Advertisment

କିଶୋରଙ୍କୁ ପ୍ରଥମ ଡୋଜ୍ ଓ ବୃଦ୍ଧଙ୍କୁ ତୃତୀୟ ଡୋଜ୍ ଟିକା, ଦିଆଯିବ କେମିତି ? ଜାଣନ୍ତୁ...

ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧା ଏବଂ ବରିଷ୍ଠ ନାଗରିକ ଯେଉଁମାନେ ଏପ୍ରିଲ ସୁଦ୍ଧା ଦ୍ୱିତୀୟ ଡୋଜ୍‌ ନେଇଥିବେ ସେମାନଙ୍କୁ ଜାନୁଆରୀ ୧୦ ତାରିଖରୁ ତୃତୀୟ ଡୋଜ୍‌ ବା  ପ୍ରତିଷେଧମୂଳକ ଡୋଜ୍‌ ଦିଆଯିବ।

ଅଦ୍ୟତନ ହୋଇଛି
vaccination

vaccination

Advertisment

ଭୁବନେଶ୍ୱର: ୧୫ରୁ ୧୮ ବର୍ଷ ପିଲା ଯେଉଁମାନଙ୍କ ଜନ୍ମ ୨୦୦୭ ଜାନୁଆରୀ ୧ ପୂର୍ବରୁ ହୋଇଥିବ ସେମାନଙ୍କୁ ଟିକା ଦିଆଯିବ। ଏଥିଲାଗି ଅନ୍‌ଲାଇନ୍‌ କିମ୍ବା ଅନ୍‌ସାଇଟ୍‌ ରେଜିଷ୍ଟ୍ରେସନ୍‌ ପଞ୍ଜୀକରଣ କରିପାରିବେ। ଟିକାକରଣ ପାଇଁ ୨ ପ୍ରକାରର ବ୍ୟବସ୍ଥା କରାଯିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। 

Advertisment

ପରିସ୍ଥିତି ଅନୁଯାୟୀ, କିଶୋରଙ୍କ ଟିକାକରଣ ଲାଗି ସ୍ଥାନ ବଛାଯିବ। ଯେଉଁଠି ସୁବିଧା ହେବ କିଶୋରଙ୍କ ଟିକା ଅଲଗା କରାଯିବ। ନ ହେଲେ ଯେଉଁ ସ୍ଥାନରେ ବର୍ତ୍ତମାନ ଟିକାକରଣ ଚାଲିଛି ସେହି ଠାରେ ଅଲଗା ଲାଇନ କରି ଟିକା ଦିଆଯିବ। କିଶୋରଙ୍କ ଟୀକା କ୍ଷେତ୍ରରେ ପ୍ରଥମ ଡୋଜ୍‌ରୁ ଦ୍ୱିତୀୟ ଡୋଜ୍‌ ମଧ୍ୟରେ ବ୍ୟବଧାନ ୨୮ ଦିନ ରହିବ। 

ବରିଷ୍ଠ ନାଗରିକଙ୍କୁ କେଉଁ ଟିକା ଦିଆଯିବ ତାହା ସ୍ପଷ୍ଟ ହୋଇନି। ତେବେ ବରିଷ୍ଠ ନାଗରିକମାନେ ପ୍ରଥମେ ଡାକ୍ତରଙ୍କ ସହ ପରାମର୍ଶ କରି ପ୍ରତିଷେଧମୂଳକ ଡୋଜ୍‌ ନେବାକୁ ଆସିବେ। ଯଦି ଡାକ୍ତର ସେମାନଙ୍କୁ ପ୍ରତିଷେଧମୂଳକ ଡୋଜ୍‌ ନେବାକୁ କହି ଥିବେ,ତା’ହେଲେ ସେମାନଙ୍କୁ ପ୍ରତିଷେଧମୂଳକ ଡୋଜ୍‌ ଦିଆଯିବ। ବରିଷ୍ଠ ନାଗରିକ କ୍ଷେତ୍ରରେ ଦ୍ୱିତୀୟ ଡୋଜ୍‌ରର ୯ ମାସ ପରେ ପ୍ରତିଷେଧମୂଳକ ଡୋଜ୍‌ ଦିଆଯିବ। 

Advertisment

ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧା ଏବଂ ବରିଷ୍ଠ ନାଗରିକ ଯେଉଁମାନେ ଏପ୍ରିଲ ସୁଦ୍ଧା ଦ୍ୱିତୀୟ ଡୋଜ୍‌ ନେଇଥିବେ ସେମାନଙ୍କୁ ଜାନୁଆରୀ ୧୦ ତାରିଖରୁ ତୃତୀୟ ଡୋଜ୍‌ ବା  ପ୍ରତିଷେଧମୂଳକ ଡୋଜ୍‌ ଦିଆଯିବ। କେଉଁମାନେ ତୃତୀୟ ଡୋଜ୍‌ ନେଇ ପାରିବେ ସେନେଇ ଡାଟା ବେସ୍ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଉଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। 

COVID-19 Vaccination In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ