Advertisment

୧୫ରୁ ୧୮ ବର୍ଷର ପିଲାଙ୍କର ଆଗ ପଞ୍ଜୀକରଣ, ପରେ କୋଭିଡ ଟିକା

ଓଡ଼ିଶାରେ୧୫ରୁ ୧୮ ବର୍ଷ ପିଲାଙ୍କ ସଂଖ୍ୟା ୨୫ ଲକ୍ଷ ୫୩ ହଜାର। ତେବେ ୧୫ରୁ ୧୮ ବର୍ଷର ପିଲା ଯେଉଁମାନେ ଟିକା ନେବେ, ଏଥିପାଇଁ ସେମାନଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବ।

ଅଦ୍ୟତନ ହୋଇଛି
Vaccination For Kids

Vaccination For Kids

Advertisment

ଭୁବନେଶ୍ୱର: ରାଜ୍ୟରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ରାଜ୍ୟରେ ୧୫ରୁ ୧୮ ବର୍ଷ ପିଲାଙ୍କ ସଂଖ୍ୟା ୨୫ ଲକ୍ଷ ୫୩ ହଜାର। ତେବେ ୧୫ରୁ ୧୮ ବର୍ଷର ପିଲା ଯେଉଁମାନେ ଟିକା ନେବେ, ଏଥିପାଇଁ ସେମାନଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବ

Advertisment

ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି, ‘୬୦ ବର୍ଷରୁ ଊର୍ଦ୍ଧ୍ୱ ୫୨ ଲକ୍ଷ ୩୭ ହଜାର ଲୋକଙ୍କୁ ପ୍ରତିଷେଧମୂଳକ ଡୋଜ୍‌ ଦିଆଯିବ। ସେମାନଙ୍କ ମଧ୍ୟରୁ ଯେଉଁମାନେ ବିଭିନ୍ନ ରୋଗରେ ବା Comorbidity ଆକ୍ରାନ୍ତ ଅଛନ୍ତି ସେମାନଙ୍କୁ  ପ୍ରତିଷେଧମୂଳକ ଡୋଜ୍‌ ଦିଆଯିବ। ସେହିପରି ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧା ୭ ଲକ୍ଷ ୫ ହଜାର ଅଛନ୍ତି।’

‘ଆବଶ୍ୟକ ପଡ଼ିଲେ ସ୍କୁଲ ଓ କଲେଜରେ ଟିକା ଦେବାର ବ୍ୟବସ୍ଥା କରାଯିବ। ସ୍କୁଲ୍‌, କଲେଜରେ ଶିକ୍ଷକ ଉପସ୍ଥିତ ରହିବେ। ତେଣୁ ଆବଶ୍ୟକ ପଡ଼ିଲେ ଅଭିଭାବକଙ୍କୁ ପିଲାଙ୍କ ସହ ଆସିବାକୁ ପଡ଼ିବ। ଅନୁମତି ମିଳିଥିବା ଦୁଇଟି ଟିକା ମଧ୍ୟରୁ କେଉଁ ଟିକା ପିଲାମାନଙ୍କୁ ଦିଆଯିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଗାଇଡ୍‌ଲାଇନ୍‌ ଆସିବା ପରେ ଏସମ୍ପର୍କରେ ସ୍ପଷ୍ଟ ହେବ। ନିୟମ ଅନୁସାରେ ଯିଏ ଯେଉଁ ଟିକା ନେଇଛନ୍ତି ପ୍ରତିଷେଧମୂଳକ ଡୋଜ୍‌ ହିସାବରେ ସେହି ଟିକା ନେବା କଥା ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି। 

Advertisment

ବର୍ତ୍ତମାନ ୨୬୦୦ ସେସନ ସାଇଟ୍‌ରେ ଟିକାକରଣ ଚାଲିଛି। ପ୍ରତି ବ୍ଲକରେ ୮ ଟି ମୋବାଇଲ ଭ୍ୟାନ୍‌ ବୁଲି ଟିକାକରଣ କରୁଛନ୍ତି। ରାଜ୍ୟରେ ୨୯ ଲକ୍ଷ ପ୍ରଥମ ଡୋଜ୍, ୩୦ ଲକ୍ଷ ୨ୟ ଡେଜ୍ ନେଇ ନାହାନ୍ତି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। 

  • ଟିକା ନେବା ପାଇଁ ଜାନୁଆରୀ ୧ରୁ କରାଯାଇ ପାରିବ ରେଜିଷ୍ଟ୍ରେସନ
  • ଟିକା ପାଇଁ କୋୱିନ୍ ଆପ୍‌ରେ ରେଜିଷ୍ଟ୍ରେସନ କରିବାକୁ ପରାମର୍ଶ
  • ରେଜିଷ୍ଟ୍ରେସନ ପାଇଁ ଷ୍ଟୁଡେଣ୍ଟ ପରିଚୟ ପତ୍ର ମଧ୍ୟ ଗ୍ରହଣ କରାଯିବ
Advertisment
COVID19 Vaccination In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ