Advertisment

ପୁଣି ପଶିଲାଣି ଡର ! ରାଜ୍ୟରେ କ୍ରମାଗତ ଭାବେ ୫ ଶହ ପାର୍ ସଂକ୍ରମଣ

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୫୭୨ କରୋନା ସଂକ୍ରମିତ ଚିହ୍ନଟ ।

undefined

Odisha sees highest single-day spike in Covid19 cases

Advertisment

ରାଜ୍ୟରେ କାୟା ବିସ୍ତାର କରୁଛି କରୋନା । ଦିନକୁ ଦିନ ସଂକ୍ରମଣର ହାର ବଢ଼ିବାରେ ଲାଗିଛି । ଦୈନିକ ସଂକ୍ରମଣ ୫ ଶହ ପାର୍‌ ହେଲାଣି । ଆଜି ଦିନକରେ ୫୭୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 

Advertisment

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୫୭୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୩୩୬, ଲୋକାଲ କେସ୍- ୨୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୬୯ ଜଣ ଆକ୍ରାନ୍ତ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୨୧୯, କଟକରୁ ୬୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୯୪ ହଜାର ୭୬କୁ ବୃଦ୍ଧି ପାଇଛି । ରାଜ୍ୟରେ ଆକ୍ଟିଭ୍‌ କେସ୍- ୩୩୬୦ଥିବା ବେଳେ ୧୨,୮୧,୫୩୭ ଆକ୍ରାନ୍ତ ସୁସ୍ଥ ହେଲେଣି ।

ରାଜ୍ୟରେ ଦୈନିକ ସଂକ୍ରମଣ ସପ୍ତାହକରେ ଦୁଇ ଗୁଣାରୁ ଅଧିକ ହୋଇ ୫୦୦ ଟପିଛି । ସପ୍ତାହକ ପୂର୍ବେ ଜୁଲାଇ ୨ରେ ରାଜ୍ୟର ଦୈନିକ ସଂକ୍ରମଣ ୨୩୧ ଥିଲା । ଆଉ ଗତକାଲି ସୁଦ୍ଧା ସଂଖ୍ୟା ୫୭୬ ରେ ପହଞ୍ଚିଛି। ଖୋର୍ଦ୍ଧା ଜିଲ୍ଲାକୁ ରେଡ୍‌ ଜୋନ୍‌କୁ ରଖାଯାଇଛି । କୋଭିଡ୍ ସଂକ୍ରମଣରେ ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନ୍‌କୁ ଫେରିବା ପରେ ଏବେ ଚିନ୍ତାରେ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ।

Advertisment

ସଂକ୍ରମଣରେ ବ୍ରେକ୍ ଲଗାଇବାକୁ କିଛିଦିନ ପୂର୍ବେ ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ ହୋଇଥିଲେ ବି ଲୋକମାନେ ନିୟମ ମାନୁନଥିବା ଦେଖିବାକୁ ମିଳୁଛି।  ଯଦି ଲୋକମାନେ ଏବେଠୁ ସଚେତନ ନ ହେବେ ଓ ମାସ୍କ ନ ପିନ୍ଧିଲେ ଫାଇନ୍ କଟାଯିବ ବୋଲି ଭୁବନେଶ୍ୱର ମେୟର କଡ଼ା ଚେତାବନୀ ଦେଇଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ଅଧିକ ଟେଷ୍ଟ ହେଉଥିବାରୁ ଏବେ ଭୁବନେଶ୍ୱର ଓ କଟକରେ କେସ୍ ଲୋଡ଼ ଅଧିକ ରହୁଛି। ତେବେ ଲୋକମାନଙ୍କୁ କୋଭିଡ୍ ଭୂତାଣୁ ସହ ରହିବା ଶିଖିବାକୁ ହେବ। 

COVID19 Corona Cases Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ