Advertisment

ଆସନ୍ତା ୪ରୁ ଖୋଲିବ ବିରଜା ମନ୍ଦିର: ଭକ୍ତଙ୍କ ମନରେ ବଢିଲା ଉତ୍ସାହ

ଆସନ୍ତା ଅଗଷ୍ଟ ୪ ତାରିଖ ବୁଧବାରଠାରୁ ଖୋଲିବ ଯାଜପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ। ଏନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲପାଳ ଚକ୍ରବର୍ତି ସିଂ ରାଠୋର। କୋଭିଡ କଟକଣାରେ ଶ୍ରଦ୍ଧାଳୁ ଦେବା ଦେବୀଙ୍କ ଦର୍ଶନ କରିବେ ବୋଲି ସୂଚନା ମିଳିଛି । ଦ୍ୱୀତିୟ ଲହର କରୋନା କଟକଣାରେ ମନ୍ଦିର ବନ୍ଦ ଥିବାରୁ ଶ୍ରଦ୍ଧାଳୁ ଙ୍କୁ ମନ୍ଦିର ବାରଣ କରାଯାଇ ଥିବାରୁ ମନ୍ଦିର ମଧ୍ୟକୁ ଭକ୍ତମାନେ ପ୍ରବେଶ କରିପାରୁନଥିଲେ

ଅଦ୍ୟତନ ହୋଇଛି
ଆସନ୍ତା ୪ରୁ ଖୋଲିବ ବିରଜା ମନ୍ଦିର: ଭକ୍ତଙ୍କ ମନରେ ବଢିଲା ଉତ୍ସାହ

Biraja Temple

Advertisment

ଯାଜପୁର(ସଞ୍ଜୀବ ନାୟକ): ଆସନ୍ତା ଅଗଷ୍ଟ ୪ ତାରିଖ ବୁଧବାରଠାରୁ ଖୋଲିବ ଯାଜପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ। ଏନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲପାଳ ଚକ୍ରବର୍ତି ସିଂ ରାଠୋର। କୋଭିଡ କଟକଣାରେ ଶ୍ରଦ୍ଧାଳୁ ଦେବା ଦେବୀଙ୍କ ଦର୍ଶନ କରିବେ ବୋଲି ସୂଚନା ମିଳିଛି । ଦ୍ୱୀତିୟ ଲହର କରୋନା କଟକଣାରେ ମନ୍ଦିର ବନ୍ଦ ଥିବାରୁ ଶ୍ରଦ୍ଧାଳୁଙ୍କୁ ମନ୍ଦିର ବାରଣ କରାଯାଇଥିବାରୁ ମନ୍ଦିର ମଧ୍ୟକୁ ଭକ୍ତମାନେ ପ୍ରବେଶ କରିପାରୁନଥିଲେ । ତେବେ ଏହାର ସିଧାସଳଖ ପ୍ରଭାବ ମନ୍ଦିରର ସେବାୟତଙ୍କ ଉପରେ ପଡ଼ିଥିଲା। ଆଉ ଏହାରି ମଧ୍ୟରେ ଅଗଷ୍ଟରେ ମନ୍ଦିର ଖୋଲିବା ନେଇ ସରକାର ଗ୍ରୀନ ସିଗନାଲ ଦେଇଥିଲେ। ତେଣୁ ମନ୍ଦିର ଖୋଲିବା ନେଇ ସେବାୟତଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲା ଆଉ ମନ୍ଦିର ଖୋଲିବା ନେଇ ସବୁଜ ସଙ୍କେତ ଦେଇଛନ୍ତି ଜିଲ୍ଲାପାଳ।

Advertisment

ସେପଟେ, ଆଜିଠୁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର । କରୋନା ମହାମାରୀ ପାଇଁ ଲକଡାଉନ ଯୋଗୁଁ ବନ୍ଦ ରହିଥିବା ବିଶ୍ୱ ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ ଖୋଲିବା ପରେ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଦୀର୍ଘଦିନ ପରେ ଚଳଚଞ୍ଚଳ ହୋଇ ଉଠିଛି କୋଣାର୍କ ଓ ଚନ୍ଦ୍ରଭାଗା । ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକ ଚନ୍ଦ୍ରଭାଗା ବେଳାଭୂମିରେ ବୁଲିବା ସହ ସମୁଦ୍ରରେ ଗାଧୋଇ ମଜ୍ଜା ନେଉଛନ୍ତି।

Advertisment

ଏପଟେ, ରାଜ୍ୟରେ ଧୀରେ ଧୀରେ ହ୍ରାସ ପାଉଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୦୩୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫୯୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୪୩୪ । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୯ ହଜାର ୭୩୭କୁ ବୃଦ୍ଧି ପାଇଛି । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ଅନୁସାରେ ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Odisha Jajpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ