Advertisment

କରୋନା ଲକ୍ଷଣକୁ ଲୁଚାଅନି, ଲୁକ୍କାୟିତ କେସ୍ ଯୋଗୁଁ ବଢିପାରେ ସଂକ୍ରମଣ !

ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, କରୋନା ପିକ୍ ସମୟରେ ଅନେକ ଲୋକ ଲକ୍ଷଣ ଥାଇ ବି ପରୀକ୍ଷା କରାଇବାକୁ ଆସିନଥିଲେ। ନିଜେ ନିଜେ ଔଷଧ କିଣି ସେବନ କରୁଥିଲେ ଯାହାଦ୍ୱାରା ପ୍ରକୃତ ପଜିଟିଭ୍ କେସ୍ ସଂଖ୍ୟା ଜଣା ପଡୁନଥିଲା।

ଅଦ୍ୟତନ ହୋଇଛି
କରୋନା ଲକ୍ଷଣକୁ ଲୁଚାଅନି, ଲୁକ୍କାୟିତ କେସ୍ ଯୋଗୁଁ ବଢିପାରେ ସଂକ୍ରମଣ !

Covid surveillance

Advertisment

ଭୁବନେଶ୍ୱର: ସନ୍ଦିଗ୍ଧ କରୋନା ରୋଗୀଙ୍କୁ ଖୋଜିବାକୁ ଚାଲିଛି ଘରକୁ ଘର ସର୍ଭେ। ମେ ୨୪ରୁ ଆରମ୍ଭ ହୋଇଥିବା ଏହି ଆକ୍ଟିଭ୍ ସର୍ଭିଲାନ୍ସରେ ଆଶା ଓ ଅଙ୍ଗନବାଡି କର୍ମୀମାନେ ପ୍ରତି ଘରକୁ ଯାଇ କରୋନା ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରୁଛନ୍ତି। ଲକ୍ଷଣ ଦେଖାଗଲେ କୋଭିଡ୍ ଟେଷ୍ଟ କରିବାକୁ କୁହାଯାଉଛି। ଆଉ ଏହାର ସୁଫଳ ଧିରେ ଧିରେ ମିଳିଲାଣି। ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଏଭଳି ସର୍ଭିଲାନ୍ସ ଦ୍ୱାରା କେବଳ ପ୍ରଥମ ମାସରେ ୧ ଲକ୍ଷ ୧୫ ହଜାର ପଜିଟିଭ୍ କେସ୍ ଚିହ୍ନଟ ହୋଇଛନ୍ତି। ଏହି ସମୟରେ ସ୍ୱାସ୍ଥ୍ୟକର୍ମୀମାନେ ୯୪ ଲକ୍ଷ ୫୦ ହଜାର ଘରକୁ ଛୁଇଁଥିଲେ।

Advertisment

ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, କରୋନା ପିକ୍ ସମୟରେ ଅନେକ ଲୋକ ଲକ୍ଷଣ ଥାଇ ବି ପରୀକ୍ଷା କରାଇବାକୁ ଆସିନଥିଲେ। ନିଜେ ନିଜେ ଔଷଧ କିଣି ସେବନ କରୁଥିଲେ ଯାହାଦ୍ୱାରା ପ୍ରକୃତ ପଜିଟିଭ୍ କେସ୍ ସଂଖ୍ୟା ଜଣା ପଡୁନଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଭଳି ହିଡେନ୍ ବା ଲୁକାୟିତ କେସ୍ ଯୋଗୁଁ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି ଯାହାକି ଏବେ ସରକାରଙ୍କ ଚିନ୍ତା ବଢ଼ାଇଛି। ଆଗକୁ ତୃତୀୟ ଲହର ଆସିବା ଆଶଙ୍କା ଥିବାରୁ ଅଗଷ୍ଟ ୨୪ ଯାଏଁ ହେବାକୁ ଥିବା ଏହି ଆକ୍ଟିଭ ସର୍ଭେଲାନ୍ସକୁ ଜୋରଦାର କରାଯାଇ, ସମୟସୀମା ବଢ଼ାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

ସେପଟେ ୩ ଦିନ ହେଲା ରାଜ୍ୟରେ ପଜିଟିଭ୍ ସଂଖ୍ୟା ବଢିବାରେ ଲାଗିଛି। ଜୁଲାଇ ୧୬ରେ ୨୦୭୦, ୧୭ରେ ୨୧୮୨ ଓ ଆଜି ୨୨୧୫ ପଜିଟିଭ୍ କେଶ୍ ଚିହ୍ନଟ ହୋଇଛି। କୁହାଯାଉଛି ଟେଷ୍ଟ ସଂଖ୍ୟା ବଢୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢୁଛି। ସେପଟେ କିନ୍ତୁ ଟେଷ୍ଟ ପଜିଟିଭିଟି ରେଟ୍ ବା ଟିପିଆର୍ ୩ ପ୍ରତିଶତ ତଳେ ରହିଛି। ଅନ୍ୟପକ୍ଷରେ R ଭ୍ୟାଲୁ ଅର୍ଥାତ ଅନ୍ୟକୁ ସଂକ୍ରମିତ କରିବାର କ୍ଷମତାକୁ ନେଇ ସଜାଗ୍ ରହିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସବୁ ରାଜ୍ୟକୁ ସଜାଗ୍ କରିଛି।

Advertisment

R-ଭ୍ୟାଲୁ ବଢିଲେ ତାହା କରୋନାର ତୃତୀୟ ଲହରକୁ ବଳ ଦେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଚେତାଇ ଦେଇଛନ୍ତି। ସେପଟେ ପଡ଼ୋଶୀ ଛତିଶଗଡ଼ରେ ସଂକ୍ରମଣ ଧିରେ ଧିରେ ବଢୁଥିବାରୁ ସୀମାବର୍ତ୍ତି ଜିଲ୍ଲାଗୁଡ଼ିକରେ ମଧ୍ୟ ସଂକ୍ରମଣ ବଢିବା ଆଶଙ୍କା କରାଯାଉଛି। ତେଣୁ ତା ଉପରେ ନଜର ରଖିବାକୁ କୁହାଯାଇଛି। 

Advertisment

କୋଭିଡ୍‌ରେ ଆଉ ୬୬ ଜଣଙ୍କ ମୃତ୍ୟୁ ହୋଇଥିବା ଅଡିଟ୍ ପରେ ଆଜି ରାଜ୍ୟ ସରକାର ଜଣାଇଛନ୍ତି। ଏହାକୁ ମିଶାଇ ମୋଟ୍ କୋଭିଡ୍ ମୃତ୍ୟୁ ସଂଖ୍ୟା ୫ ହଜାର ୫୮ରେ ପହଞ୍ଚିଛି। କରୋନାର ଦ୍ୱିତୀୟ ଲହର ପୁରାପୁରି ଯାଇନଥିବା ବେଳେ ତୃତୀୟ ଲହର ଆଶଙ୍କା ବଢୁଥିବାରୁ ସମସ୍ତେ ସଜାଗ୍ ରହିବାକୁ ପରାମର୍ଶ ଦିଆଯାଇଛି।

ରିପୋର୍ଟ: ବିଜୟ ବରୁଆ, ହରିହର ଚାନ୍ଦ

Odisha News COVID-19 Odisha Government Covid Appropriate Behaviour
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ