Advertisment

ବଢ଼ୁଛି କୋଭିଡ୍‌ ସଂକ୍ରମଣ, ବଢ଼ିଲା ଟେଷ୍ଟିଂ...

ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ଭୁବନେଶ୍ୱରରେ ଟେଷ୍ଟିଂ ସେଣ୍ଟରକୁ BMC ବଢ଼ାଇଛି। ଏବେ ଭୁବନେଶ୍ୱରର ୨୫ଟି UPHC ଓ UCHCରେ କୋଭିଡ୍ ଟେଷ୍ଟ ବ୍ୟବସ୍ଥା ରହିଛି।

ଅଦ୍ୟତନ ହୋଇଛି
Covid Testing In Bhubaneswar

Covid Testing In Bhubaneswar

Advertisment

ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରାଜଧାନୀ ଭୁବନେଶ୍ୱରରେ ଟେଷ୍ଟିଂ ସେଣ୍ଟରକୁ BMC ବଢ଼ାଇଛି।  ଏବେ ଭୁବନେଶ୍ୱରର ୨୫ଟି UPHC ଓ UCHCରେ କୋଭିଡ୍ ଟେଷ୍ଟ ବ୍ୟବସ୍ଥା ରହିଛି। ସକାଳ ୯ଟାରୁ ୧୧ଟା ୩୦ ଓ ସନ୍ଧ୍ୟା ୫ଟାରୁ ୭ଟା ପର୍ଯ୍ୟନ୍ତ ଟେଷ୍ଟିଂ କରାଯାଉଛି। 

Advertisment

କ୍ୟାପିଟାଲ ହସ୍ପିଟାଲ୍‌ରେ ସକାଳ ୮ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଟେଷ୍ଟିଂ ହେଉଛି। ଯେଉଁମାନଙ୍କଠାରେ କୋଭିଡ୍ ଲକ୍ଷଣ ରହିଛି ସେମାନେ ଟେଷ୍ଟ କରାଇ ନେବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।   

ଗତକାଲି ରାଜ୍ୟରେ ୩୪୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୯ ଓ କଟକରୁ ୫୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସବୁ ସରକାରୀ ହସ୍ପିଟାଲରେ ସ୍ୱତନ୍ତ୍ର କୋଭିଡ୍ ୟୁନିଟ୍ ପ୍ରସ୍ତୁତ ରଖିଛନ୍ତି ସରକାର । ଏପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ, ୨ ସପ୍ତାହ ଭିତରେ ରାଜ୍ୟରେ ପିକ୍ ଛୁଇଁବ ସଂକ୍ରମଣ । ଏଣୁ ଲୋକମାନେ କୋଭିଡ୍ ନିୟମକୁ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

Advertisment
COVID19 Corona Cases In Odisha Covid Testing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ