Advertisment

ଆଇସିଏମ୍‌ଆର୍‌ର ନୂଆ ସଫଳତା: ମାତ୍ର ଦୁଇ ଘଣ୍ଟାରେ ଚିହ୍ନଟ ହେବ ଓମିକ୍ରନ ପଜିଟିଭ୍

କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଚିହ୍ନଟ କ୍ଷେତ୍ରରେ ଆଇସିଏମ୍ଆରର ସଫଳତା । ୨ ଘଣ୍ଟା ମଧ୍ୟରେ ଓମିକ୍ରନ ଚିହ୍ନଟ କରି ପାରୁଥିବା କିଟ୍ ବାହାର କରିଛି ଆଇସିଏମ୍ଆର । ଶୀଘ୍ର ଚିହ୍ନଟ ହେଲେ ଶୀଘ୍ର ଚିକିତ୍ସାର ସୁବିଧା ମିଳିବ ବୋଲି ଆଶା କରାଯାଉଛି ।

ଅଦ୍ୟତନ ହୋଇଛି
Omicron

Omicron

Advertisment

ଭୁବନେଶ୍ୱର: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଚିହ୍ନଟ କ୍ଷେତ୍ରରେ ଆଇସିଏମ୍ଆରର ସଫଳତା । ୨ ଘଣ୍ଟା ମଧ୍ୟରେ ଓମିକ୍ରନ ଚିହ୍ନଟ କରି ପାରୁଥିବା କିଟ୍ ବାହାର କରିଛି ଆଇସିଏମ୍ଆର । ଶୀଘ୍ର ଚିହ୍ନଟ ହେଲେ ଶୀଘ୍ର ଚିକିତ୍ସାର ସୁବିଧା ମିଳିବ ବୋଲି ଆଶା କରାଯାଉଛି । ଆସାମ ଦିବ୍ରୁଗଡ଼ର ଆଇସିଏମ୍ଆର ଲ୍ୟାବ୍‌ରେ କିଟ୍ର ଡିଜାଇନ୍ କରାଯାଇଛି । ବର୍ତ୍ତମାନ ପଦ୍ଧତିରେ ଓମିକ୍ରନ ସଂକ୍ରମଣ ଜାଣିବାକୁ ୩ରୁ ୪ଦିନ ଲାଗୁଛି ।

Advertisment

ମାତ୍ର ୨ ଘଣ୍ଟାରେ ଚିହ୍ନଟ ହୋଇପାରିବ ଓମିକ୍ରନ୍ । କରୋନାର ଓମିକ୍ରନ୍ ଭାରିଆଣ୍ଟକୁ ମାତ୍ର ୨ ଘଣ୍ଟାରେ ଚିହ୍ନଟ କରିବାକୁ ନୂଆ କିଟ୍ ତିଆରି କରିଛି ICMR । ସାରା ବିଶ୍ୱରେ କରୋନାର ଓମିକ୍ରନ୍ ଭାରିଆଣ୍ଟକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ, ଯେତେ ଶୀଘ୍ର ସମ୍ଭବ ଏହି ଭାରିଆଣ୍ଟ୍ ଦ୍ୱାରା ସଂକ୍ରମିତଙ୍କ ଚିହ୍ନଟ କରି ଆଇସୋଲେସନରେ ରଖାଯିବା ଉପରେ ସମସ୍ତେ ଗୁରୁତ୍ୱ ଦେଉଛନ୍ତି ।

ତେବେ ବର୍ତ୍ତମାନ ଉପଲବ୍ଧ ସୁବିଧାରେ ଜଣେ କରୋନା ଆକ୍ରାନ୍ତ ଓମିକ୍ରନ୍ ଦ୍ୱାରା ସଂକ୍ରମିତ କି ନାହିଁ ଜାଣିବା ପାଇଁ ୩ରୁ ୪ ଦିନ ସମୟ ଲାଗୁଥିଲା । ହେଲେ ଇଣ୍ଡିଆନ୍ କାଉନ୍ସିଲ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ICMR ଦ୍ୱାରା ବିକଶିତ ନୂଆ କିଟ୍ ମାତ୍ର ୨ ଘଣ୍ଟାରେ ଏହାକୁ ଚିହ୍ନଟ କରିପାରିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଆସାମ ଦିବ୍ରୁଗଡ଼ ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରରେ ଏହାକୁ ଡିଜାଇନ୍ କରାଯାଇଥିବାର ସୂଚନା ମିଳିଛି ।

Advertisment

ଦିନକୁ ଦିନ ଦେଶରେ କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମହାରାଷ୍ଟ୍ରରେ ଆଉ ୭ ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସବୁଠୁ ଚିନ୍ତାଜନକ ବିଷୟ, ସଂକ୍ରମିତଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁ ଅଛନ୍ତି । ଚିହ୍ନଟ ୭ ନୂଆ ସଂକ୍ରମିତଙ୍କ ମଧ୍ୟରୁ ମୁମ୍ବାଇରୁ ୩ ଜଣ ଏବଂ ପିମ୍ପୋରୀ ଚିଞ୍ଚଲୱାଡ ନଗରରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ଯେତେ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସମସ୍ତଙ୍କର ସାମାନ୍ୟ ଲକ୍ଷଣ ଦେଖା ଦେଇଛି। ପ୍ରଥମଥର ପାଇଁ ଦେଶରେ ଜଣେ ଶିଶୁ ଓମିକ୍ରନ୍‌ରେ ସଂକ୍ରମିତ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଚିହ୍ନଟ ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ଓମିକ୍ରେନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି।

Advertisment
India ICMR Omicron
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ