Advertisment

ସଚେତନ ନହେଲେ ପୁଣି ଲାଗୁ ହେବ କରୋନା କଟକଣା: ଲବ୍‌ ଅଗ୍ରୱାଲ୍‌

କରୋନା ଭାଇରସର ଦ୍ୱିତୀୟ ଲହର ଧିମା ହେବା ପରେ ମାର୍କେଟ୍ ଓ ହିଲ୍ ଷ୍ଟେସନରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଲୋକଙ୍କୁ ଚେତାବନୀ ଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ୍ କହିଛନ୍ତି, ହିଲ୍ ଷ୍ଟେସନ୍ ଯାଉଥିବା ଲୋକେ କରୋନା ନିୟମର ଆଦୌ ପାଳନ କରୁନାହାନ୍ତି। ଯଦି ପ୍ରୋଟୋକଲ ପାଳନ କରାନଗଲା, ତାହେଲେ କୋହଳ ହୋଇଥିବା କଟକଣାକୁ ବନ୍ଦ କରିବାକୁ ପଡ଼ିବ

ସଚେତନ ନହେଲେ ପୁଣି ଲାଗୁ ହେବ କରୋନା କଟକଣା: ଲବ୍‌ ଅଗ୍ରୱାଲ୍‌

Lav Agarwal On Corona

Advertisment

ନୂଆଦିଲ୍ଲୀ: ଦେଶରେ ଏବେ ସଂକ୍ରମଣ କମୁଛି। ହେଲେ ଲୋକମାନେ ଯେମିତି ଭାବରେ କରୋନା ନିୟମକୁ ଖୋଲାଖୋଲି ଭାବରେ ଉଲଙ୍ଘଅ କରୁଛନ୍ତି ତାହାକୁ ଦେଖିଲେ ପୁଣି ଥରେ କରୋନା ଭାଇରସ୍‌ ବଢ଼ିବା ନେଇ ଚିନ୍ତା ପ୍ରକଟ କଲେଣି ସ୍ୱାସ୍ଥ୍ୟ ବିଭାଗ। ତେବେ ମୋଟ୍‌ ଉପରେ,

Advertisment

କରୋନା ଭାଇରସର ଦ୍ୱିତୀୟ ଲହର ଧିମା ହେବା ପରେ ମାର୍କେଟ୍ ଓ ହିଲ୍ ଷ୍ଟେସନରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଲୋକଙ୍କୁ ଚେତାବନୀ ଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ୍ କହିଛନ୍ତି, ହିଲ୍ ଷ୍ଟେସନ୍ ଯାଉଥିବା ଲୋକେ କରୋନା ନିୟମର ଆଦୌ ପାଳନ କରୁନାହାନ୍ତି। ଯଦି ପ୍ରୋଟୋକଲ ପାଳନ କରାନଗଲା, ତାହେଲେ କୋହଳ ହୋଇଥିବା କଟକଣାକୁ ବନ୍ଦ କରିବାକୁ ପଡ଼ିବ। କେବଳ ଏତିକି ନୁହେଁ ବରଂ, ଅଗ୍ରୱାଲ୍ କହିଛନ୍ତି ଯେ, କରୋନାର ଦ୍ୱିତୀୟ ଲହର୍ ଏବେ ବି ଅନେକ ସ୍ଥାନରେ ଆକ୍ଟିଭ୍ ରହିଛି। କେବଳ ସଂକ୍ରମିତ ହେଉଛନ୍ତି ଲୋକେ ତାହା ନୁହେଁ ବରଂ ଅନେକ ଲୋକ ପ୍ରାଣ ମଧ୍ୟ ହରାଉଛନ୍ତି। ତେଣୁ ଆମକୁ ସଚେତନ ରହିବାର ଆବଶ୍ୟକତା ରହିଛି। କରୋନାର ଦ୍ୱିତୀୟ ଲହର୍ କିଛି ରାଜ୍ୟରେ ଦୁର୍ବଳ ହୋଇଛି ସତ, କିନ୍ତୁ ଏବେବି ଅନେକ ରାଜ୍ୟରେ ସଂକ୍ରମଣ କମିବାର ନାଁ ନେଉନାହିଁ।

Advertisment

ସେପଟେ, ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୩୪,୭୦୩ ପଜିଟିଭ ହୋଇଛନ୍ତି । ୧୧୧ ଦିନ ଭିତରେ ଆଜି ସବୁଠାରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ (Mohfw) ଦ୍ୱାରା ଜାରି ହୋଇଥିବା ତଥ୍ୟ ଅନୁସାରେ, ଦେଶରେ ବର୍ତ୍ତମାନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ୬୪ ହଜାର ୩୫୭ ଥିବାବେଳେ ଆରୋଗ୍ୟ ହାର ୯୭ ଦଶମିକ ୧୭ ପ୍ରତିଶତ ରହିଛି । ଅନ୍ୟପକ୍ଷରେ ଗୋଟିଏ ଦିନରେ ୫୫୩ ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଫଳରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୩ ହଜାର ୨୮୧ରେ ପହଞ୍ଚିଛି ।

ଆଜି ୩୪,୭୦୩ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୬ ଲକ୍ଷ ୧୯ ହଜାର ୯୩୨ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ପାଖାପାଖି ୪ ହଜାର ସଂକ୍ରମିତ କରୋନାକୁ ମାତ ଦେଇ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୨ କୋଟି ୯୭ ଲକ୍ଷରୁ ଅଧିକ ଲୋକ କରୋନାକୁ ହରାଇ ଡିସଚାର୍ଜ ହୋଇ ସାରିଛନ୍ତି ।

Advertisment
India COVID19 LavAgarwal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ