାର ଓ ପର୍ଯ୍ୟଟନ ସ୍ଥଳ। ବିପଦକୁ ଡାକୁଛି ବେପରୁଆପଣ। ବାସ୍ତବ ଚିତ୍ର ଆଖି ସାମ୍ନାରେ ଦେଖାଦେଉଛି ଜଳଜଳ କରି। ଶିମ୍ଲା, ମସୌରି ହିଲ୍ ଷ୍ଟେସନ୍ ହେଉ କି ହରିଦ୍ୱାର ଓ ବାରାଣସୀ ଆଦି ଧାର୍ମିକ ସ୍ଥଳ ସବୁଠି ଡରାଇଲା ଭଳି ଭିଡ଼। ସାମାଜିକ ଦୂରତା କଥା ଛାଡ଼ନ୍ତୁ, ମାସ୍କ ବି ସମସ୍ତଙ୍କ ମୁହଁରେ ନାହିଁ। ସ୍ଥିତି ଏଭଳି ରହିଲେ ତୃତୀୟ ଲହର ଯେ ଆଉ ବେଶି ଦୂର ନୁହେଁ, ଏଥିରେ ତିଳେ ବି ସନ୍ଦେହ ନାହିଁ।

ଅଦ୍ୟତନ ହୋଇଛି
ଆମ ମାନଙ୍କ ଅସାବଧାନତା ପାଇଁ ଶୀଘ୍ର ପଳାଇ ଆସିବ କି କରୋନାର ତୃତୀୟ ଲହର?

Corona Virus

Advertisment

ଭୁବନେଶ୍ୱର: ଦ୍ୱିତୀୟ ଲହରର ନିଆଁ ପ୍ରଶମିତ ନହେଉଣୁ, ପୁଣି ବିପଦକୁ ଡାକୁଛି ଲୋକଙ୍କ ବେପରୁଆ ପଣ। ସହର ବଜାର ଓ ପର୍ଯ୍ୟଟନ ସ୍ଥଳୀରେ ଅସମ୍ଭବ ଭିଡ଼, ଧିମା ପଡ଼ିଥିବା ସଂକ୍ରମଣକୁ ପୁଣି କାଳେ ବଢ଼ାଇଦେବ, ସେଇ ଆଶଙ୍କାରେ କେନ୍ଦ୍ର ସରକାର। ହେଲେ ଲୋକେ ଯେମିତି ନିଦାବିଷ୍ଣୁ କାହାର କିଛି ପରଓ୍ୱାୟ ନାହିଁ। ଏଭଳି ସ୍ଥିତି ଲାଗି ରହିଲେ, ନିଃସନ୍ଦେହରେ କୁହାଯାଇପାରେ ତୃତୀୟ ଲହର ଅବଶ୍ୟମ୍ଭାବୀ।

Advertisment

ଚିନ୍ତା ବଢ଼ାଇଛି ସହର, ବଜାର ଓ ପର୍ଯ୍ୟଟନ ସ୍ଥଳ। ବିପଦକୁ ଡାକୁଛି ବେପରୁଆପଣ। ବାସ୍ତବ ଚିତ୍ର ଆଖି ସାମ୍ନାରେ ଦେଖାଦେଉଛି ଜଳଜଳ କରି। ଶିମ୍ଲା, ମସୌରି ହିଲ୍ ଷ୍ଟେସନ୍ ହେଉ କି ହରିଦ୍ୱାର ଓ ବାରାଣସୀ ଆଦି ଧାର୍ମିକ ସ୍ଥଳ ସବୁଠି ଡରାଇଲା ଭଳି ଭିଡ଼। ସାମାଜିକ ଦୂରତା କଥା ଛାଡ଼ନ୍ତୁ, ମାସ୍କ ବି ସମସ୍ତଙ୍କ ମୁହଁରେ ନାହିଁ। ସ୍ଥିତି ଏଭଳି ରହିଲେ ତୃତୀୟ ଲହର ଯେ ଆଉ ବେଶି ଦୂର ନୁହେଁ, ଏଥିରେ ତିଳେ ବି ସନ୍ଦେହ ନାହିଁ।

Advertisment

ଖାଲି ବାହାର ରାଜ୍ୟ ନୁହେଁ, ଲକଡାଉନ୍‌ ଆଂଶିକ କୋହଳ ହେବା ପରେ ରାଜ୍ୟର ବି ଚିତ୍ର ବିଗିଡ଼ିଛି। ଅନେକ ସ୍ଥାନରେ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନର ତାଗିଦ ସତ୍ତ୍ୱେ ଲୋକେ ବେଫିକର୍। ତେଣୁ ପୁଣିଥରେ ନେଡ଼ି ଗୁଡ଼ କହୁଣିକୁ ବୋହିବା ପୂର୍ବରୁ, ଲୋକଙ୍କୁ ସଚେତନ ହେବା ଏବଂ କରୋନା ସତର୍କତା କଡ଼ାକଡ଼ି କରିବା ଉପରେ ବିଶେଷଜ୍ଞ ଗୁରୁତ୍ୱ ଦେଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ କହୁଛି, ୯୦ଟି ଜିଲ୍ଲାରୁ ଦେଶର ୮୦ ପ୍ରତିଶତ କରୋନା ପଜିଟିଭ୍ କେଶ୍ ସାମ୍ନାକୁ ଆସୁଛି। କେବଳ ମହାରାଷ୍ଟ୍ର ଓ କେରଳରୁ ଆସୁଛି ୫୩ ପ୍ରତିଶତ, ଅର୍ଥାତ୍ ଅଧାରୁ ଅଧିକ ମାମଲା। ୬୬ଟି ଜିଲ୍ଲାରେ ପଜିଟିଭିଟି ରେଟ୍ ୧୦ ପ୍ରତିଶତରୁ ଅଧିକ ରହିଛି। ଓଡ଼ିଶାର ୧୦ଟି ଜିଲ୍ଲାରେ ବି ସ୍ଥିତି ଚିନ୍ତାଜନକ। ତେବେ ଇଏ ତୃତୀୟ ଲହର ନୁହେଁ , ଏବେ ବି ଦ୍ୱିତୀୟ ଲହର ଜାରି ରହିଛି ବୋଲି କହିଛନ୍ତି ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି। ତେଣୁ ଲୋକଙ୍କୁ ଅଯଥା ଆତଙ୍କିତ ନହୋଇ, ବରଂ ଅଧିକ ସତର୍କ ହେବାକୁ ସେ ପରାମର୍ଶ ଦେଇଛନ୍ତି।ଗଲା ଦେଢ଼ ବର୍ଷ ଭିତରେ ମହାମାରୀର ୨ଟି ଲହର ସହ ଯୁଝିସାରିଛି ଦେଶ। ବହୁତ କିଛି ହରାଇଛି, ବହୁତ କିଛି ଶିଖିଛି। ହେଲେ ଏହି ଲଢ଼େଇର ଭବିଷ୍ୟତ କଣ ହେବ, ତାହା ଆମ ସମସ୍ତଙ୍କର ବର୍ତ୍ତମାନର କାର୍ଯ୍ୟକଳାପ ହିଁ ନିର୍ଣ୍ଣୟ କରିବ।

Advertisment
India News Odisha COVID-19 Coroanvirus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ