Advertisment

ମାର୍ଚ୍ଚରେ ଏଣ୍ଡେମିକ୍‌ ଷ୍ଟେଜ୍‌କୁ ଯିବ ମହାମାରୀ !

ତୃତୀୟ ଲହର କମୁଥିବା ବେଳେ ସଂକ୍ରମଣ ଶେଷ ପର୍ଯ୍ୟାୟରେ ଥିବା ମତ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ

Covid19

Covid19

Advertisment

ତଳମୁହାଁ କରୋନାର ତୃତୀୟ ଲହର ଧୀରେ ଧୀରେ ସଂକ୍ରମଣ କମୁଥିବା ବେଳେ ଟଳୁଛି ମହାମାରୀ ବିପଦ। ଜାନୁୟାରୀ ୧୯ରେ ରାଜ୍ୟରେ ପିକ୍‌ରେ ଥିଲା କୋଭିଡ୍ ସଂକ୍ରମଣ। ସେଦିନ ଚିହ୍ନଟ ହୋଇଥିଲେ ୧୧ ହଜାର ୬୦୭ ପଜିଟିଭ। ତେବେ ଗଲା କିଛି ଦିନ ହେବ ସଂକ୍ରମଣ ଗ୍ରାଫ୍ ତଳମୁହାଁ ହୋଇଥିବା ବେଳେ ଆଜି ୧୫୦୩କୁ ଖସିଆସିଛି। ଅର୍ଥାତ୍ ୩ ସପ୍ତାହ ଭିତରେ ୮୭ ପ୍ରତିଶତ କମିଯାଇଛି ଦୈନିକ ସଂକ୍ରମଣ। ତେବେ କୋଭିଡ୍ ମୃତ୍ୟୁ ସଂଖ୍ୟା ହଠାତ୍ ବଢିଯିବାକୁ ନେଇ ପ୍ରକାଶ ପାଇଛି ଉଦବେଗ।

Advertisment

କାରଣ ତୃତୀୟ ଲହର ପିକ୍‌ରେ ଥିବା ବେଳେ ରାଜ୍ୟରେ ସର୍ବାଧିକ ୫ରୁ ୬ ଜଣଙ୍କ ମୃତ୍ୟୁ ହେଉଥିବା ସରକାର ହିସାବ ଦେଉଥିଲେ। ମାତ୍ର ଗଲା କିଛି ଦିନ ହେବ ଦୈନିକ ୨୦ରୁ ଅଧିକ କୋଭିଡ ମୃତ୍ୟୁ ନେଇ ତଥ୍ୟ ରଖୁଛି ସ୍ୱାସ୍ଥ୍ୟ ବିଭାଗ। ଆଜି ବି ୨୧ ଜଣଙ୍କର କୋଭିଡ୍‌ରେ ମୃତ୍ୟୁ ହୋଇଥିବା ବିଭାଗ ସୂଚନା ଦେଇଛି। ଏଥି ସହିତ ରାଜ୍ୟରେ ମୋଟ୍ କୋଭିଡ୍ ମୃତ୍ୟୁ ୮ ହଜାର ୭୭୫ରେ ପହଞ୍ଚିଛି। ତେବେ ତୃତୀୟ ଲହର ମାରାତ୍ମକ ହେଉନଥିବା ବେଳେ ଏତେ ଲୋକଙ୍କର କିଭଳି ମୃତ୍ୟୁ ହେଉଛି ବୋଲି ଉଠିଛି ପ୍ରଶ୍ନ। ତେବେ ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କୋଭିଡ୍ ମୃତ୍ୟୁ ନେଇ ଏବେ ଯେଉଁ ସଂଖ୍ୟା ଆସୁଛି, ତାହା ବିଗତ ଦିନର ଅଡିଟେଡ୍ ତଥ୍ୟ ବୋଲି ସେ କହିଛନ୍ତି।

ଏଣେ ତୃତୀୟ ଲହର କମୁଥିବା ବେଳେ ସଂକ୍ରମଣ ଶେଷ ପର୍ଯ୍ୟାୟରେ ଥିବା ମତ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ସାପ୍ତାହିକ କେସ୍ ଲୋଡ୍ ୪୫% ଖସିଯାଇଛି ଅର୍ଥାତ୍ କରୋନା ଯେଉଁ ବେଗରେ ବଢୁଥିଲା, ତାହାଠୁ ଅଧିକ ବେଗରେ ଖସୁଛି। ଚଳିତ ମାସ ଶେଷ ଆଡକୁ ସଂକ୍ରମଣ ଆହୁରି କିମିଯିବ ଏବଂ ମାର୍ଚ୍ଚ ପ୍ରଥମ ଭାଗରେ ଏଣ୍ଡେମିକ୍ ସ୍ଥିତିରେ ପହଞ୍ଚିବା ଆକଳନ କରାଯାଇଛି। ତେବେ ଓମିକ୍ରନ୍ ସମସ୍ତଙ୍କୁ ପ୍ରଭାବିତ କରିବ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ କିନ୍ତୁ ଗୁରୁତର ରୋଗୀଙ୍କୁ ଛାଡିଲେ ଅନ୍ୟମାନଙ୍କ ପ୍ରତି ସେତେଟା ବିପଦ ନାହିଁ। ଆଗାମୀ ଦିନରେ କରୋନାକୁ ଅନ୍ୟ ଭୂତାଣୁ ସଂକ୍ରମଣ ଭଳି ସାଧାରଣ ରୋଗ ଭାବେ ବିବେଚନା କରାଯିବ ବୋଲି କୁହାଯାଉଛି।

Advertisment

କରୋନା ଦ୍ରୁତ ବେଗରେ ତଳମୁହାଁ ହେବା ପରେ ଆଶ୍ୱସ୍ତ ହୋଇଛନ୍ତି ସରକାର। ଆଶ୍ୱସ୍ତ ହୋଇଛନ୍ତି ସାଧାରଣ ଲୋକ ସ୍କୁଲ କଲେଜ ସହ ଧାର୍ମିକ ଅନୁଷ୍ଠାନ ବି ପର୍ଯ୍ୟାୟକ୍ରମେ ଖୋଲିବା ଆରମ୍ଭ କରିଛି। ତେବେ ଭବିଷ୍ୟତରେ ସ୍ଥିତି କଣ ରହୁଛି, କୋଭିଡ୍ ଭୂତାଣୁ ଆଉ ରୂପ ପରିବର୍ତ୍ତନରେ ସଫଳ ହେଉଛି ନା ନାହିଁ ତାଉପରେ ଏବେ ନଜର ରହିଛି।

ରିପୋର୍ଟ: ପ୍ରଭାତ ବିଷୋୟୀ, ହରିହର ଚାନ୍ଦ ଓ କପିଳେନ୍ଦ୍ର ପ୍ରଧାନ

COVID19 Omicron Variant Omicron Cases In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ