Advertisment

“ଆସିପାରେ କରୋନାର ଚତୁର୍ଥ ଲହର”

ତୃତୀୟ ଲହର ଭାରତକୁ ଆସିନି। ସମ୍ଭାବ୍ୟ ତୃତୀୟ ଲହର ନେଇ ପ୍ରତିକ୍ରିୟା ରଖି ଏହା କହିଛନ୍ତି DMET ସିବିକେ ମହାନ୍ତି। ସବୁ ମହାମାରୀରେ ତୃତୀୟ, ଚତୁର୍ଥ ଲହର ଆସିପାରେ, ଏହା ନୂଆକଥା ନୁହେଁ। ଏବେ ଦେଶରେ କରୋନାର ଡାଉନ୍ ଟ୍ରେଣ୍ଡ୍ ରହିଛି। କେସ୍ ଲୋଡ୍, ସଂକ୍ରମଣକୁ ଦେଖତ୍ ସରକାର ଅନଲକ୍‌ ନିଷ୍ପତ୍ତି ନେବେ। ଜୁନର ଆଭରେଜ ଦେଖି କେନ୍ଦ୍ର ୬.୫% ଥିବା କହିଛି। ଏବେ ଟେଷ୍ଟ ପଜିଟିଭିଟି ହାର ୩ ପ୍ରତିଶତ ଅଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

“ଆସିପାରେ କରୋନାର ଚତୁର୍ଥ ଲହର”

coronavirus

Advertisment

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିଛି କିନ୍ତୁ ଭୁବନେଶ୍ୱର, କଟକରେ ଟିକେ ଉଦେବେକ ସ୍ଥିତି ରହିଛି। ସଂକ୍ରମଣ କମିବା ଉପରେ ପଦକ୍ଷେପ ନିଆଯାଉଛି। ଛତିଶଗଡ଼ ସୀମାନ୍ତ ନୂଆପଡ଼ାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଛତିଶଗଡ଼ରେ ସଂକ୍ରମଣ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଥିବାରୁ ସୀମାନ୍ତ ଜିଲ୍ଲା ଉପରେ ନଜର ରଖାଯାଇଛି। ସେପଟେ ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଜିଲା ଉପରେ ମଧ୍ୟ ସତର୍କ ଦୃଷ୍ଟି ରହିଛି। ସବୁ ତଥ୍ୟକୁ ନେଇ ସରକାର ଅନଲକର ପରବର୍ତ୍ତୀ ସ୍ଥିତି କଣ ରହିଛି ଏ ନେଇ ନିଷ୍ପତ୍ତି ନିଆଯିବ। ତୃତୀୟ ଲହର ମୁକାବିଲା ଲାଗି ସରକାର ପ୍ରସ୍ତୁତ ଅଛନ୍ତି। ସର୍ଭେଲାନ୍ସ, ଭ୍ୟାକ୍ସିନେସନ ଏବଂ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

Advertisment

ସେପଟେ, ତୃତୀୟ ଲହର ଭାରତକୁ ଆସିନି। ସମ୍ଭାବ୍ୟ ତୃତୀୟ ଲହର ନେଇ ପ୍ରତିକ୍ରିୟା ରଖି ଏହା କହିଛନ୍ତି DMET ସିବିକେ ମହାନ୍ତି। ସବୁ ମହାମାରୀରେ ତୃତୀୟ, ଚତୁର୍ଥ ଲହର ଆସିପାରେ, ଏହା ନୂଆକଥା ନୁହେଁ। ଏବେ ଦେଶରେ କରୋନାର ଡାଉନ୍ ଟ୍ରେଣ୍ଡ୍ ରହିଛି। କେସ୍ ଲୋଡ୍, ସଂକ୍ରମଣକୁ ଦେଖତ୍ ସରକାର ଅନଲକ୍‌ ନିଷ୍ପତ୍ତି ନେବେ। ଜୁନର ଆଭରେଜ ଦେଖି କେନ୍ଦ୍ର ୬.୫% ଥିବା କହିଛି। ଏବେ ଟେଷ୍ଟ ପଜିଟିଭିଟି ହାର ୩ ପ୍ରତିଶତ ଅଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସେପଟେ, ରାଜ୍ୟରେ ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଆଜି ସାମାନ୍ୟ ବଢ଼ିଛି ସଂକ୍ରମଣ । ଗତକାଲି ୧,୯୩୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୪୫ ହଜାର ୭୪୯କୁ ବୃଦ୍ଧିକୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୧୯୨ ଜଣ ଚିହ୍ନଟ ହୋଇଛନ୍ତି ଓ ଲୋକାଲ କେସ୍ ଆସିଛି ୮୮୨ ।

Advertisment

୨ ହଜାର ୭୪ ସଂକ୍ରମିତଙ୍କ ମଧ୍ୟରୁ ଆଜି ଅନୁଗୁଳରୁ ୫୯, ବାଲେଶ୍ୱରରୁ ୧୧୫, ବରଗଡ଼- ୩୮, ଭଦ୍ରକରୁ୧୧୦, ବଲାଙ୍ଗିରରୁ ୧୭, ବୌଦ୍ଧରୁ ୧୨,କଟକରୁ ୨୮୩, ଦେବଗଡ଼ରୁ ୩, ଢେଙ୍କାନାଳରୁ ୬୧, ଗଜପତିରୁ ୩, ଗଞ୍ଜାମରୁ ୫, ଜଗତସିଂହପୁରରୁ ୯୯, ଯାଜପୁରରୁ ୧୨୦, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୫, କନ୍ଧମାଳରୁ ୧୯, କେନ୍ଦ୍ରାପଡ଼ାରୁ ୫୮, କେନ୍ଦୁଝରରୁ ୪୬, ଖୋର୍ଦ୍ଧାରୁ ୪୪୩, କୋରାପୁଟରୁ ୧୦, ମାଲକାନଗିରିରୁ ୪୭ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ମୟୂରଭଞ୍ଜରୁ୧୧୫, ନବରଙ୍ଗପୁରରୁ ୧୦, ନୟାଗଡ଼ରୁ ୫୮, ନୂଆପଡ଼ା- ୪, ପୁରୀରୁ ୧୩୩, ରାୟଗଡ଼ାରୁ ୧୬, ସମ୍ବଲପୁରରୁ ୩୦, ସୁବର୍ଣ୍ଣପୁରରୁ ୯, ସୁନ୍ଦରଗଡ଼ରୁ ୫୬ ଓ ଷ୍ଟେଟପୁଲରୁ ୮୫ ଜଣ ଚିହ୍ନଟ ହୋଇଛନ୍ତି ।

Advertisment
Odisha News Coronavirus COVID-19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ