Advertisment

କମୁଛି ସଂକ୍ରମଣ: ୨୪ ଘଂଟାରେ ୪୭୭ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କ୍ରମାଗତ ଭାବରେ କମିଚାଲିଛି କରୋନା। ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୭୮ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳ ଅର୍ଥାତ୍‌ ଲୋକାଲ୍‌ କେସ୍‌ ୧୯୯ ରହିଛି

undefined

corona

Advertisment

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବରେ କମିଚାଲିଛି କରୋନା। ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୭୮ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳ ଅର୍ଥାତ୍‌ ଲୋକାଲ୍‌ କେସ୍‌ ୧୯୯ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷ ମଧ୍ୟରେ ୭୪ ଜଣ ରହିଥିବା ଜଣାପଡ଼ିଛି।

Advertisment

ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୫, ବାଲେଶ୍ୱରରୁ ୨୬, ଭଦ୍ରକରୁ ୭, ବଲାଙ୍ଗିରରୁ ଜଣେ, କଟକରୁ ୬୨, ଦେଓଗଡ଼ରୁ ଜଣେ, ଢେଙ୍କାନାଳରୁ ୮,ଗଞ୍ଜାମରୁ ୨, ଜଗତସିଂହପୁରରୁ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ୧୬, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୭, କେନ୍ଦ୍ରାପଡ଼ାରୁ ୪, କେନ୍ଦୁଝରରୁ ୫, ଖୋର୍ଦ୍ଧାରୁ ୨୦୦, କୋରାପୁଟରୁ ୪, ମୟୂରଭଞ୍ଜରୁ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ନୟାଗଡ଼ରୁ ୨ ପୁରୀରୁ ୧୬, ସମ୍ବଲପୁରରୁ ୧୧, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଷ୍ଟେଟ୍‌ ପୁଲରୁ ୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ସୁସ୍ଥଙ୍କ ସଂଖ୍ୟା ୫୫୯ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟରେ ଏବେ ବି ଆକ୍ଟିଭ୍‌ କେସ୍‌ର ସଂଖ୍ୟା ୫ ହଜାର ୫୫୬ ରହିଛି। ଯାହାକୁ ନେଇ ଚିନ୍ତା ବଢିଛି।

Advertisment

ସୂଚନା ଅନୁସାରେ, କଟକରୁ ଜଣେ ୬୩ ବର୍ଷୀୟ ମହିଳାଙ୍କ ପ୍ରାଣ ନେଇଛି ମହାମାରୀ। କେବଳ କଟକ ନୁହେଁ ବରଂ ଜଗତସିଂହପୁରରୁ ଜଣେ ୭୬ ବର୍ଷୀୟା ବୃଦ୍ଧା, ମୟୂରଭଞ୍ଜର ଜଣେ ୫ ବର୍ଷର ବାଳକର ଜୀବନ ଯାଇଛି କିନ୍ତୁ ସେ ଅନ୍ୟ ରୋଗରେ ପୀଡ଼ିତ ଥିବା ନେଇ ଜଣାପଡ଼ିଛି। ସେପଟେ ନୟାଗଡ଼ରୁ ଜଣେ ୩୨ ବର୍ଷିୟ ଯୁବକଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

Corona Virus COVID19 Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ