Face Masks Mandatory In Sambalpur
ରାଜ୍ୟରେ ବଢି ଚାଲିଥିବା କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱର ପରେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ନୂଆ କୋଭିଡ଼ ଗାଇଡଲାଇନ ଜାରି କରାଯାଇଛି। ଏଣିକି ସହରରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।
ଏପରିକି ଯେଉଁମାନେ କୌଣସି କାମରେ ବାହାରୁ ସମ୍ବଲପୁର ଆସୁଛନ୍ତି ସେମାନେ ମଧ୍ୟ ମାସ୍କ ପିନ୍ଧିବେ। ସେହିପରି, ହୋଟେଲ, ରେଷ୍ଟୁରାଣ୍ଟରେ ଅଧିକ ଭିଡ଼ ହେଲେ ଖାଦ୍ୟ ପ୍ୟାକିଂ କରି ଗ୍ରାହକଙ୍କୁ ଦେବାକୁ କୁହାଯାଇଛି। ଏହାସହ ସାମାଜିକ ଦୂରତା ଅନୁପାଳନ କରିବାକୁ ନିର୍ଦ୍ଦେଶ ରହିଛି।
ରାସ୍ତାକଡ଼ ଖାଦ୍ୟ ଦୋକାନୀମାନେ ମଧ୍ୟ ଖାଦ୍ୟ ପ୍ୟାକିଂ କରି ଦେବାକୁ ସମ୍ବଲପୁର ମହାନଗର ନିଗମ ନିର୍ଦ୍ଦେଶନାମା ଜାରି କରିଛି। କଟକଣା ନ ମାନିଲେ କୋଭିଡ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୦୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍ରୁ ୪୭୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୩୩୩ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୩୦୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
7. Cuttack: 119
8. Deogarh: 1
9. Gajapati: 5
10. Jagatsinghpur: 18
11. Jajpur: 19
12. Jharsuguda: 9
13. Kalahandi: 8
14. Kandhamal: 1
15. Keonjhar: 5
16. Khurda: 307
17. Koraput: 6
18. Malkangiri: 1
19. Mayurbhanj: 28
20. Nayagarh: 17
21. Nuapada: 9
22. Puri: 28
23. Rayagada: 2
— I & PR Department, Odisha (@IPR_Odisha) July 14, 2022
24. Sambalpur: 30
25. Sonepur: 9
26. Sundargarh: 80
27. State Pool: 71New recoveries: 420
Cumulative tested: 32295438
Positive: 1296132
Recovered: 1282690
Active cases: 4262
— I & PR Department, Odisha (@IPR_Odisha) July 14, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657775883.jpg)