Advertisment

ସେରୋ ସର୍ଭେରୁ ଆସିଛି ଭଲ ଖବର

ରାଜ୍ୟରେ ହୋଇଥିବା ସେରୋ ସର୍ଭେରୁ ଆସିଛି ଭଲ ଖବର । ସେରୋ ସର୍ଭେରେ ଲୋକଙ୍କ ମଧ୍ୟରେ ୬୦ ପ୍ରତିଶତରୁ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଥିବା ସର୍ଭେରୁ ଜଣାପଡିଛି। କୋଭିଡ୍ ବିରୋଧରେ ସଂଗ୍ରାମ ପାଇଁ ଏହା ଶୁଭଙ୍କର ସୂଚନା ବୋଲି କହିଛନ୍ତି କୋରାପୁଟ ସିଡିଏମ୍ଓ ମକରନ୍ଦ ବେଉରା। ଗତ ଜୁନ ଶେଷ ଓ ଜୁଲାଇ ମାସ ପ୍ରଥମାର୍ଦ୍ଧରେ ଆଇସିଏମ୍ଆର ତରଫରୁ ରାଜ୍ୟର ୩ ଜିଲ୍ଲାରେ ସେରୋ ସର୍ଭେ କରାଯାଇଥିଲା

ରେକର୍ଡ ୬୦୯ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

coronavirus-recoverd

Advertisment

ଭୁବନେଶ୍ୱର: ରାଜ୍ୟରେ ହୋଇଥିବା ସେରୋ ସର୍ଭେରୁ ଆସିଛି ଭଲ ଖବର । ସେରୋ ସର୍ଭେରେ ଲୋକଙ୍କ ମଧ୍ୟରେ ୬୦ ପ୍ରତିଶତରୁ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଥିବା ସର୍ଭେରୁ ଜଣାପଡିଛି। କୋଭିଡ୍ ବିରୋଧରେ ସଂଗ୍ରାମ ପାଇଁ ଏହା ଶୁଭଙ୍କର ସୂଚନା ବୋଲି କହିଛନ୍ତି କୋରାପୁଟ ସିଡିଏମ୍ଓ ମକରନ୍ଦ ବେଉରା। ଗତ ଜୁନ ଶେଷ ଓ ଜୁଲାଇ ମାସ ପ୍ରଥମାର୍ଦ୍ଧରେ ଆଇସିଏମ୍ଆର ତରଫରୁ ରାଜ୍ୟର ୩ ଜିଲ୍ଲାରେ ସେରୋ ସର୍ଭେ କରାଯାଇଥିଲା। ଗଂଜାମ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ହୋଇଥିଲା ଏହି ସେରୋ ସର୍ଭେ ରିପୋର୍ଟ ଅନୁଯାୟୀ ନମୁନା ସଂଗ୍ରହ କରାଯାଇଥିବା ସାଧାରଣ ଲୋକଙ୍କ ମଧ୍ୟରୁ ୬୧. ୩ ପ୍ରତିଶତ ଲୋକଙ୍କ ମଧ୍ୟରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡିଛି। ସେରୋ ସର୍ଭେ ହୋଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଏହି ସଂଖ୍ୟା ୮୫ ପ୍ରତିଶତ ଥିବା ଜଣାପଡିଛି। ଅଧାରୁ ଅଧିକା ଲୋକଙ୍କ ମଧ୍ୟରେ ଆଣ୍ଟିବଡି ସୃଷ୍ଟି ହୋଇସାରିଥିବା ସ୍ଥିତିରେ କୋଭିଡର ସମ୍ଭାବ୍ୟ ତୃତୀୟ ଲହରକୁ ମଧ୍ୟ ସଠିକ ଭାବେ ସାମନା କରାଯାଇପାରିବ ବୋଲି ସେ ମତ ରଖିଛନ୍ତି।

Advertisment

ସେପଟେ, କୋଭିଡ୍ ତୃତୀୟ ଲହର ଆସିବାର ଏ ପର୍ଯ୍ୟନ୍ତ କୌଣସି ଲକ୍ଷଣ ନାହିଁ। କେବେ ଆସିବ? କଣ ରହିବ ତାହାର ପ୍ରଭାବ? ସେ ନେଇ ବିଭିନ୍ନ ଆକଳନ ହେଉଛି ବୋଲି କହିଛନ୍ତି ଡିଏମଇଟି । ବର୍ତ୍ତମାନ ରାଜ୍ୟରେ ସଂକ୍ରମଣର ଯେଉଁ ଟ୍ରେଣ୍ଡ ରହିଛି ଦେଶର ଅନାନ୍ୟ ରାଜ୍ୟରେ ବି ସେହି ଟ୍ରେଣ୍ଡ ଦେଖାଯାଉଛି। କିଛି ଜିଲ୍ଲାରେ ଅଧିକ ସଂକ୍ରମଣ ରହୁଥିଲେ ବି ପୂର୍ବ ଅପେକ୍ଷା ବହୁତ କମିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିମ୍ବା ବିଭିନ୍ନ ନିୟମ ଗୁଡିକ ଦର୍ଶାଉଛି ଯେ ମହାମାରୀ ବେଳେ ଚିକିତ୍ସାକୁ ପ୍ରାଥମିକତା ଦେବା ଦରକାର। ତେବେ ମହାମାରୀ ଶେଷ ହେବା ପରେ ମୃତ୍ୟୁ ସଂଖ୍ୟା ହିସାବ ଦିଆଯାଇଥାଏ ବୋଲି କହିଛନ୍ତି ଡିଏମ୍ଇଟି। ସେପଟେ ରାଜ୍ୟରେ ସଂକ୍ରମଣ କମିଥିଲେ ବି ଆଗାମୀ ଦୁଇରୁ ତିନି ମାସ ସତର୍କ ରହିବାକୁ ପଡ଼ିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ଏପଟେ, ଗତ କିଛି ଦିନ ଧରି ରାଜ୍ୟରେ ପାଖାପାଖି ୨ ହଜାର କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୬୩୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୯୪୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୬୮୮ ରହିଛି।

Advertisment
Odisha News Coronavirus COVID19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ