Advertisment

ବ୍ରିଟେନର ପ୍ରଥମ ଓମିକ୍ରନ୍ ଭାରିଆଣ୍ଟ ଆକ୍ରାନ୍ତଙ୍କ ମୃତ୍ୟୁ : ସୂଚନା ଦେଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍

ବ୍ରିଟେନ୍‌ରେ ପ୍ରଥମ ଓମିକ୍ରନ୍‌ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଏଠାରେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆଜି ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
omicron

omicron

Advertisment

ଭୟ ବଢ଼ାଇଲା ନୂଆ ଭାରିଏଣ୍ଟ୍ । ବ୍ରିଟେନ୍‌ରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ । ବ୍ରିଟେନ୍‌ରେ କରୋନାର ନୂଆ ଭାରିଏଣ୍ଟ୍ ଓମିକ୍ରନ୍‌ ଯୋଗୁଁ ମୃତ୍ୟୁର ପ୍ରଥମ ମାମାଲା ସାମ୍ନାକୁ ଆସିଛି । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

Advertisment

ପଶ୍ଚିମ ଲଣ୍ଡନର ପେଡିଙ୍ଗଟନ୍ ନିକଟରେ ଥିବା ଏକ ଟିକାକରଣ କ୍ଲିନିକ୍ ପରିଦର୍ଶନରେ ଯାଇଥିବା ବୋରିସ୍ ଜନସନ କହିଛନ୍ତି COVID-19ର ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ଜଣେ ରୋଗୀର ମୃତ୍ୟୁ ଘଟିଛି । ଓମିକ୍ରନ୍ କାରଣରୁ ଲୋକମାନେ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି , ଯାହା ଅତି ଦୁଃଖର ବିଷୟ । ଆଉ ଏବେ ଓମିକ୍ରନରେ ପୀଡିତ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି ।

ନୂଆ ଭାରିଆଣ୍ଟକୁ ହାଲୁକାରେ ନେବା ଉଚିତ୍ ନୁହେଁ । ସମୟ ଥାଉ ଥାଉ ସଚେତନ ନହେଲେ, ସ୍ଥିତି ଆଗାମୀ ସମୟରେ ବିପଜ୍ଜନକ ହୋଇପାରେ । ଶୀଘ୍ର ବିସ୍ତାର ହେଉଥିବା ଏହି ଭାରିଆଣ୍ଟର ଗତିକୁ ଚିହ୍ନିବା ଆବଶ୍ୟକ । ଏହା ଲୋକଙ୍କ ମଧ୍ୟରେ ବହୁତ ଦ୍ରୁତ ଗତିରେ ବ୍ୟାପୁଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏଥିରୁ ରକ୍ଷା ପାଇବାକୁ ହେଲେ ସମସ୍ତେଙ୍କୁ ବୁଷ୍ଟର୍ ଡୋଜ ନେବା ଉଚିତ ବୋଲି ବ୍ରିଟିଶ ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

ସୂଚନାଯୋଗ୍ୟ ନୂଆ ଭାରିଆଣ୍ଟ୍ ସମ୍ପର୍କରେ ଅଧ୍ୟୟନରେ ଭୟଙ୍କର ଖୁଲାସା ହୋଇଛି । ଓମିକ୍ରନ୍ ଭୟ ଭିତରେ କଟକଣା ତଥା ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ନଗଲେ ଆସନ୍ତା ବର୍ଷ ଏପ୍ରିଲ୍ ସୁଦ୍ଧା ବ୍ରିଟେନରେ ନୂଆ ଭାରିଏଣ୍ଟ ଯୋଗୁଁ ୨୫,୦୦୦ରୁ ୭୫୦୦୦ ମୃତ୍ୟୁ ହେବାର ଆଶାଙ୍କା ଥିବା ଅଧ୍ୟୟନରେ ଚେତାବନୀ ଦିଆଯାଇଛି । ଏହି ଅଧ୍ୟୟନ ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଏବଂ ଟ୍ରପିକାଲ୍ ମେଡିସିନ୍ ଏବଂ ଦକ୍ଷିଣ ଆଫ୍ରିକାର ଷ୍ଟେଲେନବୋଶ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ଦ୍ୱାରା ମିଳିତ ଭାବେ କରାଯାଇଛି । 

ବର୍ତ୍ତମାନ ଓମିକ୍ରନ୍ ଅନ୍ୟ ଦେଶ ଅପେକ୍ଷା ବ୍ରିଟେନରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ପ୍ରତିଦିନ ନୂଆ ଭାରିଏଣ୍ଟରେ ୬୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଗାମୀ ସମୟରେ ସଂକ୍ରମଣ ବଢ଼ିପାରେ ବୋଲି କୁହାଯାଉଛି। ଅଧ୍ୟୟନରେ ଅନୁସାରେ ବ୍ରିଟେନରେ ଓମିକ୍ରନ୍ B.1.1.1.529 ଭାରିଏଣ୍ଟ୍ ପାଇଁ SARS-CoV2 ଶୀଘ୍ର ବ୍ୟାପିପାରେ । ବେଳହୁଁ କଠୋର ପଦକ୍ଷେପ ଗ୍ରହଣ କରା ନଗଲେ, ଆଲଫା ତୁଳନାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ।

Advertisment
Death Omicron
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ