Advertisment

ରାଜ୍ୟରେ ବଢୁଛି ସଂକ୍ରମଣ; ୨୪ ଘଣ୍ଟାରେ ୪୭୦ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୪୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା...

Covid surges in Odisha to multi-month high

Covid surges in Odisha to multi-month high

Advertisment

ପୁଣି ଥରେ କାୟା ମେଲାଉଛି କରୋନା । ଗତକାଲିଠାରୁ ଆଜି ପୁଣି ବୃଦ୍ଧି ପାଇଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୭୬ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୧୯୪ ରହିଛି ।

Advertisment

ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୪୯ ଜଣ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୨୨୧, କଟକରୁ ୯୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୨ ହଜାର ୪୧୬କୁ ବୃଦ୍ଧି ପାଇଛି । ରାଜ୍ୟରେ ଏବେ ଆକ୍ଟିଭ କେସ୍ ୨ ହଜାର ୪୮୭ ଥିବା ବେଳେ କରୋନାରୁ ୧୨ ଲକ୍ଷ ୮୦ ହଜାର ୭୫୦ ଜଣ ସୁସ୍ଥ ହୋଇଛନ୍ତି ।

ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୯, ଭଦ୍ରକରୁ ୧,ଗଜପତିରୁ ୧, ଗଞ୍ଜାମ୍ ୪, ଜଗତସିଂହପୁରରୁ ୭, ଯାଜପୁରରୁ ୪, ଝାରସୁଗୁଡ଼ାରୁ ୧, କେନ୍ଦ୍ରାପଡାରୁ ୨, କେନ୍ଦୁଝରରୁ ୩, ମୟୂରଭଂଜରୁ ୭, ନୟାଗଡରୁ ୪, ନୂଆପଡ଼ାରୁ ୫, ପୁରୀରୁ ୧୭, ରାୟଗଡ଼ାରୁ ୧, ସମ୍ବଲପୁରରୁ ୯,ସୋନପୁରରୁ ୪, ସୁନ୍ଦରଗଡରୁ ୨୪, କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୫୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Advertisment

ସେହିପରି ଦେଶରେ କରୋନାର ଦୈନିକ ସଂକ୍ରମଣ ୧୮ ହଜାର ଟପିଛି । ଗତ ୨୪ ଘଣ୍ଟାରେ ଦେଶରେ ୧୮ ହଜାର ୮୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୩୮ ଜଣ କରୋନାରେ ପ୍ରାଣ ହରାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ଏବେ ଡେଲି ପଜିଟିଭିଟି ରେଟ୍ ୪.୯୬ ପ୍ରତିଶତ ରହିଛି ।

Advertisment
Corona Cases Odisha Covid Updates
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ