Test For COVID19
ଭୁବନେଶ୍ୱର: ଗତ କିଛିଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ କମିଥିବା ବେଳେ ସଂକ୍ରମଣ ପୁଣି ବଢ଼ିଛି। ରାଜ୍ୟରେ ୨୪ ଘଣ୍ଟାରେ ୫୮୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୭ ଜଣ ଆକ୍ରାନ୍ତ ଅଛନ୍ତି। କ୍ୱାରେଣ୍ଟିନରୁ ୩୩୬ ଚିହ୍ନଟ ହୋଇଥିବା ଲୋକାଲ କେସ୍ ୨୪୪ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୬୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜି ଚିହ୍ନଟ ୫୮୦ ପଜିଟିଭ୍ଙ୍କ ମଧ୍ୟରୁ ଅନୁଗୁଳରୁ ୬ ଜଣ, ବାଲେଶ୍ୱରରୁ ୧୭ ଜଣ, ବରଗଡ଼ରୁ ୮ ଜଣ, ଭଦ୍ରକରୁ ୭ ଜଣ, କଟକରୁ ୮୭ ଜଣ, ଦେବଗଡ଼ରୁ ୨ ଜଣ, ଢେଙ୍କାନାଳରୁ ୯ ଜଣ, ଜଗତସିଂହପୁରରୁ ୧୩, ଯାଜପୁରରୁ ୨୯, ଝାରସୁଗୁଡ଼ାରୁ ୧୧, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ୨୬୧ ଜଣ, କୋରାପୁଟରୁ ୪, ମାଲକାନଗିରିରୁ ୧, ମୟୁରଭଞ୍ଜରୁ ୭ ଜଣ, ନୟାଗଡ଼ରୁ ୭, ପୁରୀରୁ ୧୮ ଜଣ, ରାୟଗଡ଼ାରୁ ୬ ଜଣ, ସମ୍ବଲପୁରରୁ ୬ ଜଣ, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୧୦ ଜଣ ଓ ଷ୍ଟେଟ ପୁଲ୍ରୁ ୫୯ଜଣ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୭ ହଜାର ୭୧୮ରେ ପହଞ୍ଚି ଥିବାବେଳେ ଆକ୍ଟିଭ୍ କେସ୍ ୬୨୯୦ ରହିଛି।
5. Cuttack: 87
6. Deogarh: 2
7. Dhenkanal: 9
8. Jagatsinghpur: 13
9. Jajpur: 29
10. Jharsuguda: 11
11. Kendrapada: 10
12. Keonjhar: 1
13. Khurda: 261
14. Koraput: 4
15. Malkangiri: 1
16. Mayurbhanj: 7
17. Nayagarh: 7
18. Puri: 18
19. Rayagada: 6
20. Sambalpur: 6
21. Sonepur: 1
— I & PR Department, Odisha (@IPR_Odisha) September 16, 2021
22. Sundargarh: 10
23. State Pool: 59New recoveries: 561
Cumulative tested: 19066015
Positive: 1018298
Recovered: 1004164
Active cases: 5963
— I & PR Department, Odisha (@IPR_Odisha) September 16, 2021
ସେହିପରି ରାଜ୍ୟରେ ଆଉ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କଟକରୁ ୨, ଜଗତସିଂହପୁର ଓ ଯାଜପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୧୮ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୧୮,୨୯୮ରେ ପହଞ୍ଚି ଥିବାବେଳେ ୧୦୦୪୧୬୪ ଜଣ ସୁସ୍ଥ ହୋଇଛନ୍ତି। ୫,୯୬୩ ଆକ୍ଟିଭ୍ କେସ୍ ରହିଛି।
Also Read
ଜୁଲାଇ ୧୪ର ରିପୋର୍ଟ ଅନୁସାରେ, ରାଜ୍ୟରେ ୪୫୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୩ ଆକ୍ରାନ୍ତ ଥିଲେ। କ୍ୱାରେଣ୍ଟିନରୁ ୨୬୫ ଓ ଲୋକାଲ କେସ୍ ୧୯୨ ଥିଲା। ଖୋର୍ଦ୍ଧାରୁ ସର୍ବାଧିକ ୨୦୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/corona-test-3_1626179944.jpg)