Advertisment

କ୍ରୁଜ୍‌ରେ କରୋନା ବିସ୍ଫୋରଣ ! ୬୬ ଯାତ୍ରୀ ସଂକ୍ରମିତ ଚିହ୍ନଟ

ଗୋଆରେ ପହଞ୍ଚିଥିବା କାର୍ଡେଲିଆ କ୍ରୁଜରେ କରୋନା ବିସ୍ଫୋରଣ । ଏକସଙ୍ଗରେ ସେଠାରେ ୬୬ ଜଣ ଲୋକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅଦ୍ୟତନ ହୋଇଛି
Cruise ship

Cruise ship

Advertisment

ପାଣାଜୀ : କରୋନା ଜାଲରେ କ୍ରୁଜ୍‌ ଯାତ୍ରୀ । ମୁମ୍ବାଇରୁ ଗୋଆରେ ପହଞ୍ଚିଥିବା କାର୍ଡେଲିଆ କ୍ରୁଜରେ ୬୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ହଇଚଇ ସୃଷ୍ଟି ହୋଇଛି । କରୋନା ସଂକ୍ରମଣ ସମ୍ପର୍କରେ ଜାଣିବା ପରେ କ୍ରୁଜକୁ ମୁମ୍ବାଇକୁ ଫେରାଇ ଦିଆଯାଇଛି । ସଂକ୍ରମିତ କିଛି ବ୍ୟକ୍ତି ଗୋଆର ଏକ କରୋନା ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେବାକୁ ମନା କରିବା ପରେ ଏହି ପଦକ୍ଷେପ ନିଆଯାଇଛି । ମଙ୍ଗଳବାର ଦିନ ସିପିଂ ଏଜେନ୍ସିର ଅଧିକାରୀ ଏହି ସୂଚନା ଦେଇଛନ୍ତି । ସଂକ୍ରମିତ ଯାତ୍ରୀମାନଙ୍କୁ ଜାହାଜରେ ଆଇସୋଲେଟ୍ କରାଯିବ ବୋଲି ସେ କହିଛନ୍ତି ।

Advertisment

ମୁମ୍ବାଇରୁ ଗୋଆକୁ ଆସିଥିବା କାର୍ଡେଲିଆ କ୍ରୁଜ୍ ଜାହାଜରେ ଥିଲେ ୨୦୦୦ ଯାତ୍ରୀ । ସେମାନଙ୍କ ମଧ୍ୟରୁ ୬୬ ଜଣ ଯାତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ରବିବାର ଦିନ ଜଣେ କ୍ରୁ ସଦସ୍ୟଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିବା ପରେ ଜାହାଜରେ ଥିବା ଲୋକଙ୍କ କରୋନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରେ ପ୍ରଥମେ ୨୭ ଜଣ ଯାତ୍ରୀ କରୋନା ପଜିଟିଭ ଜଣାପଡିବା ପରେ ସୋମବାର ରାତି ୧୧.୩୦ରେ ଜାହାଜକୁ ଫେରାଇ ଦିଆଗଲା । ପରେ ୬୬ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ।

କରୋନା ପଜିଟିଭ ଯାତ୍ରୀମାନେ ଗୋଆର ଏକ କରୋନା ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି ହେବାକୁ ମନା କରିବା ପରେ ଜାହାଜକୁ ପଠାଇବାକୁ ପଡିଲା । ହେଲେ ବର୍ତ୍ତମାନ ମୋଟ ୬୬ ସଂକ୍ରମିତଙ୍କ ମଧ୍ୟରୁ କେବଳ ଛଅ ଜଣ କ୍ରୁ ସଦସ୍ୟ ଗୋଆରେ ଓହ୍ଲାଇଥିଲେ।

Advertisment

ଅନ୍ୟପଟେ ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ଦକ୍ଷିଣ ଗୋଆ ଜିଲ୍ଲା ପ୍ରଶାସନ ସମସ୍ତ ଯାତ୍ରୀଙ୍କ ସହ ଜାହାଜକୁ ମୁମ୍ବାଇକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛି । ଯେଉଁ ଯାତ୍ରୀ ମାନଙ୍କୁ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା, ସେମାନଙ୍କୁ ମଧ୍ୟ ଜାହାଜରେ ମୁମ୍ବାଇ ପଠାଇ ଦିଆଯାଇଥିଲା ।

COVID-19 Cruise Ship
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ