COVID-19
ଦେଶରେ କରୋନା ର ଲମ୍ବା ଡିଆଁ । ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୪ ହଜାର ନୂଆ କରୋନା କେସ୍ । ଯାହା ଗତ ୬ମାସରେ ସବୁଠୁ ଅଧିକ । ଦିନକରେ ୪ ହଜାର ୪୩୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ଆକଟିଭ କେସ୍ ସଂଖ୍ୟା ଦେଶରେ ୨୩ ହଜାର ୯୧ରେ ପହଞ୍ଚିଛି ।
ସେହିପରି ରାଜ୍ୟରେ ବି ଦୈନିକ ପଜିଟିଭ ସଂଖ୍ୟା ୫୦ ଟ୍ରେଣ୍ଡ ଥିବା ବେଳେ ଆଜି ଏହା ୬୮କୁ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ୫୩ ଓ ଏହାପୂର୍ବରୁ ସଂଖ୍ୟା ୫୦ ଭିତରେ ଥିଲା । ଏବେ ଓଡ଼ିଶାରେ ମୋଟ ସକ୍ରିୟ କେସ୍ ୨୯୨କୁ ବୃଦ୍ଧି ପାଇଛି । କିନ୍ତୁ ଏସବୁ ଭିତରେ ଆଶ୍ୱସ୍ତିର କଥା ହେଉଛି, ଏବେ ସୁସ୍ଥତା ହାର ୯୯% ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/COVID_19_1680696374.jpg)