Dr Bijay Mohapatra On Omicron Variant
ଭୁବନେଶ୍ୱର: ଓମିକ୍ରନର ଭୟାବହତାକୁ ଦେଖି ସୀମାନ୍ତ ଜିଲ୍ଲା ଉପରେ ଅଧିକ ଫୋକସ କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଏହାସହ ସେ କହିଛନ୍ତି ଯେ, ‘ସର୍ଭିଲାନ୍ସ ଓ ଭ୍ୟାକ୍ସିନେସନକୁ ଆମେ ଗୁରୁତ୍ୱ ଦେଉଛୁ ବାହାରୁ ଆସୁଥିବା ଲୋକମାନଙ୍କର ସର୍ଭିଲାନ୍ସକୁ କଡାକଡି କରାଯାଇଛି । ଜିନମ ସିକ୍ୟୁଏନସିଂ କରାଯାଉଛି ଟୀକାକୁ ଆମେ ଅଧିକ ଗୁରୁତ୍ୱ ଦେଉଛୁ । ଶୀଘ୍ର ଟୀକା କରଣ ପାଇଁ କାର୍ଯ୍ୟ ଜାରି ରହିଛି । ଏହାସହ ରିସ୍କ ଦେଶରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବର୍ତ୍ତମାନ ଏହା ଉପରେ ଅଧିକ ଗବେଷଣା ଚଳାଇଛି ’।
ଏହି ଭ୍ୟାରିୟାଣ୍ଟ ଅଧିକ ଘାତକ ହେଉ କି ନ ହେଉ ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ଓମିକ୍ରନ୍ ଭାରିଏଣ୍ଟ୍ ଉପରେ ଏହି ବଟିକା ପ୍ରଭାବଶାଳୀ ଥିବା ଲାବୋରେଟୋରୀ ପରୀକ୍ଷଣରୁ ଜଣାପଡ଼ିଛି। ଫାଇଜର ଦ୍ୱାରା ପ୍ରସ୍ତୁତ ଟିକା ବାୟୋନଟେକ୍ ତୁଳନାରେ ପାକ୍ସଲୋଭିଡ୍ ଅଧିକ ସୁରକ୍ଷା ଦେଉଥିବା ଜଣପଡ଼ିଛି।
ତେବେ ଓମିକ୍ରନର କୌଣସି ଲକ୍ଷଣ ଯଦି ଆପଣଙ୍କ ଶରୀରରେ ଅନୁଭୂତ ହେଉଛି ତେବେ ତୁରନ୍ତ ଯାଇ ଡାକ୍ତରଖାନାରେ କୋଭିଡ ପରୀକ୍ଷା କରାନ୍ତୁ । ଏହାସହ ଯଦି ଦେହରେ ସାମାନ୍ୟ ଥଣ୍ତା ରହୁଛି ତେବେ ମଧ୍ୟ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639561267.jpg)