Advertisment

ଭୁବନେଶ୍ୱରରେ କରୋନା ସଂକ୍ରମଣ ଚିନ୍ତାର କାରଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଡିସେମ୍ବର ମାସରେ ପ୍ରାୟତଃ ଲୋକେ ବୁଲାବୁଲି କରିଥାନ୍ତି। ତେବେ ଏହି ସମୟରେ ଭିଡ଼ ଏଡ଼ାଇବା ସହ ସମସ୍ତଙ୍କୁ ସଚେତନ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ସରକାର ଆଗାମୀ ଦିନରେ କଣ ରହିବ କଟକଣାର ରୂପରେଖ ସେ ନେଇ ଆସନ୍ତାକାଲି ରାଜ୍ୟମାନଙ୍କ ସହ କେନ୍ଦ୍ର ସରକାରଙ୍କ ବୈଠକ ବସିବ।

ଅଦ୍ୟତନ ହୋଇଛି
Corona Situation in bhubaneswar

Corona Situation in bhubaneswar

Advertisment

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚିନ୍ତାର କାରଣ ପାଲଟିଛି କରୋନା ସଂକ୍ରମଣ। ଭୁବନେଶ୍ୱରରେ ଦୈନିକ ୨୫୦ରୁ ୩୦୦ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଭଳି ସ୍ଥିତିରେ ଜଗିରହି ସତର୍କ ହୋଇ ଚଳିବାକୁ ପଡ଼ିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ଏବେ ସଂକ୍ରମଣ କମିନାହିଁ। ଆଗାମୀ ୩ ମାସ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

Advertisment

ଡିସେମ୍ବର ମାସରେ ପ୍ରାୟତଃ ଲୋକେ ବୁଲାବୁଲି କରିଥାନ୍ତି। ତେବେ ଏହି ସମୟରେ ଭିଡ଼ ଏଡ଼ାଇବା ସହ ସମସ୍ତଙ୍କୁ ସଚେତନ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ସରକାର ଆଗାମୀ ଦିନରେ କଣ ରହିବ କଟକଣାର ରୂପରେଖ ସେ ନେଇ ଆସନ୍ତାକାଲି ରାଜ୍ୟମାନଙ୍କ ସହ କେନ୍ଦ୍ର ସରକାରଙ୍କ ବୈଠକ ବସିବ।

ଡିଏମ୍ଇଟି ମୁଖ୍ୟ ସିବିକେ ମହାନ୍ତି କହିଥିଲେ ଯେ ଭୁବନେଶ୍ୱରର ଯେଉଁ ଜାଗାରେ କରୋନା ସଂକ୍ରମଣ ବଢ଼ିବ ସେଠି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ କରାଯିବ। ପୂର୍ବରୁ କିଛି ଜାଗାରେ ସଂକ୍ରମଣ ବଢିବା ଆଶଙ୍କା କରି ଲୋକଙ୍କ ହିତ ଦୃଷ୍ଟିରୁ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଥିଲା। ଗତ ୭ ଦିନ ହେଲାଣି ସଂକ୍ରମଣ ଉପର ତଳ ହେଉଛି। ମାତ୍ର ଭୁବନେଶ୍ୱରରେ ସଂକ୍ରମଣ ସାମାନ୍ୟ ବୃଦ୍ଧି ହୋଇଛି। ଲୋକମାନଙ୍କ ଚାଲିଚଳନ ଓ ଆଚରଣ ଉପରେ ସଂକ୍ରମଣ ବୃଦ୍ଧି ର୍ନିଭର କରୁଛି ବୋଲି ସେ କହିଥିଲେ।

Advertisment

 ଫରେଷ୍ଟ ପାର୍କ ଅଞ୍ଚଳର ଏକ ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ୫୨ ନମ୍ବର ୱାର୍ଡ ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା।  

COVID19 Odisha Covid Status
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ