ମୁମ୍ବାଇରେ ଉପରମୁହାଁ କୋଭିଡ୍‌ ଗ୍ରାଫ୍‌, ଦିନକରେ ସଂଖ୍ୟା ୭ ଶହ ପାର..

ପୁଣିଥରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମହାମାରୀ କରୋନା ତା’ର କାୟାବିସ୍ତାର କରିବା ଆରମ୍ଭ କରିଛି। ପଜିଟିଭିଟି ରେଟ୍ ୮.୪ ପ୍ରତିଶତକୁ ବୃଦ୍ଧିପାଇଛି ।

Delhi Covid 19 Cases

ମୁମ୍ବାଇରେ ଦିନକୁ ଦିନ ବଢୁଛି କରୋନା ସଂକ୍ରମଣ । ଗତକାଲି ମୁମ୍ବାଇରେ ୭ଶହରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୧୧୭ ଦିନ ଭିତରେ ଏହା ହେଉଛି ସବୁଠୁ ଅଧିକ ସଂକ୍ରମଣ । ପଜିଟିଭିଟି ରେଟ୍ ୮.୪ ପ୍ରତିଶତକୁ ବୃଦ୍ଧିପାଇଛି । ଆକ୍ରାନ୍ତମାନଙ୍କ ମଧ୍ୟରୁ ସଂଖ୍ୟାଧିକ ଲକ୍ଷଣଯୁକ୍ତ ବୋଲି ସୂଚନା ମିଳିଛି । ଏଥିସହ ୪ମାସ ମଧ୍ୟରେ ପ୍ରଥମଥର ପାଇଁ ମହାରାଷ୍ଟ୍ରରେ ଗୋଟିଏ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଏକ ହଜାର ପାର ହୋଇଛି । ମୁମ୍ବାଇରେ କରୋନା ସଂକ୍ରମିତ ବଢୁଥିବା ଦେଖି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ମୁମ୍ବାଇ ମ୍ୟୁନିସିପାଲ କମିଶନର । 

ସେପଟେ ଦେଶରେ ଦିନକରେ ପ୍ରାୟ ଏକ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୪ଶହ ପାର ହୋଇଛି ।ଗତ କିଛିଦିନ ମଧ୍ୟରେ କରୋନାର ଦୈନିକ ସଂକ୍ରମଣ ପୁଣି ରେକର୍ଡ କରିଛି । ଗତକାଲି ଦିନକରେ ୭୩୯ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଫେବୃଆରୀ ୧ ପରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ। ଫେବୃଆରୀ ୧ରେ ମୁମ୍ବାଇରୁ ୮୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ସଂକ୍ରମଣ ହ୍ରାସ ପାଇବା ଆରମ୍ଭ ହୋଇଥିଲା। କିନ୍ତୁ ଠିକ୍‌ ମୌସୁମୀର ଆଗମନ ପୂର୍ବରୁ ସଂକ୍ରମଣ ବଢ଼ିବା ଆରମ୍ଭ ହୋଇଛି।