Advertisment

ପିଲାଙ୍କ ନିକଟରେ ସଂକ୍ରମଣ ଓ ତୀବ୍ରତା କମ୍: DMET

କରୋନା ସଂକ୍ରମଣ ଏବେ ପ୍ରତିଶତରେ ନୁହେଁ, ନିର୍ଦ୍ଦିଷ୍ଟ ଭାବେ କେତେ ସଂଖ୍ୟା ଅଛି, ତାହା ଦେଖିବାକୁ ପଡ଼ିବ ବୋଲି କହିଛନ୍ତି, ଡିଏମ୍ଇଟି। ଦ୍ୱିତୀୟ ଲହରରେ ତୀବ୍ରତା ଅଧିକ ଥିଲା। ସେହି ସମୟର ସବୁ କୋଭିଡ ନିୟମ ପାଳନ କରିବାକୁ ପଡ଼ିବ। ଯେଉଁଠି ସଂକ୍ରମଣ ବଢ଼ିବ, ସେଠାରେ ତ୍ୱରିତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି।

ଅଦ୍ୟତନ ହୋଇଛି
ପିଲାଙ୍କୁ ଟିକା ମିଳିବ କେବେ? DMET କହିଲେ, କେନ୍ଦ୍ର ଗାଇଡ୍‌ ଲାଇନ୍‌କୁ କରିଛୁ ଅପେକ୍ଷା

Dmet Chief CBK Mohanty

Advertisment

ଭୁବନେଶ୍ୱର : କରୋନା ସଂକ୍ରମଣ ଏବେ ପ୍ରତିଶତରେ ନୁହେଁ, ନିର୍ଦ୍ଦିଷ୍ଟ ଭାବେ କେତେ ସଂଖ୍ୟା ଅଛି, ତାହା ଦେଖିବାକୁ ପଡ଼ିବ ବୋଲି କହିଛନ୍ତି, ଡିଏମ୍ଇଟି। ଦ୍ୱିତୀୟ ଲହରରେ ତୀବ୍ରତା ଅଧିକ ଥିଲା। ସେହି ସମୟର ସବୁ କୋଭିଡ ନିୟମ ପାଳନ କରିବାକୁ ପଡ଼ିବ। ଯେଉଁଠି ସଂକ୍ରମଣ ବଢ଼ିବ, ସେଠାରେ ତ୍ୱରିତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି।

Advertisment

ଏହାସହ ପିଲାମାନେ ଟିକା ନେଇନଥିବାରୁ ବୟସ୍କଙ୍କଠାରୁ ସେମାନଙ୍କୁ ସଂକ୍ରମଣ ହୋଇପାରେ। ପିଲାଙ୍କୁ ରକ୍ଷା କରିବା ପାଇଁ ସୋର୍ସକୁ ନିୟନ୍ତ୍ରଣ କରିବାକୁ ପଡ଼ିବ। ଏଥିରେ ଅଭିଭାବକଙ୍କ ବଡ଼ ଦାୟିତ୍ୱ ଥିବା କହିଛନ୍ତି ସିବିକେ ମହାନ୍ତି। ତେବେ ପିଲାଙ୍କର ସଂକ୍ରମଣ ହାର ଓ ତୀବ୍ରତା କମ୍ ରହିବ ବୋଲି ଆକଳନ କରାଯାଉଥିବା ଡିଏମ୍ଇଟି କହିଛନ୍ତି।

ସେପଟେ, ଗତକାଲି ତୁଳନାରେ ଆଜି ରାଜ୍ୟରେ ବଢିଛି କରୋନା ସଂକ୍ରମଣ। ଗତକାଲି ଦୈନିକ ସଂକ୍ରମଣ ୬୩୮ ଥିବାବେଳେ ଆଜି ୭୦୦ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୬୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୪୪୩ ଜଣ ଥିବାବେଳେ ଲୋକାଲ କେସ୍ ରହିଛି ୩୧୯ । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ଅଛନ୍ତି ୧୦୨ ଜଣ । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟୁଇଟ କରିଛି। 

Advertisment

ମିଳିଥିବା ତଥ୍ୟରୁ ଆଜି ଅନୁଗୁଳରୁ ୨୦ ଜଣ ସଂକ୍ରମିତ ବାହାରିଥିବାବେଳେ  ବାଲେଶ୍ୱରରୁ ୧୭, ବରଗଡ଼ରୁ ୧୩, ଭଦ୍ରକରୁ ୯, ବଲାଙ୍ଗିରରୁ ୨, କଟକରୁ ୧୧୯, ଦେବଗଡ଼ଚ ୧, ଢେଙ୍କାନାଳରୁ ୯, ଗଜପତିରୁ ୧, ଗଂଜାମରୁ ୪, ଜଗତସିଂହପୁରରୁ ୨୪, ଯାଜପୁରରୁ ୧୯, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୧, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୨୧ ଆକ୍ରାନ୍ତ ସହ କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୩୧୪, କୋରାପୁଟରୁ ୬, ମାଲକାନଗିରିରୁ ୧, ମୟୂରଭଂଜରୁ ୨୯, ନବରଙ୍ଗପୁରରୁ୨, ନୟାଗଡ଼ଚ ୩, ନୂଆପଡ଼ାରୁ ୩, ପୁରୀରୁ ୧୬, ସମ୍ବଲପୁରରୁ ୭, ସୁବର୍ଣ୍ଣପୁରରୁ  ୩, ସୁନ୍ଦରଗଡ଼ରୁ ୨୬ ଓ ଷ୍ଟେଟ ପୁଲ୍‌ରୁ ୫୨ ଜଣ ବାହାରିଛନ୍ତି।

Odisha Coronavirus COVID19 DMET
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ